ଚିକିଟି ,୦୩/୦୯: ଗଞ୍ଜାମ ଜିଲ୍ଲା ଚିକିଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦମ୍ପତିଙ୍କୁ ଧକ୍କା ଦେଲା ସାର ବୋଝେଇ ଟ୍ରାକ୍ଟର  । ଫଳରେ ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର ହୋଇଛନ୍ତି । ମୃତ ମହିଳା ହେଲେ ୪୭ ବର୍ଷୀୟ ପଦ୍ମା ସେଠୀ । ଗୁରୁତର ବ୍ୟକ୍ତି ତାଙ୍କ ସ୍ବାମୀ ପ୍ରଦୀପ କୁମାର ସେଠୀ। ଉଭୟେ ହେଉଛନ୍ତି ଜକର ଗ୍ରାମର ଏକ ଦମ୍ପତ୍ତି। ଏନେଇ ଖବର ପାଇ ମହିଳାଙ୍କ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସେପଟେ  ପ୍ରଦୀପକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। ସେପଟେ ଏହି ଖବର ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।