ନୂଆଦିଲ୍ଲୀ,୦୭/୦୨; ବିଏମସି ନିର୍ବାଚନରେ ମହାୟୁତି ମେଣ୍ଟର ଦମଦାର ବିଜୟ ପରେ କିଏ ଗାଦିରେ ବସିବ ତାର ପ୍ରସ୍ତୁତି ଆରମ୍ଭ ହୋଇଛି । ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ନିର୍ବାଚନ ପାଇଁ ମେୟର ଏବଂ ଡେପୁଟି ମେୟରଙ୍କ ନାମ ଫାଇନାଲ୍ ହୋଇଛି । ମେୟର ବିଜେପିରୁ ନିର୍ବାଚିତ ହୋଇଥିବା ବେଳେ ଏବଂ ଦଳ ଏହି ପଦବୀ ପାଇଁ ରିତୁ ତାୱଡେଙ୍କୁ ମନୋନୀତ କରିଛି । ବିଜେପି ନେତା ଅମିତ ସଟମ୍ ଶ୍ରୀମତୀ ତାୱାଡେଙ୍କ ନାମ ଘୋଷଣା କରିଛନ୍ତି । ଏଠାରେ ପ୍ରଥମ ଥର ପାଇଁ ଜଣେ ବିଜେପି ମେୟର ନିର୍ବାଚିତ ହେବେ । ଶିବସେନା ପକ୍ଷରୁ ସଞ୍ଜୟ ଘାଡି ଡେପୁଟି ମେୟର ପଦ ପାଇଁ ମନୋନୀତ ହୋଇଛନ୍ତି । ଡେପୁଟି ମେୟର ଭାବରେ ତାଙ୍କର କାର୍ଯ୍ୟକାଳ ଦେଢ଼ ବର୍ଷ ରହିବ ।
ରିତୁ ତାୱଡେ କିଏ ? ରିତୁ ତାୱଡେ ଲଗାତାର ତୃତୀୟ ଥର ପାଇଁ ଘଟକୋପରରୁ କାଉନସିଲର ଭାବରେ ନିର୍ବାଚିତ ହୋଇଛନ୍ତି । ସେ ପୂର୍ବରୁ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ। ସେ ବର୍ତ୍ତମାନ ମହାରାଷ୍ଟ୍ର ପ୍ରଦେଶ ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୨ ରେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ସେବେଠାରୁ, ଦଳ ଭିତରେ ତାଙ୍କର ପ୍ରତିଷ୍ଠା କ୍ରମାଗତ ଭାବରେ ବଢି ବଢି ଚାଲିଛି । ଏବେ ତାଙ୍କ ଭାଗ୍ୟ ଚମକିଛି । ସେ ବିଏମ୍ସି ମେୟର ହେବାକୁ ଯାଉଛନ୍ତି । ରିତୁ ତାୱଡେ ଜଣେ ବରିଷ୍ଠ ବିଜେପି କର୍ପୋରେଟର । ସେ ୨୦୧୨ ରେ ୱାର୍ଡ ନମ୍ବର ୧୨୭ ରୁ ଜିତିଥିଲେ, ୨୦୧୭ ରେ ୱାର୍ଡ ନମ୍ବର ୧୨୧ ରୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୨୫ ନିର୍ବାଚନରେ ୱାର୍ଡ ନମ୍ବର ୧୩୨ରୁ ଜିତିଥିଲେ ।
ରିତୁ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନର ଶିକ୍ଷା କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ମେୟର ପଦ ପାଇଁ ଏକ ଦୃଢ଼ ଦାବିଦାର ଭାବରେ ବିବେଚିତ ହୋଇଥିଲେ । ଆଜି ନାମାଙ୍କନ ଦାଖଲ ପରେ କିଛି ଦିନ ପରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ । ବିପକ୍ଷ ପକ୍ଷରୁ କାହାକା ପ୍ରାର୍ଥୀ କରାଯାଇନାହିଁ । ଯେଉଁଥିରେ ରିତୁଙ୍କ ପାଇଁ ପଥ ପରିଷ୍କାର ହୋଇଛି । ଯଦି ସେ ନିନ୍ଦ୍ବନ୍ଦରେ ନିର୍ବାଚିତ ହୁଅନ୍ତି ତେବେ ମୁମ୍ବାଇକୁ ଏମିତି ଜଣେ ମେୟର ମିଳିବେ ଯିହାଙ୍କ ପାଖରେ ଶିକ୍ଷାରେ ସୁଧାର ଆଣିବା କ୍ଷେତ୍ରରେ ଲମ୍ଭା ଅନୁଭବ ରହିଛି ।
ଏହା ବି ପଢନ୍ତୁ...ଯମୁନା ଏକ୍ସପ୍ରେସୱେରେ ବଡ଼ ଦୁର୍ଘଟଣା; ୧୫ ଜଣଙ୍କୁ ଚାପି ଦେଲା କଣ୍ଟେନର, ୬ ମୃତ, ଅନେକ ଆହତ
କହି ରଖୁଛି କି, ୧୫ ଜାନୁଆରୀ ୨୦୨୬ରେ ବିଏମସି ନିର୍ବାଚନ ହୋଇଥିଲା, ଯେଉଁଥିରେ ବିଜେପି ଏବଂ ଏକନାଥ ସିନ୍ଦେଙ୍କ ଶିବସେନାର ମହାୟୁତି ମେଣ୍ଟ ବହୁମତ ହାସଲ କରିଥିଲେ । ଏହି ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ହୋଇ ପ୍ରାୟ ୮୯ଟି ଆସନ ଜିତିଥିଲା । ଶିବସେନା ସିନ୍ଦେ ଗୋଷ୍ଠୀ ୨୯ଟି ଆସନ ଜିତିଥିଲା । ମୋଟ ଉପରେ, ମହାୟୁତିର ୧୧୮ରୁ ଅଧିକ ଆସନ ଅଛି । ୨୨୭ ସଦସ୍ୟ ବିଶିଷ୍ଟ ଗୃହରେ ବହୁମତ ପାଇଁ ୧୧୪ଟି ଆସନ ଆବଶ୍ୟକ।