ନୂଆଦିଲ୍ଲୀ,୧୧/୦୧: ଆଜିଠୁ ଘରୋଇ ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଆରମ୍ଭ ହେବ । ଭଦୋଦରା କୋଟାମ୍ବି ଷ୍ଟାଡିୟମରେ ଅପରାହ୍ନ ୧ଟା ୩୦ ମିନିଟ୍‌ରୁ ମ୍ୟାଚ ଆରମ୍ଭ ହେବ ।  ସିରିଜ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ୱିକେଟ୍ କିପର ରିଷଭ ପନ୍ତ ଆହତ ହୋଇ ବାଦ ପଡ଼ିଛନ୍ତି । ଶନିବାର ନେଟ୍ସରେ ବ୍ୟାଟିଂ କରୁଥିବାବେଳେ ଏକ ବଲ ତାଙ୍କ ଡାହାଣ ପାଶ୍ୱର୍ ପଞ୍ଜରାରେ ବାଜିଥିଲା । ଦଳର ଫିଜିଓ ଗ୍ରାଉଣ୍ଡ ଭିତରେ ତାଙ୍କର ଚିକିତ୍ସା କରିଥିଲେ । ଏହାପରେ ପନ୍ତ ଆଉ ବ୍ୟାଟିଂ ନକରି ଡ୍ରେସିଂ ରୁମ୍‌କୁ ଫେରି ଯାଇଥିଲେ । ସିରିଜ୍‌ରୁ ପନ୍ତ ବାଦ୍ ପଡିବା ପରେ କେଏଲ ରାହୁଲ ୱିକେଟ୍ କିପିଙ୍ଗ୍‌ ଦାୟିତ୍ୱ ତୁଲାଇବେ । ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ଦଳରେ ସୁଯୋଗ ମିଳିଛି ।

ପନ୍ତଙ୍କୁ ବଡ଼ ଝଟକା- ରିଷବ ପନ୍ତ ନିକଟରେ ଘରୋଇ କ୍ରିକେଟ ଖେଳି ବିଜୟ ହଜାରେ ଟ୍ରଫି ୨୦୨୫-୧୬ରେ ଦିଲ୍ଲୀ ପକ୍ଷରୁ ଖେଳୁଥିଲେ । ସେଇଠୁ ସିଧା ଟିମ୍ ଇଣ୍ଡିଆରେ ସାମିଲ ହୋଇଥିଲେ । ଦୀର୍ଘ ସମୟ ପରେ କମବ୍ୟାକ କରିବା ପରେ ପୁଣି ସେ ଆହତ ହେବା ତାଙ୍କ ପାଇଁ ବଡ ଝଟକା ବୋଲି କୁହାଯାଉଛି । ଶନିବାର ଦଳ ହାଲ୍‌କା ଅଭ୍ୟାସ କରିଥିଲା । ଦଳର ଅଧିକାଂଶ ଖେଳାଳି ବିଜୟ ହଜାରେ ଟ୍ରଫି ଖେଳି ଫେରି ଥିବାରୁ ବାଧ୍ୟତାମୂଳକ ଅଭ୍ୟାସ ଶିବିର ରଖା ଯାଇନଥିଲା । ବିଜୟ ହଜାରେ ଟ୍ରଫିରେ ପନ୍ତ ନେତୃତ୍ୱଙ୍କ ନେତୃତ୍ୱରେ ଦିଲ୍ଲୀ ଦଳକୁ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚାଇଥିଲେ । ୭ଟି ଲିଗ୍ ମ୍ୟାଚ୍‌ରୁ ଦିଲ୍ଲୀ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା ।  ଭଦୋଦରା ଦିନିକିଆ ପୂର୍ବରୁ ପନ୍ତ ଉତ୍ସାହିତ ବେଶ୍ ଉତ୍ସାହିତ ଥିଲେ । ତେଣୁ ସେ ବିଶ୍ରାମ କରିବା ବଦଳରେ ଅଭ୍ୟାସ କରିବାକୁ ବାଛିଥିଲେ । ଆହତ ହେବା ପରେ ପନ୍ତ ଅତନ୍ୟ କଷ୍ଟ ଅନୁଭବ କରିଥିଲେ । ମେଡିକାଲ ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ସେ ଅଭ୍ୟାସ ଜାରି ରଖିବା ସ୍ଥିତିରେ ନଥିଲେ । ମେଡିକାଲ ଷ୍ଟାଫଙ୍କ ସହ ମୈଦାନ ଛାଡି ବାହାରକୁ ଚାଲିଯାଇଥିଲେ । କିଛି ସମୟ ପରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏବଂ ଚୟନ କମିଟି ଅଧ୍ୟକ୍ଷ ଅଜିତ୍ ଅଗରକରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ପନ୍ତଙ୍କୁ ସିରିଜରୁ ବାଦ୍ ଦିଆଯାଇଥିବା ଖବର ଆସିଥିଲା । 

ସମ୍ଭାବ୍ୟ ଭାରତୀୟ ଏକାଦଶ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ।