ତିରିଙ୍ଗ,୦୩/୦୯: ରାଇରଙ୍ଗପୁର ତିରିଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୋଲେରୋ ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଫଳରେ ବୋଲେରୋ ଡ୍ରାଇଭର ମୃତ । ତିରିଙ୍ଗ ପୁଲିସ ପହଞ୍ଚି ଟ୍ରକକୁ ବହଲଦାଠାରେ ଜବତ କରିଛି । 

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏକ ଟ୍ରକ୍ ତିରିଙ୍ଗ ପଟୁ ରାଇରଙ୍ଗପୁର ଆଡ଼କୁ ଯାଉଥିଲା । ଏହି ସମୟରେ ଏକ ବୋଲେରୋ ବାସୀଙ୍ଗିରୁ ତିରିଙ୍ଗ ଯାଉଥିଲା ।  ଡାଳିମା ରାଧା କୃଷ୍ଣ ମନ୍ଦିର ନିକଟରେ ଉଭୟ ଟ୍ରକ୍ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବୋଲେରୋ ଡ୍ରାଇଭର ସହିତ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ । ଏନେଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମସ୍ତଙ୍କୁ ପାଖ ରାଇରଙ୍ଗପୁର ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ବୋଲେରୋ ଡ୍ରାଇଭର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବୋଲେରୋରେ ତିରିଙ୍ଗ ବିଦ୍ୟୁତ କାର୍ଯ୍ୟାଳୟର କିଛି କର୍ମଚାରୀ ଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ତିରିଙ୍ଗ ପୁଲିସ ପହଞ୍ଚି ଟ୍ରକକୁ ବହଳଦାରୁ ଜବତ କରିଛି । ବର୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ସୂଚନା ମିଳିଛି ।