ନୂଆଦିଲ୍ଲୀ, ୨/୩ : ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜକୁ ହରାଇ ସେିମଫାଇନାଲରେ ସ୍ଥାନ ପକ୍କା କରିଛି । ସଞ୍ଜୁଙ୍କ ବିସ୍ଫୋରକ ପାଳି ଦଳ ପାଇଁ ସଞ୍ଜିବନୀ ପାଲଟିଥିଲା । ତେବେ ସବୁଠି ଭାରତ ସେମିରେ ପହଞ୍ଚିବା ପରେ ଖୁସି ମନାଯାଉଛି । ସେପଟେ ନିକଟରେ ପିତାଙ୍କ ହରାଇ ମର୍ମାହତ ହୋଇଥିବା ରିଙ୍କୁ ସିଂହ ଦେଶ ପାଇଁ ଖେଳିବା ପାଇଁ ଟିମ୍ ସହ ଯୋଗ ଦେଇଛନ୍ତି । ଯଦିଓ ସେ ଦୁଇଟି ମ୍ୟାଚ ହେବ ପ୍ଲେଇଂ ୧୧ରେ ସ୍ଥାନ ପାଇନାହାନ୍ତି । ତେବେ ଭାରତର ମ୍ୟାଚ ବିଜୟ ସହ ସେମିରେ ପହଞ୍ଚିବା ପରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଯେଉଁଥିରେ ବ୍ରାଟିଂ କୋଚ ସୀତାଂଶୁ ଜଣେ ସାମ୍ବାଦିକ ପଚାରିଥିବା ପ୍ରଶ୍ନକୁ ଏବେ ସବୁଠି କରାଯାଉଛି ନିନ୍ଦା । ଏଭଳି ପ୍ରଶ୍ନ ଶୁଣି ସୀତାଂଶୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିାଲେ ।
କ’ଣ ଥିଲା ପ୍ରଶ୍ନ ?
ନିକଟରେ ରିଙ୍କୁ ବାପା କର୍କଟ ରୋଗରେ ପ୍ରାଣ ହରାଇଛନ୍ତି । ଭାରତ ନିଜର ଅନ୍ତିମ ସୁପର-୮ ମୁକାବିଲାରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ସେମିରେ ପହଞ୍ଚିଛି । ବିଜୟ ପରେ ସାମ୍ବାଦିକ ସମ୍ମିଳନୀରେ ଜଣେ ବରିଷ୍ଠ ସାମ୍ବାଦିକ ପ୍ରଶ୍ନ କରିଥିଲେ କି, ରିଙ୍କୁଙ୍କ ବାପାଙ୍କ ଦେହାନ୍ତ ଟିମ୍ ପାଇଁ ଆଶୀର୍ବାଦ କି ? ଯାହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୀତାଂଶୁ । ସେଠାରେ ଥିବା ଅନ୍ୟ ସାମ୍ବାଦିକ ବନ୍ଧୁ ମଧ୍ୟ ଏଭଳି ଏକ ପ୍ରଶ୍ନ ଶୁଣି ବିରକ୍ତ ହୋଇଥିଲେ । ଅନେକ କ୍ରୀଡ଼ା ସମୀକ୍ଷକମାନେ ମଧ୍ୟ ଏହାକୁ ନିନ୍ଦା କରିଥିଲେ । ଏବେ ଦାବି ହେଉଛି ଏଭଳି ପ୍ରଶ୍ନ କରିଥିବା ସାମ୍ବାଦିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ସେପଟେ ଆମେ ଯଦି ରିଙ୍କୁ ସିଂହଙ୍କ ସମ୍ପର୍କରେ କହିବା ସେ ଜଣେ ଫିନିସର ଭାବେ ଜଣାଶୁଣା । ମାତ୍ର ଚଳିତ ବିଶ୍ବକପରେ ତାଙ୍କ ନୀରବ ରହିଛି । ବଡ଼ ପାଳି ଖେଳିବାରେ ସେ ସମର୍ଥ ହୋଇନାହାନ୍ତି । ସେ ଆମେରିକା ବିପକ୍ଷରେ ୬, ନାମିବିୟା ବିପକ୍ଷରେ ୧, ନେଦରଲ୍ୟାଣ୍ଡ ବିପକ୍ଷରେ ମାତ୍ର ୬ ରନ୍ କରିଥିଲେ । ଲିଗ୍ ପର୍ଯ୍ୟାୟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ରିଙ୍କୁ ସୁପର-୮ର ପ୍ରଥମ ମୁକାବିଲାରେ ଦକ୍ଷିଣଆଫ୍ରିକା ବିପକ୍ଷରେ ନିଜର ଖାତା ଖୋଳିପାରିନଥିଲେ । ଏହାପରେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ ପୂର୍ବରୁ ବାପାଙ୍କୁ ଦେଖିବାକୁ ମେଡିକାଲରେ ପହଞ୍ଚିଥିଲେ । ଆଉ ପୁଣିଥରେ ଟିମ ସହ ଯୋଗ ଦେଇଥିଲେ । ମାତ୍ର ସେ ପ୍ଲେଇଂ ୧୧ରେ ସ୍ଥାନ ପକ୍କା କରିପାରିନଥିଲେ । ପରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ବାପାଙ୍କୁ ହରାଇଥିଲେ ।
ଏହାସହ ପଢ଼ନ୍ତୁ : ରୋମାଞ୍ଚକର ମୁକାବିଲାରେ ଭାରତର ଜବରଦସ୍ତ ବିଜୟ; ସଞ୍ଜୁ ସାମସନଙ୍କ ବିସ୍ଫୋରକ ପ୍ରଦର୍ଶନ ଆଗରେ ହାର ମାନିଲା ଓ୍ବେଷ୍ଟ ଇଣ୍ଡିଜ୍