ମୋ ରେକର୍ଡ ଖରାପ ନାହିଁ…’, ଲାଇଭ୍ ଇଣ୍ଟରଭ୍ୟୁରେ ହର୍ଷ ଭୋଗଲେଙ୍କ ପ୍ରଶ୍ନ ଶୁଣି ରାଗିଗଲେ ପନ୍ତ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଳୀ,୩୦।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଋଷଭ ପନ୍ତଙ୍କ ଖରାପ ଫର୍ମକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି। ଋଷଭ ପନ୍ତଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ମିଳୁଛି ଓ ସଞ୍ଜୁ ସାମସନଙ୍କୁ ବାହାରେ ବସିବାକୁ ପଡୁଛି। ଲଗାତାର ଟାର୍ଗେଟ ଭିତରେ ଋଷଭ ପନ୍ତ ନିଜେ ନିଜର ଫର୍ମକୁ ନେଇ ସିଧା ଭାବରେ କହିଛନ୍ତି ମୋ ନମ୍ବର ଏବେ ବି ଖରାପ ନୁହେଁ। କମେଣ୍ଟେଟର ହର୍ଷ ଭୋଗଲେଙ୍କ ସହ ଇଣ୍ଟରଭ୍ୟୁରେ ଏଭଳି କିଛି ଖପ୍ପା ହୋଇ କହିଥିଲେ ଋଷଭ ପନ୍ତ। ତେବେ ଏଭଳି ବୟାନ ଦେବାର କିଛି ସମୟ ପରେ ଋଷଭ ପନ୍ତ ତୃତୀୟ ଓ୍ବାନଡେ୍ରେ କେବଳ ୧୦ ରନ୍ କରି ଆଉଟ୍ ହୋଇଥିଲେ।
ମ୍ୟାଚ୍ ପୂର୍ବରୁ କମେଣ୍ଟେଟର ହର୍ଷ ଭୋଗଲେ ଋଷଭ ପନ୍ତଙ୍କ ସହ କଥା ହୋଇଥିଲେ। ଋଷଭ ଏହା କହିଛନ୍ତି ଯେ, ମୁଁ ଟି-୨୦ କ୍ରିକେଟରେ ଓପନିଂ କରିବାକୁ ଚାହିଁବି, ସେଭଳି ଓ୍ବାନଡେରେ ନମ୍ବର ୪ କିମ୍ବା ୫ ଠିକ୍ ଓ ଟେଷ୍ଟରେ ନମ୍ବର-୫ରେ ବ୍ୟାଟିଂ କରୁଛି। କିନ୍ତୁ କୋଚ୍ ଓ କ୍ୟାପଟେନ୍ କିଭଳି ଭାବରେ ଟିମ୍ ପାଇଁ ଭଲ ଭାବନ୍ତି, ତାକୁ ନେଇ ନିର୍ଭର କରେ। ମୋତେ ଯେତେବେଳେ ସୁଯୋଗ ମିଳିଥାଏ. ମୁଁ ଭଲ କରିବାକୁ ଚେଷ୍ଟା କରେ।
Bruh control the arrogance 😳💀 pic.twitter.com/HS0xLCmz3i
— Shivani (@meme_ki_diwani) November 30, 2022
ଆଲୋଚନା ବେଳେ ହର୍ଷ ଭୋଗଲେ କହିଛନ୍ତି, ଆପଣଙ୍କ ଟେଷ୍ଟ ନମ୍ବର ବଢିଆ, କିନ୍ତୁ ଓ୍ବାନଡେ ଓ ଟି-୨୦ରେ ଏହାଠାରୁ ଭଲ ନାହିଁ। ଏହି ପ୍ରଶ୍ନର ଉତ୍ତରରେ ଋଷଭ ପନ୍ତ କହିଥିଲେ, ହ୍ବାଇଟ୍ ବଲ୍ କ୍ରିକେଟରେ ମୋର ନମ୍ବର ଏତେ ଖରାପ ନୁହେଁ, ମୁଁ ଏବେ ୨୪-୨୫ ବର୍ଷର ଓ ଏଭଳି ସ୍ଥିତିରେ ଏବେ ତୁଳନା କରିବା ଠିକ୍ ନୁହେଁ। ଯେତେବେଳେ ମୁଁ ୩୦-୩୨ ବର୍ଷର ହୋଇଯିବି, ସେତେବେଳେ ଏଭଳି ତୁଳନା କରାଯାଇ ପାରେ। ଏହି ସମୟରେ ପନ୍ତ ଟିକେ ଖପ୍ପା ହୋଇଥିବାର ଦେଖି ହର୍ଷ ଭୋଗଲେଙ୍କ ମଧ୍ୟ ନିଜର କଥାରେ ପରିବର୍ତ୍ତନ କରିଥିଲେ।
ଋଷଭ ପନ୍ତଙ୍କ ଏହି ଇଣ୍ଟରଭ୍ୟୁ ଦେଖୁ ଦେଖୁ ଖୁବ୍ ଭାଇରାଲ ହୋଇଯାଇଥିଲା ଓ ଯେଉଁଭଳି ଭାବରେ ସେ କମେଣ୍ଟେଟର ହର୍ଷ ଭୋଗଲେଙ୍କ କଥା କଥା ହୋଇଥିଲେ ତାକୁ ଲୋକମାନେ ପସନ୍ଦ କରିନାହାନ୍ତି। ବହୁ ଟ୍ବିଟର ୟୁଜର୍ସ କହିଛନ୍ତି, ଖୁବ୍ ଗର୍ବରେ ପନ୍ତ କଥା ହେଉଛନ୍ତି, ତାକୁ ଟିକେ ଭଲରେ କଥା ହେବା ଦରକାର। ଆଉ କିଛି ୟୁଜର କହିଛନ୍ତି, ଏଭଳି ପ୍ରଶ୍ନର ଉତ୍ତର ଦେଇ ପନ୍ତ କିଭଳି ଖପ୍ପା ହୋଇଗଲେ ? ଉଲ୍ଲେଖନୀୟ ଯେ, ଟି-୨୦ ଓ୍ବାର୍ଲ୍ଡକପ୍ରେ ମଧ୍ୟ ପନ୍ତଙ୍କୁ ଦୁଇଟି ସୁଯୋଗ ମିଳିଥିଲା, କିନ୍ତୁ ସେଥିରେ ସେ ଫେଲ୍ ହୋଇଥିଲେ। ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ କିଛି ଭଲ କମାଲ କରିପାରି ନାହାନ୍ତି। ଆସନ୍ତା ବର୍ଷ ବିଶ୍ବକପ୍ନ, ଏଭଳି ସ୍ଥିତିରେ ଏବେଠାରୁ ଚିନ୍ତା ଆରମ୍ଭ ହୋଇଯାଇଛି।