ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ସିବିଆଇ ପକ୍ଷରୁ ଜାରି ଲୁକ ଆଉଟ ସର୍କୁଲାର ରଦ୍ଧ

Published By : Anindita Ratha | October 25, 2024 2:56 PM

ମୁମ୍ବାଇ,୨୫/୧୦: ସୁପ୍ରିମକୋର୍ଟରୁ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବଡ ଆଶ୍ବସ୍ତି। ସିବିଆଇ ପକ୍ଷରୁ ଜାରି ଲୁକ ଆଉଟ ସର୍କୁଲାର ବର୍ତ୍ତମାନ ରଦ୍ଧ ହୋଇଛି। ଏନେଇ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିଙ୍କୁ ସମର୍ଥନ କରିଛନ୍ତି। କୋର୍ଟ ରିୟାଙ୍କ ଭାଇ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତେବେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଏବଂ ବାପାଙ୍କ ବିରୋଧରେ ସିବିଆଇ ଦ୍ୱାରା ଜାରି କରାଯାଇଥିବା ଲୁକ ଆଉଟ ସର୍କୁଲାର ମାମଲାରେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଛନ୍ତି।

ସୂଚନା ମୁତାବକ, ଅଗଷ୍ଟ ୨୦୨୦ରେ ରିୟା,ତାଙ୍କ ଭାଇ, ତାଙ୍କ ବାପା ଏବଂ ତାଙ୍କ ମାଆଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିଲା। ସୁଶାନ୍ତ ସିଂହ ରାଜପୂତଙ୍କ ପରିବାର ଅଭିନେତାଙ୍କ ମୃତ୍ୟୁର ତଦନ୍ତ ଦାବି କରି ବିହାରର ପାଟଣାରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ସିବିଆଇକୁ ଟ୍ରାନ୍ସଫର କରାଯାଇଥିଲା। ସିବିଆଇ ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ପରିବାର ଉପରେ ଲୁକ ଆଉଟ ସର୍କୁଲାର ମାମଲା ଜାରି କରିଥିଲା। ଯାହାକୁ ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଥିଲେ, ବର୍ତ୍ତମାନ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଏହି ମାମଲାରୁ ଅଭିନେତ୍ରୀ ଏବଂ ତାଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.