PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦନ୍ତ ଚିକିତ୍ସାରେ ଡିଗ୍ରୀ, ପେସା କିନ୍ତୁ ସଂଗୀତ…ଏମିତି ରହିଛି ରିକି କେଜ୍‌ଙ୍କ ସଫଳତାର ଯାତ୍ରା

themeghalayan

ମୁମ୍ବାଇ ୦୭/୦୨: ୧୯୮୧ ମସିହାରେ ନର୍ଥ କାରୋଲିନାରେ ଜନ୍ମିତ ରିକି ଅଧା ପଞ୍ଜାବୀ ଓ ଅଧା ମାରୱାଡ଼ି । ୮ ବର୍ଷ ବୟସରୁ ସେ ବେଙ୍ଗାଲୁରୁରେ ରହୁଛନ୍ତି । ସେଠାରେ ଥିବା ବିଶପ୍‌ କଟନ୍‌ ସ୍କୁଲ୍‌ରେ ଅଧ୍ୟୟନ ଶେଷ କରି ଅକ୍ସଫୋର୍ଡ ଡେଣ୍ଟାଲ୍‌ କଲେଜ୍‌ରେ ଦନ୍ତ ଚିକିତ୍ସାରେ ସେ ସ୍ନାତକ ହାସଲ କଲେ । ୨୦୧୪ ମସିହାରେ ବାନ୍ଧବୀ ବର୍ଷାଙ୍କ ସହ ତାଙ୍କର ବିବାହ ହୋଇଥିଲା।

India not primary market for my music: Grammy winner Ricky Kej - India Today

ରିକିଙ୍କ ପରିବାରରେ ଅଧିକାଂଶ ସଦସ୍ୟ ଚିକିତ୍ସା କ୍ଷେତ୍ରକୁ ବୃତ୍ତି କରିଥିଲେ । ତାଙ୍କ ବାପା ଓ ଜେଜେବାପା ଡାକ୍ତର ଥିଲେ । ରିକି କିନ୍ତୁ ସଙ୍ଗୀତରେ କ୍ୟାରିଅର୍‌ କରିବାକୁ ଚାହୁଁଥିଲେ । ତେଣୁ ସ୍ନାତକ ଶେଷ କରିବା ପରେ ସଙ୍ଗୀତ କ୍ଷେତ୍ରରେ ପାଦ ଦେବେ ବୋଲି ସେ ମା’ବାପାଙ୍କୁ କହିଲେ । ମା’ ପମ୍ମି ଭାବିଲେ ଯେ ତାଙ୍କ ପୁଅର ଏହି କଳା ବଂଶାନୁକ୍ରମିକ । ଜେଜେବାପା ଜାନକୀ ଦାସଙ୍କଠାରୁ ବୋଧହୁଏ ରିକିଙ୍କ ପାଖକୁ ଏହି କଳା ଆସିଛି । ତାଙ୍କ ଜେଜେବାପା ଜଣେ କଳାକାର, ଅଲିମ୍ପିକ୍‌ ସାଇକେଲ ଚାଳକ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

ପୂର୍ଣ୍ଣକାଳୀନ ମ୍ୟୁଜିକ୍‌ କମ୍ପୋଜର୍‌ ହେବା ପୂର୍ବରୁ ରିକି ରକ୍‌ ବ୍ୟାଣ୍ଡ୍‌ ଆଞ୍ଜେଲ୍‌ ଡଷ୍ଟରେ କିବୋର୍ଡ ବାଦକ ଭାବେ କାମ ଆରମ୍ଭ କଲେ । ସେ ନୁସ୍‌ରତ ଫତେ ଅଲି ଖାନ୍‌, ପଣ୍ଡିତ ରବି ଶଙ୍କର ଓ ପିଟର ଗାବ୍ରିଏଲଙ୍କୁ ନିଜର ପ୍ରେରଣା ମାନନ୍ତି । ୨୦୧୦ ମସିହାରେ, ନାଇକ୍‌ ଉପରେ ଏକ ଜିଙ୍ଗଲ୍‌ କମ୍ପୋଜ୍‌ କରି କାନ୍‌ ମହୋତ୍ସବରେ ପୁରସ୍କାର ପାଇଁ ସେ ମନୋନୀତ ହୋଇଥିଲେ । ୩୦୦୦ରୁ ଉଦ୍ଧ୍ୱର୍ ଜିଙ୍ଗଲ୍‌ ଏବଂ କନ୍ନଡ଼ ଫିଲ୍ମ ପାଇଁ ସେ ସଙ୍ଗୀତ ଦେଇଛନ୍ତି। ୨୦ରୁ ଉଦ୍ଧ୍ୱର୍ ଦେଶରେ ୧୦୦ରୁ ଅଧିକ ସଙ୍ଗୀତ ସମ୍ମାନ ସେ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର