PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସୁବିଧାବାଦୀ ନୀତିଶ କୁମାର: ବିପଦ ଆସିଲେ ମେଣ୍ଟରୁ ଓହରନ୍ତି ପୁଣି ସୁବିଧା ଦେଖି କୋଳେଇ ନିଅନ୍ତି, ୧୦ ବର୍ଷରେ ୭ଥର ମାଷ୍ଟର ଷ୍ଟ୍ରୋକ୍

ପାଟନା ୦୯/ ୦୮: ମାରିନେଲା ମହାମେଣ୍ଟ, ଚାହିଁ ରହିଛି ବିଜେପି । ସୁବିଧାବାଦୀ ନୀତିଶ କୁମାର ପୁଣି ଦେଇଛନ୍ତି ମାଷ୍ଟର ଷ୍ଟ୍ରୋକ୍‌ । ମାତ୍ର କେଇ ଘଣ୍ଟାରେ ବଦଳିଗଲା ବିହାର ରାଜନୀତିର ଦୃଶ୍ୟପଟ । ଭାରତୀୟ ଜନତା ପାର୍ଟିକୁ ମାଷ୍ଟର ଷ୍ଟ୍ରୋକ୍‌ ଦେଇ ମହାମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି ନୀତିଶ କୁମାର । ମଙ୍ଗଳବାର ଅପରାହ୍ନରେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛି ନୀତିଶ । କେବଳ ସେତିକି ନୁହେଁ ମିଳିତ ମେଣ୍ଟ ବିଧାୟକ ସମେତ ମୋଟ ୧୬୦ ଜଣ ସଦସ୍ୟଙ୍କ ସମର୍ଥନ ଥିବା ଦାବି କରି ସରକାର ଗଠନ କରିବାକୁ ଅନୁମତି ଦେବାକୁ ରାଜ୍ୟପାଳଙ୍କୁ କହିଛନ୍ତି JDU ସୁପ୍ରିମୋ ।

ଏ ତମାମ୍‌ ଘଟଣାକ୍ରମକୁ ଦେଖିଲେ ବିଜେପି ଯେ ଜଳକା ହୋଇଯାଇଛି ତାହା ସ୍ପଷ୍ଟ ଅନୁମେୟ । କାରଣ ନା ଅଛି କିଛି ଅଭିଯୋଗ, ନା ବିଜେପି ସହ ଫାଟ ନେଇ କୌଣସି ସୂଚନା । କିଛି ସୋର୍‌ ଶବ୍ଦ ନଥାଇ ଏନଡିଏ ମେଣ୍ଟରୁ ଓହରି ଯାଇଛନ୍ତି ନୀତିଶ କୁମାର । ଆଉ ଏବେ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ସହ ମେଣ୍ଟ କରି ମିଳିତ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିଜେପି ସହ ନୀତିଶଙ୍କ ମତଭେଦ କାହିଁକି ହେଲା ? ହଠାତ୍‌ କାହିଁକି JDU ବିଧାୟକ ଏବଂ ସାଂସଦ NDA ମେଣ୍ଟରୁ ଓହରି ଯିବାକୁ ଚାହିଁଲେ? ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ନୀତିଶ କୁମାର । ଇସ୍ତଫା ଦେବା ପରେ କେବଳ ଔପଚାରିକ ଭାବେ କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲି । ଆମେ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (NDA) ସହ ମେଣ୍ଟ ଭାଙ୍ଗିଲୁ । ସମସ୍ତ ଜେଡିୟୁ ବିଧାୟକ, ସାଂସଦ ଏନଡିଏ ଛାଡିବାକୁ ଚାହୁଁଥିଲେ । ତେଣୁ ଆମେ ଏହି ନିଷ୍ପତ୍ତି ନେଲୁ’।

ଶୁଣିବାକୁ ମିଳୁଛି ନୀତିଶ କୁମାର ପୁଣି ମୁଖ୍ୟମନ୍ତ୍ରୀ ହେବେ ଏବଂ ଲାଲୁ ତନୟ ତେଜସ୍ବୀ ଯାଦବଙ୍କୁ ମିଳିବ ଉପ-ମୁଖ୍ୟମନ୍ତ୍ରୀ ପଦବୀ ସମେତ ଗୃହମନ୍ତ୍ରୀ ପଦ । ଏହା ସହିତ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ତେଜସ୍ବୀଙ୍କ ଗୋଷ୍ଠୀ ନିକଟରେ ରହିବ । କେବଳ ସେତିକି ନୁହେଁ ବାଚସ୍ପତି ମଧ୍ୟ ତେଜସ୍ବୀ ଯାଦବଙ୍କ ଦଳରୁ ହିଁ ରହିପାରନ୍ତି ।

