ଗ୍ରାମୀ ଆୱାର୍ଡ୍ସରେ ଭାରତର ଜଲୱା, ତୃତୀୟ ଥର ପୁରସ୍କାର ହାତେଇଲେ ରିକି କେଜ୍

amarujala
ନୂଆଦିଲ୍ଲୀ ୦୬/୦୨: ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର କାର୍ଯ୍ୟକ୍ରମ ଗ୍ରାମୀ ଆୱାର୍ଡ୍ସରେ ପୁଣି ଥରେ ଭାରତ ସ୍ଥାନ ପାଇଛି। ବେଙ୍ଗାଲୁରୁର ସଂଗୀତକାର ରିକି କେଜ୍ ତୃତୀୟ ଥର ଗ୍ରାମୀ ପୁରସ୍କାର ଜିତିଛନ୍ତି। ରିକିଙ୍କୁ ତାଙ୍କ ଆଲବମ୍ ‘ଡିଭାଇନ୍ ଟାଇଡ୍ସ’ ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।
Indian music composer Ricky Kej bags 3rd Grammy award
— ANI (@ANI) February 6, 2023
"Just won my 3rd Grammy Award. Extremely grateful, am speechless! I dedicate this Award to India", tweets Ricky Kej
(Pic credits: Ricky Kej) pic.twitter.com/qUPKKDaW4y
ଆମେରିକାରେ ଜନ୍ମିତ ସଂଗୀତଜ୍ଞ ପ୍ରସିଦ୍ଧ ବ୍ରିଟିଶ ରକ୍ ବ୍ୟାଣ୍ଡ ‘ଦି ପୋଲିସ’ର ଡ୍ରମର୍ ଷ୍ଟୁଆର୍ଟ କୋପେଲାଣ୍ଡଙ୍କ ସହ ଏହି ଆୱାର୍ଡ ସେୟାର କରିଛନ୍ତି। ଷ୍ଟୁଆର୍ଟ କୋପେଲାଣ୍ଡ ଏହି ଆଲବମରେ ରିକିଙ୍କ ସହ ସହଯୋଗ କରିଥିଲେ। ୬୫ ତମ ଗ୍ରାମୀ ଆୱାର୍ଡରେ ଦୁହେଁ ଏହି ପୁରସ୍କାର ଶ୍ରେଷ୍ଠ ଇମର୍ସିଭ୍ ଅଡିଓ ଆଲବମ୍ ବର୍ଗରେ ଗ୍ରାମୋଫୋନ୍ ଟ୍ରଫି ଜିତିଛନ୍ତି।

ରିକି କେଜ୍ ତାଙ୍କର ଆଲବମ୍ ‘ୱିଣ୍ଡ୍ସ ଅଫ୍ ସମସେରା’ ପାଇଁ ୨୦୧୫ ରେ ପ୍ରଥମ ଥର ପାଇଁ ଏହି ପୁରସ୍କାର ଜିତିଥିଲେ। ୨୦୧୫ ରେ ଏହି ସମ୍ମାନ ପାଇବା ପରେ, ରିକି ପୁଣିଥରେ ୨୦୨୨ ମସିହାରେ ଷ୍ଟିଭର୍ଟ କୋପେଲାଣ୍ଡଙ୍କ ସହ ‘ଡିଭାଇନ୍ ଟାଇଡ୍ସ’ ଆଲବମ୍ ପାଇଁ ‘ବେଷ୍ଟ ନ୍ୟୁ ଏଜ୍ ଆଲବମ୍’ ବର୍ଗରେ ଗ୍ରାମୀ ପୁରସ୍କାର ଜିତିଥିଲେ।