ନୂଆଦିଲ୍ଲୀ,୧୫ ।୨(ଏଜେନ୍ସି): କାଶ୍ମୀରଠାରୁ କନ୍ୟାକୁମାରୀ ଗୋଟିଏ ସ୍ୱର..ଗୋଟିଏ ଆୱାଜ, ପ୍ରତିଶୋଧ ଦରକାର । ରକ୍ତ ବଦଳରେ ରକ୍ତ.. । ପଲ୍ଲୀ ଠାରୁ ଦିଲ୍ଲୀ ସବୁରି ଆଖିରେ ସହିଦଙ୍କ ପାଇଁ ଲୁହ । ୧୬ ରାଜ୍ୟର ୪୦ ବୀର ଯବାନଙ୍କ ନାମ ଯୋଡ଼ି ହୋଇ ଯାଇଛି ଅମର ସହିଦ ତାଲିକାରେ । ଆଖି ଆଗରେ ସାଥୀ ମାନେ ସହିଦ ହେବାର ଦୃଶ୍ୟ ଭୁଲି ପାରୁନାହାନ୍ତି ସିଆରପିଏଫ୍ ଯବାନ୍ । ପ୍ରତିଜ୍ଞା କରିଛନ୍ତି.. ଭୁଲିବୁ ନାହିଁ..କ୍ଷମାଦେବୁ ନାହିଁ.. ପ୍ରତିଶୋଧ ନେବୁ ।
ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ଅବନ୍ତିପୁରାରେ ଗତକାଲି ସିଆରପିଏଫ ଯବାନଙ୍କ ଉପରେ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଆଜି ଦେଶବ୍ୟାପୀ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ସମସ୍ତଙ୍କ ମୁହଁରେ କଠୋର ଭାଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ସମସ୍ତେ ଦେଇଛନ୍ତି ଗୋଟିଏ ବାର୍ତ୍ତା । ଆମେ ଏକାଠି, ଯବାନଙ୍କ ସହ କାନ୍ଧ ମିଳାଇ ଛିଡ଼ା ହୋଇଛୁ । ଆତଙ୍କୀଙ୍କୁ ଜବାବ ମିଳିବ, ଉଚିତ ଶିକ୍ଷା ପାଇବ ପାକିସ୍ତାନ ।
୪୦ ସହିଦଙ୍କ ମରଶରୀରକୁ ଶ୍ରୀନଗର ବିମାନବନ୍ଦରକୁ ଅଣାଯିବା ପରେ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀର ପଲାମ ବିମାନବନ୍ଦରକୁ ଅଣାଯାଇଥିଲା । ବିମାନବନ୍ଦରରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାହୁଲ ଗାନ୍ଧୀ ଏବଂ ତିନି ବାହିନୀ ମୁଖ୍ୟ । ଭାବବିହ୍ୱଳ ପରିବେଶରେ ଲୋତକଭରା ନୟନରେ ସମସ୍ତେ ସହିଦମାନଙ୍କ କଫିନରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ମରଶରୀର ଗୁଡ଼ିକୁ ସହିଦଙ୍କ ନିଜ ନିଜ ରାଜ୍ୟକୁ ପଠାଇ ଦିଆଯାଇଛି ।
ସହିଦ ଯବାନଙ୍କ ମଧ୍ୟରେ ସର୍ବାଧିକ ୧୨ ଜଣ ଉତ୍ତରପ୍ରଦେଶ (ୟୁପି)ର । ରାଜସ୍ଥାନର ୫, ପଞ୍ଜାବର ୪ ଏବଂ ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତାମିଲନାଡୁ ଓ ବିହାରର ଦୁଇଜଣ ଲେଖାଏଁ ଯବାନ ସହିଦ ହୋଇଛନ୍ତି ।
ଆସାମ, କେରଳ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ ଜମ୍ମୁ-କାଶ୍ମୀରର ଜଣେ ଲେଖାଏଁ ଯବାନ ସହିଦ ଅଛନ୍ତି ।
ଏନ୍ଆଇଏ ଓ ଏନଏସଜିର ୧୨ ଜଣିଆ ଟିମ୍ ଆଜି ପୁଲୱାମାର ବିସ୍ଫୋରଣ ସ୍ଥଳରେ ତଦନ୍ତ କରିବା ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି ।
ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି: ମୋଦି
ଏଭଳି ପରିସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ କଡା ସନ୍ଦେଶ ଦେଇଛନ୍ତି । କହିଛନ୍ତି ଏଭଳି ଆକ୍ରମଣ ଘଟାଇ ଭାରତକୁ ଦୁର୍ବଳ କରିପାରିବ ନାହିଁ ପାକିସ୍ତାନ । ଯେଉଁମାନେ ଏହି ଘଟଣା ପାଇଁ ଦାୟୀ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ସେ କହିଛନ୍ତି, ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । କେତେବେଳେ, କେଉଁଠାରେ ଓ କିଭଳି ଭାବେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନିଷ୍ପତ୍ତି ସେନା ନିଜେ ନେବ । ଏହା ହେଉଛି ଭାରତର ନୂଆ ବିଚାର ଓ ନୀତି । ଯେଉଁ ଆତଙ୍କବାଦୀମାନେ ଏହି ଘଟଣା ଘଟାଇଛନ୍ତି ଓ ଯେଉଁମାନେ ସେମାନଙ୍କୁ ସହାୟତା କରିଛନ୍ତି ସେମାନେ ସବୁଠୁ ବଡ ଭୁଲ କରିଦେଇଛନ୍ତି । ଏହି ଭୁଲର ପରିଣାମ ସେମାନେ ଭୋଗିବେ । ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଦେଶବାସୀଙ୍କ ରକ୍ତ ତାତିଛି । ସେମାନଙ୍କୁ ଦୃଢ଼ ଜବାବ ଦିଆଯିବ । ସିଆରପିଏଫ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଯେଉଁମାନେ ଏଭଳି ବର୍ବର କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ୟବହାର ହୋଇଥିଲା ୮୦ କେଜି ଆର୍ଡିଏକ୍ସ:
ପୁଲୱାମା ଆକ୍ରମଣରେ ୩୫୦ କିଲୋ ଆରଡିଏକ୍ସ ବ୍ୟବହାର କରାଯାଇଛି ବୋଲି ଗତକାଲି ରିପୋର୍ଟ ପ୍ରକାଶ ପାଇଥିଲା । ହେଲେ ଏନଆଇଏ ଏବଂ ଏନଏସଜିର ଫୋରେନସିକ୍ ବିଶେଷଜ୍ଞମାନେ ଆଜି ଘଟଣାସ୍ଥଳରେ ଯାଞ୍ଚ କରିବା ପରେ କହିଛନ୍ତି କି ଆଇଇଡି ପ୍ରସ୍ତୁତ କରିବା ପାଇଁ ୮୦ କିଲୋ ଉଚ୍ଚମାନର ଆରଡିଏକ୍ସ ସହ ବିପୁଳ ପରିମାଣର ଆମୋନିୟମ ନାଇଟ୍ରେଟ ମିଶାଯାଇଥିଲା । ସେମାନେ କହିଛନ୍ତି କି ଜମ୍ମୁ-କାଶ୍ମୀରର ପଥର ଖଣିରେ ବିସ୍ଫୋରଣ କରିବା ପାଇଁ ବ୍ୟବହାର କରାଯାଉଥିବା ଆମୋନିୟମ ନାଇଟ୍ରେଟ ଉପଯୋଗ କରାଯାଇ ଏଭଳି ଶକ୍ତିଶାଳୀ ଆଇଇଡି ପ୍ରସ୍ତୁତ କରାଯାଇଥିଲା । ରାଜ୍ୟର ୨/୩ଟି ସ୍ଥାନରୁ ଏହାକୁ ଅଣାଯାଇ ଏକାଠି କରାଯାଇଥିଲା । ବିସ୍ଫୋରଣର ପ୍ରଭାବକୁ ଅଧିକ କରିବା ପାଇଁ ସେଥିରେ ଲୁହାକଣ୍ଟା, ଲେଡ୍ ବଲ୍ ଆଦି ମିଶାଯାଇଥିଲା । ଏସବୁ ଯୋଗୁ ବିସ୍ଫୋରଣର ପ୍ରଭାବ ଏତେ ଅଧିକ ହୋଇଥିଲା କି ଜଣେ ଯବାନଙ୍କ ମୃତଦେହ ଛିଟିକି ପ୍ରାୟ ୮୦ ମିଟର ଦୂରରେ ପଡିଥିଲା ।
ହେଲେ ଏତେ ମାତ୍ରାରେ ଆରଡିଏକ୍ସ କାଶ୍ମୀରକୁ କେମିତ ଆସିଲା, ତାହା ଭାରତ ଭିତରୁ ଯୋଗାଡ କରାଯାଇଛି ନା ପାକିସ୍ତାନରୁ ଅଣାଯାଇଛି ଏବଂ କିଏ ତା’କୁ ଆଣିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଅନୁମାନ କରାଯାଉଛି କି ପୁଲୱାମା ଆକ୍ରମଣ ବହୁ ଦିନର ଯୋଜନା । ସେଥିପାଇଁ ବାହାର ଅଞ୍ଚଳରୁ ଆର୍ଡିଏକ୍ସ କିଛି ମାସ ଭିତରେ ସଂଗ୍ରହ କରାଯାଇ ଭାରତକୁ ଅଣାଯାଇଛି । ଆହୁରି ମଧ୍ୟ ଜଣାପଡିଛି କି ଆତଙ୍କବାଦୀ ଜଣକ ଯେଉଁ କାର୍ ଚଳାଉଥିଲା ତାହା ସ୍ଥାନୀୟ କାର୍ ଥିଲା ଓ ସେଥିରେ ଜମ୍ମୁ-କାଶ୍ମୀର ନମ୍ବର ପ୍ଲେଟ ଲାଗିଥିଲା । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଲାଟୁମୋଡ ଅନ୍ତର୍ଗତ ୨୭୨ ମାଇଲଷ୍ଟୋନ ନିକଟରେ ଅପରାହ୍ନ ୩ଟା ୩୩ରେ ଏହି ବିସ୍ଫୋରଣ ଘଟିଥିଲା । ରାଜପଥରେ ସିଆରପିଏଫ ଗାଡି ଯାଉଥିଲା ବେଳେ ଆତଙ୍କବାଦୀ ଜଣକ କାକାପୁରା-ଲେଲହର ଲିଙ୍କ ରୋଡ୍ରେ କାର୍ ଚଳାଇ ଆସି ରାଜପଥ ଉପରକୁ ଉଠିଥିଲା । ତା ପରେ କିଛି ବାଟ ସିଆରପିଏଫ ଭ୍ୟାନ୍ ସହିତ ସମାନ୍ତରାଳ ଭାବେ ଚାଲିଥିଲା । ପରେ ସିଆରପିଏଫ ଯବାନଙ୍କୁ ନେଇ ଆଗପଛ ହୋଇ ଯାଉଥିବା ଗାଡିର ୩ ନମ୍ବର ଭ୍ୟାନ୍ (ଏଚ୍ଆର ୪୯ଏଫ-୦୬୩୭)ର ବାମପଟରେ ମାଡ଼ କରିଥିଲା ।
ଜମ୍ମ୍ୁ-କାଶ୍ମୀର ପୁଲିସ ପକ୍ଷରୁ ଗତକାଲି ରାତି ତମାମ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ଜଣଙ୍କୁ ଅଟକ ରଖିଛି । ଆକ୍ରମଣ ସହ ସେମାନଙ୍କର ଲିଙ୍କ ନେଇ ପଚରାଉଚୁରା କରାଯାଉଛି । ସମ୍ପୃକ୍ତ ଅଞ୍ଚଳରେ ଥିବା ଗୁଇନ୍ଦା ସୂଚନାକୁ ଭିତ୍ତିକରି ଏହି ଚଢ଼ାଉ କରାଯାଇଛି । ଜୈସ୍ ଆତଙ୍କୀ ତଥା ପାକିସ୍ତାନୀ ନାଗରିକ କାମରାନ ଏହି ଆକ୍ରମଣକୁ ଅନ୍ତିମ ରୂପ ଦେଇଥିଲା ଓ ତ୍ରାଲର ମିଦୁରାରେ ସମସ୍ତ ଷଡଯନ୍ତ୍ର କରାଯାଇଥିଲା । ସେ ଗତ କିଛିଦିନ ହେଲା ପୁଲୱାମା ସମେତ ଅବନ୍ତିପୁରା ଓ ତ୍ରାଲରେ ସକ୍ରିୟ ଥିଲା । ପ୍ରଶ୍ନ ଉଠୁଛି ଆତ୍ମଘାତୀ ଆକ୍ରମଣକାରୀକୁ ଏତେ ପରିମାଣର ଆରଡିଏକ୍ସ କିଏ ଦେଇଥିଲା, ସେମାନେ କେଉଁଠି ରହୁଥିଲେ ଓ ବିସ୍ଫୋରଣରେ ବ୍ୟବହୃତ ଗାଡି କେଉଁଠୁ ଆସିଲା ପୁଲିସ ତାହାର ଖୋଳତାଡ କରୁଛି । ତା’ଛଡା ଏହା ଜଣେ କିମ୍ବା ଦୁଇଜଣଙ୍କର କାମ ନୁହେଁ । ଏଥିରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି । ସେମାନେ କିଏ ତାହା ଜାଣିବା ଓ ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଛି ।