ନୂଆଦିଲ୍ଲୀ,୨୪/୦୭: ଯୁଦ୍ଧ ଭିତରେ ଟାରିଫ୍ ବୋମା ଫୁଟାଇଛି ଆମେରିକା । ୨ ଦିନ ତଳେ ଜନେରିକ ଔଷଧ ନେଇ ଭାରତ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଦିବାକୁ ଘୋଷଣା କରିଥିଲେ । ଆଜି ପୁଣି ଆଉ ଏକ ଟାରିଫ୍ ବୋମା ଫୁଟାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଧ୍ୟତାମୂଳକ ଶ୍ରମରେ (forced labour)ତିଆରି ଉତ୍ପାଦ ଉପରେ ନିୟନ୍ତ୍ରଣ କଡ଼ାକଡ଼ି କରିବା ପାଇଁ ଆମେରିକା ଭାରତ ସମେତ ୧୭ଟି ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୧୦% ଅତିରିକ୍ତ ଶୁଳ୍କ ଘୋଷଣା କରିଛି । ଧାରା ୩୦୧ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ।  ଧାରା ୩୦୧ ତଦନ୍ତ ପରେ ଆମେରିକା ବାଣିଜ୍ୟ ପ୍ରତିନିଧି (USTR) କାର୍ଯ୍ୟାଳୟ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ଶୁଳ୍କ ଆଜିଠାରୁ ଲାଗୁ ହେବ ।

USTR ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ସେହି ଦେଶଗୁଡ଼ିକ ବିରୋଧରେ ନିଆଯାଇଛି ଯେଉଁମାନେ ବାଧ୍ୟତାମୂଳକ ଶ୍ରମରେ ତିଆରି ଉତ୍ପାଦକ ଆମଦାନୀକୁ ସୀମିତ କରିବା ପାଇଁ ପର୍ଯ୍ୟାପ୍ତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଇ ନାହନ୍ତି । କିମ୍ବା ଏହି ସମ୍ପର୍କରେ ନୂଆ ନିୟମନ ଲାଗୁ କହିନାହାନ୍ତି । ଭାରତକୁ ୧୦ ପ୍ରତିଶତ ନିମ୍ନ ଟାରିଫ୍ ସ୍ଲାବରେ ରଖାଯାଇଛି । ଅନ୍ୟ କିଛି ଦେଶ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲାଗୁ କରିବେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ, ୬୦ଟି ବିଣିଜ୍ୟିକ ଅଂଶୀଦାର ଦେଶର ସମୀକ୍ଷା କରାଯାଇଥିଲା । ପ୍ରାରମ୍ଭରେ, କୁହାଯାଉଥିଲା କି, ଭାରତ ଅତିରିକ୍ତ ୧୨.୫ ପ୍ରତିଶତ ଶୁଳ୍କ ସମ୍ମୁଖୀନ ହୋଇପାରେ । କିନ୍ତୁ ଶ୍ରମ ମାନଦଣ୍ଡ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ପରେ, ଭାରତତୁ ୧୦ ପ୍ରତିଶତ ସ୍ଲାବରେ ରଖାଯାଇଛି । ଆମେରିକା ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର କହିଛନ୍ତି ଯେ, ଦଶନ୍ଧି ଧରି ଆବେଦନ ସତ୍ତ୍ୱେ, ବିଶ୍ୱ ଯୋଗାଣ ଶୃଙ୍ଖଳରୁ ବାଧ୍ୟତାମୂଳକ ଶ୍ରମିକକୁ ଦୂର କରାଯାଇନାହିଁ । ସେ କହିଛନ୍ତି, ଯେ ଆମେରିକା ଦୀର୍ଘ ସମୟ ଧରି ବାଧ୍ୟତାମୂଳକ ଶ୍ରମିକରେ ତିଆରି ସାମଗ୍ରୀକ ଆମଦାନୀ ଉପରେ କଟକଣା ଜାରି କରିଆସିଛି । ଏବେ ଚାହୁଁଛି ଯେ, ଏହା ବାଣିଜ୍ୟିକ ଅଂଶୀଦାରମାନେ ସମାନ ପ୍ରଭାବଶୀଳ ପଦକ୍ଷେପ ନିଅନ୍ତୁ ।

ଏହା ବି ପଢନ୍ତୁ...Donald Trump Warns Saudi Arabia: ନ୍ୟୁକ୍ଲିୟର ଡିଲ୍ କରି ଏବେ ସାଉଦି ଆରବକୁ ଧମକାଉଛନ୍ତି କି ଟ୍ରମ୍ପ ? ରଖିଲେ ବଡ଼ ସର୍ତ୍ତ

ପାକିସ୍ତାନ ଏବଂ ବାଂଲାଦେଶ ଉପରେ ବି ୧୦% ଟାରିଫ- ଭାରତ ବ୍ୟତୀତ ଆର୍ଜେଣ୍ଟିନା, ବାଂଲାଦେଶ , କାମ୍ବୋଡିଆ, କାନାଡା, ଇକ୍ୟୁଏଡର୍, ଏଲ ସାଲଭାଡୋର, ଗୁଆଟେମାଲା, ହୋଣ୍ଡୁରାସ, ଇଣ୍ଡୋନେସିଆ, ଜୋର୍ଡାନ, ମାଲେସିଆ, ମେକ୍ସିକୋ, ପାକିସ୍ଥାନ, ଶ୍ରୀଲଙ୍କା, ତ୍ରିନିଦାଦ ଏବଂ ଟୋବାଗୋ ଏବଂ ବ୍ରିଟେନ ମଧ୍ୟ ୧୦% ଅତିରିକ୍ତ ଶୁଳ୍କ ଗୋଷ୍ଠୀରେ ଅଛନ୍ତି। ଅନ୍ୟାନ୍ୟ ଦେଶ ୧୨.୫% ​​ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କର ସମ୍ମୁଖୀନ ହେବେ । ସୂତ୍ର ଅନୁଯାୟୀ, ୧୨.୫ ପ୍ରତିଶତ ଶୁଳ୍କ ଲାଗୁ ହେବା ଆଶା ରଖି ଭାରତ ବାଧ୍ୟତାମୂଳକ ଶ୍ରମ ସହିତ ଜଡିତ ଉତ୍ପାଦଗୁଡ଼ିକର ଚିହ୍ନଟ ଏବଂ ତଦାରଖକୁ ବୃଦ୍ଧି କରୁଛି ।

ଏହା ବି ପଢନ୍ତୁ...​​​​​​​Trump Tariff: ଜେନେରିକ୍ ଔଷଧ ଉପରେ ଟ୍ରମ୍ପଙ୍କ ୨୦୦% ଶୁଳ୍କ ! ଭାରତୀୟ ଫାର୍ମା କମ୍ପାନୀଙ୍କ ବଢ଼ିଲା ଚିନ୍ତା