PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଏଜବେଷ୍ଟନରେ ଧମାଲ କଲେ ଋଷଭ ପନ୍ତ, ଭାଙ୍ଗିଲେ ୭୨ ବର୍ଷ ପୁରୁଣା ରେକର୍ଡ

ବର୍ମିଂହାମ୍‌ ୦୪/ ୦୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବେଷ୍ଟନ୍‌ରେ ଜାରି ରହିଥିବା ୫ମ ଟେଷ୍ଟ ମ୍ୟାଚ୍‌ରେ ମଜବୁତ ସ୍ଥିତିରେ ରହିଛି ଟିମ୍‌ ଇଣ୍ଡିଆ । ଋଷଭ ପନ୍ତଙ୍କ ଦର୍ଶନୀୟ ଇନିଂସ ବଳରେ ଦୃଢ ସ୍ଥିତିରେ ରହିଛି ଦଳ । ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ ବାମହାତୀ ବ୍ୟାଟର୍ ପନ୍ତ । ପ୍ରଥମ ଇନିଂସରେ ୧୪୬ ରନ ଏବଂ ଦ୍ବିତୀୟ ଇନିଂସରେ ୫୭ରନ କରି ଦଳକୁ ଏକାକୀ ଆଗକୁ ବଢାଇବାରେ ସକ୍ଷମ ହୋଇଥିଲେ । ଉଭୟ ଇନିଂସରେ ନିଜର ଦକ୍ଷତା ଦେଖାଇବା ସହିତ ପନ୍ତଙ୍କ ନାଁ ରେ ଏକାଧିକ ରେକର୍ଡ ହୋଇଛି ।

ପ୍ରଥମ ଇନିଂସରେ ୧୯ ଚୌକା ଏବଂ ୪ଟି ଛକା ସହାୟତାରେ ୧୪୬ରନ ଏବଂ ଦ୍ବିତୀୟ ଇନିଂସରେ ୮ଟି ଚୌକା ସହାୟତାରେ ୫୭ ରନ କରିଥିଲେ ପନ୍ତ । ଏହି କ୍ରମରେ ଦ୍ବିତୀୟ ଓ୍ବିକେଟ୍‌ କିପର ଭାବେ କୌଣସି ଏକ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ ଶତକ ଏବଂ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ୧୯୭୩ ମସିହାରେ ଫାରୁଖ ଇଞ୍ଜିନିୟର ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୧୨୧ ରନ ଏବଂ ଦ୍ବିତୀୟ ପାଳିରେ ୬୬ରନ କରିଥିଲେ ।

ଏହା ବାଦ୍‌ ପନ୍ତ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି । ବିଦେଶୀ ଓ୍ବିକେଟ କିପର ଭାବେ ଇଂଲଣ୍ଡ ମାଟିରେ ସବୁଠାରୁ ଅଧିକ ରନ କରିବାରେ ପନ୍ତ ନମ୍ବର ଓ୍ବାନ ହୋଇଯାଇଛନ୍ତି । ପନ୍ତ ଏଠାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ୧୯୫୦ ମସିହାରେ କ୍ଲାଇଡ୍‌ ବୋଲକୋଟ୍‌ ଲର୍ଡସ୍‌ କ୍ରିକେଟ ଗ୍ରାଉଣ୍ଡର ପ୍ରଥମ ଇନିଂସରେ ୧୬୮ ଓ ଦ୍ବିତୀୟ ଇନିଂସରେ ୧୪ରନ ମୋଟ ୧୮୨ ରନ କରିଥିଲେ । ଆଉ ଏବେ ପନ୍ତ ଏଜବେଷ୍ଟନ ଗ୍ରାଉଣ୍ଡରେ ୧୪୬+୫୭ ମୋଟ ୨୦୩ ରନ କରିଛନ୍ତି ।

କୌଣସି ଭାରତୀୟ ଓ୍ବିକେଟ କିପରଙ୍କ ରେକର୍ଡ ଦେଖିବାକୁ ଗଲେ, ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନୀ ପ୍ରଥମ ଇନିଂସରେ ୭୭ ଓ ୨ୟୟ ଇନିଂସରେ ୭୪ ମୋଟ ୧୫୧ ରନ କରିଥିଲେ । ଏହା ସହିତ କୌଣସି ଗୋଟିଏ ଟେଷ୍ଟ ମ୍ୟାଚରେ ଓ୍ବିକେଟ କିପର ଭାବେ ସବୁଠାରୁ ଅଧିକ ସ୍କୋର କରିବାରେ ପନ୍ତ ତୃତୀୟ ବ୍ୟାଟର୍‌ ହୋଇଯାଇଛନ୍ତି । ପୂର୍ବରୁ ୧୯୬୪ ମସିହାରେ ବୁଦ୍ଧି କୁନ୍ଦେରନ୍‌ ଇଂଲଣ୍ଡ ବିପକ୍ଷରେ ୧୯୨+୩୮ ମୋଟି ୨୩୦ ରନ କରିଥିଲେ । ସେହିଭଳି ୨୦୧୩ ମସିହାରେ ମହେନ୍ଦ୍ର ସିଂହ ଧୋନୀ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଇନିଂସରେ ହିଁ ୨୨୪ ରନ କରିଥିଲେ । ଆଉ ଏବେ ଇଂଲଣ୍ଡ ବିପକ୍ଷରେ ଋଷଭ ପନ୍ତ ଇଂଲଣ୍ଡ ବିରୁଦ୍ଧରେ ୨୦୩ ରନ କରିଛନ୍ତି ।