ବଡ଼ମ୍ବା,୦୫/୧୨: କଟକର ବଡ଼ମ୍ବା ତେଲି ସାହିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଅଟୋ,ଇକୋ ଏବଂ ମଟରସାଇକେଲ ଉପରେ ଚଢିଗଲା ବାଲି ବୋଝେଇ ହାଇୱା। ଫଳରେ ଗାଡିଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନା ମୁତାବକ, ଶୁକ୍ରବାର ଭୋର ୪ ଟା ସମୟରେ ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ଅଟୋ,ଇକୋ ଏବଂ ମଟରସାଇକେଲ ଉପରେ ଚଢ଼ିଯାଇଥିଲା । ଗାଡ଼ିଗୁଡ଼ିକ ରାସ୍ତା ପାର୍ଶ୍ୱରେ ଥିବାପରୁ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରୁ ହାଇୱା ଚାଳକ ଚମ୍ପଟ ମାରିଛି। ସେପଟେ ଘଟଣାକୁ ଖବର ପାଇ ବଡ଼ମ୍ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜ୍ଜୁ କରିବା ସହ ସମସ୍ତ ଗାଡ଼ିକୁ ଜବତ କରିଛି।