PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବ୍ରିଟେନରେ ଅର୍ଥନୈତିକ ସଂଘର୍ଷ ଜାରି, ମାନ୍ଦାବସ୍ଥାକୁ ସଜାଡିବାକୁ ୫୫ ହଜାର କୋଟି ପାଉଣ୍ଡର ଆର୍ଥିକ ଯୋଜନା ଆଣିଲେ ପ୍ରଧାନମନ୍ତ୍ରୀ ରୁଷି ସୁନକ…

ନୂଆଦିଲ୍ଲୀ: ବ୍ରିଟେନ ଅର୍ଥନୈତିକ କ୍ଷେତ୍ରରେ ଏହାର ସଂଘର୍ଷ ଜାରି ରଖିଛି । ଦିନକୁ ଦିନ ଏହାର ଅର୍ଥନୀତି ହ୍ରାସ ପାଉଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ରୁଷି ସୁନକ ଆର୍ଥିକ ମନ୍ଥରତାକୁ ଦୂର କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି । ବ୍ରିଟିଶ ସରକାର ୫୫ ହଜାର କୋଟି ପାଉଣ୍ଡର ଆର୍ଥିକ ଯୋଜନା ଉପସ୍ଥାପନ କରିଛନ୍ତି ।

ଅର୍ଥମନ୍ତ୍ରୀ ଜେରମି ହଣ୍ଟ ସରକାରଙ୍କ ଜରୁରୀକାଳୀନ ବଜେଟକୁ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଟିକସ ହାରରେ ଏକ ବଡ ବୃଦ୍ଧି ଘଟିଛି । ବ୍ରିଟେନରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିବାର ନାଁ ନେଉନାହିଁ । ଏହି କାରଣରୁ ଟିକସ ହାର ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମର୍ଥିତ ହାଉସ ଅଫ୍ କମନ୍ସରେ ଏହି ଉପସ୍ଥାପନ କରିଥିଲେ ।

ଶକ୍ତି କମ୍ପାନୀଗୁଡିକ ଉପରେ ୱିଣ୍ଡଫଲ ଟ୍ୟାକ୍ସ ବୃଦ୍ଧି କରାଯାଇଛି । ଏହାକୁ ୨୫% ରୁ ୩୫% କରାଯାଇଛି  ।

ବୈଦ୍ୟୁତିକ ଜେନେରେଟର ଉପରେ ୪୫ ପ୍ରତିଶତ ଅସ୍ଥାୟୀ ଟିକସ ଲାଗୁ କରାଯାଇଛି ।

ବାର୍ଷିକ ୧.୨୫ ଲକ୍ଷ ପାଉଣ୍ଡ ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକମାନେ ମଧ୍ୟ ଟପ୍ ଟ୍ୟାକ୍ସ ଅଧୀନରେ ଆସିବେ ।

୨୦୨୫ ରୁ ବୈଦ୍ୟୁତିକ ଯାନ ଉପରେ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବ ନାହିଁ

ବଜେଟ ସହ ଉପସ୍ଥାପନ ହୋଇଥିବା ଓବିଆର (OBR) ରିପୋର୍ଟରେ ଦର୍ଶାଯାଇଛି ଯେ ଶକ୍ତି ମୂଲ୍ୟରେ ବିପୁଳ ବୃଦ୍ଧି ପାଇଁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦାୟୀ । ରିପୋର୍ଟ ଅନୁଯାୟୀ, ୨୦୨୪ ପର୍ଯ୍ୟନ୍ତ ଅର୍ଥନୀତିରେ ଉନ୍ନତି ହେବାର କୌଣସି ଆଶା ନାହିଁ । ସୂଚନାଥାଉକି, ଯେ ବ୍ରିଟେନରେ ମୁଦ୍ରାସ୍ଫୀତି ୪୧ ବର୍ଷର ରେକର୍ଡ ଭାଙ୍ଗିଛି । ସର୍ବଶେଷ ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୨ ମଧ୍ୟରେ ବ୍ରିଟେନରେ ଖୁଚୁରା ମୁଦ୍ରାସ୍ଫୀତି ୧୧.୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ୧୯୮୧ ପରଠାରୁ ସର୍ବୋଚ୍ଚ ସ୍ତର ଅଟେ ।