PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ନିଜର ବିବାଦୀୟ ଟ୍ୱିଟ୍‌କୁ ନେଇ କ୍ଷମା ମାଗିଲେ ରିଚା ଚଡ୍ଡା, ଡିଲିଟ୍ କଲେ ପୋଷ୍ଟ

ନୂଆଦିଲ୍ଲୀ ୨୪/୧୧: ଅଭିନେତ୍ରୀ ରିଚା ଚଡ୍ଡା ନିଜର ବିବାଦୀୟ ବିବୃତ୍ତି ପାଇଁ ବେଶ ଜଣାଶୁଣା। ଅଭିନେତ୍ରୀ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ଦିଅନ୍ତି। କିନ୍ତୁ ଏଥର ତାଙ୍କ ମତ ତାଙ୍କୁ ମହଙ୍ଗା ପଡିଛି। ଅଭିନେତ୍ରୀ ତାଙ୍କର ଗୋଟିଏ ବିବୃତ୍ତି ହେତୁ ଲୋକଙ୍କ ଟାର୍ଗେଟରେ ଆସିଛନ୍ତି। ନିକଟରେ ରିଚା ସେନାକୁ ନେଇ ଏକ ଟ୍ୱିଟ୍ କରିଥିଲେ। ଯାହା ତାଙ୍କୁ ସମସ୍ୟା ମଧ୍ୟକୁ ଟାଣି ଆଣିଛି। ରିଚାଙ୍କ ଟ୍ୱିଟ୍ ପରେ ଲୋକମାନେ ତାଙ୍କୁ ସେନାକୁ ଅପମାନିତ କରିଥିବା ଅଭିଯୋଗ କରୁଛନ୍ତି। ତେବେ ମାମଲା ବଢୁଥିବା ଦେଖି ରିଚା କ୍ଷମା ମାଗିଛନ୍ତି।

ତାଙ୍କ ଟ୍ୱିଟ୍ ବିରୋଧରେ ବଢୁଥିବା ବିରୋଧ ଦେଖି ରିଚା କ୍ଷମା ମାଗି ଲେଖିଛନ୍ତି – ମୁଁ କାହାକୁ ଆଘାତ ଦେବାକୁ ଚାହୁଁ ନଥିଲି। ଯଦି ମୋର ତିନୋଟି ଶବ୍ଦ ଦ୍ୱାରା କେହି ଆଘାତ ପାଇଛନ୍ତି, ତେବେ ମୁଁ କ୍ଷମା ମାଗୁଛି। ଜାଣିଶୁଣି କିମ୍ବା ଅଜାଣତରେ ଏହି ଭାବନା ମୋ ମନରେ ସୃଷ୍ଟି ହୋଇଥିଲେ, ତେବେ ମୁଁ ଦୁଃଖ ଅନୁଭବ କରିବି। ମୁଁ ବୁଝିପାରୁଛି ଯେତେବେଳେ କାହାର ପୁଅ ସହିଦ ହୁଏ, ସେତେବେଳେ ସମଗ୍ର ପରିବାର ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି। ସେଥିପାଇଁ ଏହା ମୋ ପାଇଁ ଏକ ଭାବପ୍ରବଣ ବିଷୟ।’

ସୂଚନା ଅନୁଯାୟୀ, ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ଦିନ କହିଥିଲେ, ପାକିସ୍ତାନ ଅଧିକୃତ କାଶ୍ମୀରକୁ ଫେରାଇ ଆଣିବା ଭଳି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି। ଏହି ବିବୃତ୍ତି ଉପରେ ମନ୍ତବ୍ୟ ଦେଇ ରିଚା ଟ୍ୱିଟ୍ କରି କହିଥିଲେ, ‘ଗାଲୱାନ୍ ହାଏ କହୁଛି’। ଅଭିନେତ୍ରୀଙ୍କ ଏହି ଟ୍ୱିଟ୍ ତାଙ୍କୁ ଅସୁବିଧାରେ ପକାଇଛି।

ଏହା ପରେ ବିଜେପି ନେତା ମଞ୍ଜିନ୍ଦର ସିଂହ ସିର୍ସା ଟ୍ୱିଟ୍ କରି କହିଛନ୍ତି, ଅପମାନଜନକ ଟ୍ୱିଟ୍। ଏହାକୁ ଶୀଘ୍ର ପ୍ରତ୍ୟାହାର କରାଯିବା ଉଚିତ, ଆମର ସଶସ୍ତ୍ର ବାହିନୀକୁ ଅପମାନ କରିବା ଠିକ୍ ନୁହେଁ। ତେବେ ତାଙ୍କ ଟ୍ୱିଟକୁ ନେଇ ବିବାଦ ଦେଖି ଅଭିନେତ୍ରୀ ଏହାକୁ ଡିଲିଟ୍ କରିଛନ୍ତି ଏବଂ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଛନ୍ତି।