ନରସିଂହପୁର, ୧୧/୦୯: କଟକ ନରସିଂହପୁର ବ୍ଲକର ସରଧାପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ନରସିଂହପୁର ବ୍ଲକ୍ ପାଇକ ରେଗେଡ଼ା ଗାଁର ୨୦ ବର୍ଷୀୟ ସଞ୍ଜୟ ନାୟକ ଓ ମିଥୁନ ନାୟକ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଉଭୟ ସଞ୍ଜୟ ଓ ମିଥୁନ ଦୁର୍ଘଟଣାର କିଛି ସମୟ ପୂର୍ବରୁ ନରସିଂହପୁର ମେଡିକାଲକୁ ଯାଇଥିଲେ। ସେଠାରୁ ସେମାନେ ଘରକୁ ଫେରିବା ବାଟରେ ସରଧାପୁର ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣାର ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।