କୋକସରା,୧୪/୦୧: କଳାହାଣ୍ଡି ଜିଲ୍ଲା କୋକସରା ଥାନା ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ। ଫଳରେ ବାଇକରୁ ପଡି ୨ ଯୁବକ ମୃତ । ମୃତକ ହେଲେ କେନ୍ଦୁ ଡୋଙ୍ଗରି ଗ୍ରାମର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ ବୋଳି ଜଣାପଡିଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।