କୋକସରା ୦୮/୧୨ ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ମଧ୍ୟାହ୍ନରେ ଏକ ଦ୍ରୁତ ଗତିରେ ଯାଉଥିବା ଟ୍ରଲର ତିନିଟି ଗାଡିକୁ ଧକ୍କା ଦେଇଛି । ଟ୍ରଲରଟି ଭବାନୀପାଟଣା ପଟୁ ଜୟପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରଲରର ନମ୍ବର ହେଉଛି ଏନ ଏଲ୦୧ ଏଜି ୮୮୭୭ । ତେବେ ଦୁର୍ଘଟଣାରେ ରାସ୍ତାକଡରେ ରହିଥିବା ବୋଲେରୋ, ଟ୍ରାକ୍ଟର, ବାଇକ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଉପରେ ମାଡି ଯିବାରୁ ୩ ଜଣ ବ୍ୟକ୍ତି ଗୁରୁତର ହୋଇ ପଡ଼ିଛନ୍ତି । ଗ୍ରାମବାସୀ ମାନେ ଡ୍ରାଇଭରକୁ କାବୁ କରିବା ସହ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପରେ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ଡ୍ରାଇଭରକୁ ନେଇ ଥାନାରେ ଅଟକ ରଖିଥିବା ବେଳେ ଗୁରୁତର ୩ ଜଣ ହେଲେ ଚିଲିଗୁଡା ଗ୍ରାମର ପ୍ରଶାନ୍ତ ସିଂ, ଭୋଳା ଶଙ୍କର ନାଏକ ଓ ଶଙ୍କର ନିଆଁଲ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ପ୍ରଶାନ୍ତ ସିଂ ଙ୍କୁ ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଟକ ଡ୍ରାଇଭର ହେଲେ ପଞ୍ଜାବର ରାମ ଦାସ ଗ୍ରାମର ଗୁରଚନ ସିଂ ଓ ଟ୍ରଲର ଟି ରାୟପୁରର ବୋଲି ସୂଚନା ଦେଇଛନ୍ତି। କୋକସରା ପୋଲିସ ଟ୍ରଲରକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।