ସାଲୁର,୧୫।୦୨: ସାଲୁର ବାଇପାସ୍‌ରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ୭ ଯାତ୍ରୀ ଗୁରୁତର।  ସମସ୍ତ  ଗୁରୁତରଙ୍କୁ ଉଦ୍ଧାର କରାଯାଇ ବିଜୟନଗରମ୍‌ ସ୍ଥାନାନ୍ତର କରାଯାଇଛି। ଷ୍ଟିଅରିଂ ଜାମ୍ ହେବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ ଘଟଣାସ୍ଥଳରେ ସାଲୁର ପୁଲିସର ଛାନ୍‌ଭିନ୍ ଜାରି ରହିଛି। 

ଆହୁରି ପଢନ୍ତୁ-ପ୍ରେମିକାକୁ ଫୋନ୍‌ କରି ପୁଲିସ ଜାଲରେ ପଡ଼ିଲା ଦୁର୍ଦ୍ଦାନ୍ତ ମଧୁକାନ୍ତ, ସଂସାର ତ୍ୟାଗ କରି ବୈରାଗୀ ପାଇଁ କରିଥିଲା ପ୍ଲାନ୍

ସୂଚନା ମୁତାବକ,  ଗତକାଲି ବିଳମ୍ବିତ ରାତିରେ ଓଡିଶାରୁ ଆନ୍ଧ୍ର ଯାଉଥିଲା ଓଏସଆରଟିସି ବସ  । ହେଲେ ଓଡିଶା ଆନ୍ଧ୍ର ସୀମାନ୍ତ ସାଲୁର ବାଇପାସ୍ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସାଲୁର ବାଇପାସ୍ ରାସ୍ତାରେଷ୍ଟିଅରିଂ ଜାମ୍ ହେବା ଯୋଗୁଁ ଦୁର୍ଘଟଣା ହୋଇଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ବସରେ ୩୧ ଜଣ ଯାତ୍ରୀ ରହିଥିବା ବେଳେ ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ବାସିନ୍ଦା ସହାୟତାରେ ବିଜୟନଗରମ ମେଡିକାଲରେ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ବସ ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ  ପୁଲିସ ତଦନ୍ତ କରୁଛି।