ବିହାରରେ ନୀତିଶ କୁମାରଙ୍କ ନିର୍ମଳ ଛବି ରହିଛି । ନିଜର ଏହି ଛବିକୁ ବଳ କରି ସେ JDUରୁ ଅଧିକ ଆସନ ଜିତିଥିବା RJD ଏବଂ BJPକୁ ନିଜ ସର୍ତ୍ତ ମାନିବାକୁ ବାଧ୍ୟ କରୁଥିଲେ । ନୀତିଶ କୁମାରଙ୍କ ଅନେକ ଥର ରାଜନୈତିକ ପଣ୍ଡିତମାନଙ୍କୁ ନିଜର ଏପରି ନିଷ୍ପତ୍ତିରେ ଚକିତ କରାଇଛନ୍ତି । ୨୦୦୫ରେ ବିଜେପି ସହ ମିଶି ବିହାରରେ ସରକାର ଗଠନ କରିଥିବା ନୀତିଶ କୁମାର ପ୍ରଥମ ଥର ୨୦୧୨ରେ ସମସ୍ତଙ୍କୁ ଚକିତ କରାଇଥିଲେ । ସେତେବେଳେ ସେ NDAରେ ଥିଲେ, କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ସେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ ଜଣାଇଥିଲେ । ଏହାପରେ ୨୦୧୩ ମସିହାରେ ଯେତେବେଳେ ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା, ସେତେବେଳେ ନୀତିଶ ୧୭ ବର୍ଷର ସମ୍ପର୍କକୁ ଭାଙ୍ଗି ଅଲଗା ହୋଇଥିଲେ ।

ଏହାପରେ JDU ୨୦୧୪ ସାଧାରଣ ନିର୍ବାଚନ RJD ସହ ମିଶି ଲଢିଥିଲା, କିନ୍ତୁ ମୋଦି ଲହର ଆଗରେ ତିଷ୍ଠି ପାରି ନଥିଲା । ସେହି ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ଜୀତନ ରାମ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ଏହାପରେ ୨୦୧୫ର ବିଧାନସଭା ନିର୍ବାଚନରେ ମହାମେଣ୍ଟ ସହ ମିଶି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ । କେବେଳ ଏତିକି ନୁହେଁ ୨୦୧୭ ଜୁନରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ମହାମେଣ୍ଟ ସରକାରରେ ଥାଇ UPAର ମୀରା କୁମାରଙ୍କ ପରିବର୍ତ୍ତେ NDA ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇଥିଲେ JDU ସୁପ୍ରିମୋ ନୀତିଶ କୁମାର ।

ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ମାସ ପରେ ଜୁଲାଇରେ ମହାମେଣ୍ଟ ହାତ ଛାଡିଥିଲେ ଏବଂ ପୁଣି ଥରେ BJP ସହ ମିଶି ସରକାର ଗଠନ କରିଥିଲେ । ଗତ ବର୍ଷରୁ ବିଜେପି ଏବଂ JDU ଏକାସାଙ୍ଗରେ ଚାଲିଥିଲେ, କିନ୍ତୁ ଚଳିତ ବର୍ଷ ଏପ୍ରିଲ ମାସରେ ନୀତୀଶ କୁମାର ପୁଣି ଥରେ ସମସ୍ତଙ୍କୁ ଚକିତ କରାଇଥିଲେ । ରାବଡୀ ଦେବୀଙ୍କ ଘରେ ଆୟୋଜିତ ଇପ୍ତାର ପାର୍ଟିରେ ସାମିଲ ହୋଇଥିଲେ । ପାଞ୍ଚ ବର୍ଷ ପରେ ହୋଇଥିବା ଏହି ଭେଟଘାଟ ପରଠୁ ରାଜ୍ୟରେ ଚର୍ଚ୍ଚା ଅଧିକ ହୋଇଥିଲା, ଯାହାର ଏବେ ଅନ୍ତ ଘଟିଛି । ଏବେ ନୀତୀଶ କୁମାର ପୁଣି ଥରେ NDA ହାତ ଛାଡି ମହାମେଣ୍ଟ ସହ ସରକାର ଗଠନ କରିବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର