ନୂଆଦିଲ୍ଲୀ: LSG ଅଧିନାୟକ ପଦରୁ ହଟିଛନ୍ତି ଋଷଭ ପନ୍ତ । ସେ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଏବେ ବାକି ୪ ଦଳର ଅଧିନାୟକ ପଦ ଛାଡ଼ିବେ କି ? ଏମିତି ଏକ ଚର୍ଚ୍ଚା ସୋସିଆଲ ମିଡିଆରେ ଆରମ୍ଭ ହୋଇଛି । ତେବେ ଏହି ୪ ଜଣ ଅଧିନାୟକଙ୍କ ମଧ୍ୟରେ ରହିଛନ୍ତି ମୁମ୍ବାଇର ହାର୍ଦ୍ଦିକ ପାଣ୍ଡ୍ୟା, କେକେଆରର ଅଧିନାୟକ ରାହାଣେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ । ଏମାନେ ମଧ୍ୟ ପଦ ଛାଡ଼ିପାରନ୍ତି ବୋଲି ଏକ ପ୍ରକାର ଚର୍ଚ୍ଚା ଜୋର ଧରିଛି ।

ଚଳିତ ସିଜିନରେ ପନ୍ତ ଅଧିନାୟକ ଏବଂ ବ୍ୟକ୍ତିଗତ ଭାବେ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ । ପନ୍ତଙ୍କ ଅଧିନାୟକତ୍ବରେ ଦଳ ୧୦ ନମ୍ବର ସ୍ଥାନରେ ରହିଥିଲା । ଏହାସହ ସେ ୧୪ ମ୍ୟାଚରେ ମାତ୍ର ୩୧୨ ରନ କରିଥିଲେ । ୨୮.୩ ହାରରେ ଏହି ସ୍କୋର କରିଥିବାବେଳେ ମାତ୍ର ଗୋଟିଏ ଅର୍ଦ୍ଧଶତକ କରିଥିଲେ । ଯେଉଁ କାରଣରୁ ସମାଲୋଚନା କରାଯାଉଥିଲା । ଆଉ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଥିବାବେଳେ ଫ୍ରାଞ୍ଚାଇଜ୍ ଏହାକୁ ଗ୍ରହଣ କରିଛି ।

ତେବେ ଦିଲ୍ଲୀର ଅଧିନାୟକ ଅକ୍ଷର ପଟେଲ ଚଳିତ ସିଜିନରେ ଖରାପ ପ୍ରଦର୍ଶନ କରିଛନ୍ତି । ସେ ୧୭୩ ରନ କରିଥିବାବେଳେ ୧୧ ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତାଙ୍କୁ ମଧ୍ୟ ଦାୟି କରାଯାଇଛି । ଅନ୍ୟ ଅଧିନାୟକଙ୍କ ମଧ୍ୟରେ ପାଣ୍ଡ୍ୟା, ଗାଏକ୍ବାଡ ଏବଂ ରାହାଣେ ମଧ୍ୟ ବିଫଳ ହୋଇଛନ୍ତି । ଦଳକୁ ପ୍ଲେଅଫରେ ପହଞ୍ଚାଇବାରେ ବିଫଳ ହୋଇଥିବାବେଳେ ପଦ ଛାଡ଼ିବେ ବୋଲି ଚର୍ଚ୍ଚା ଲାଗି ରହିଛି । ମାତ୍ର ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ ।

ଏହାସହ ପଢ଼ନ୍ତୁ : GT VS RR: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ, ବୈଭବଙ୍କ ଉପରେ ନଜର...