PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଡୁବୁଲି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ଛତ୍ରପୁର ୨୩/୩: ଚମାଖଣ୍ଡିଥାନା ଗୋପାଳପୁରବନ୍ଦର ନିକଟ ଡ଼ୁବୁଲି ଛକର କିଆବୁଦା ମୂଳରୁ ଯୁବକର ମୃତ ଦେହ ଉଦ୍ଧାର କରିଛି ପୁଲିସ l ତାଙ୍କ ନାଁ ଏ. ଚେନ୍ଦ୍ରୟା ବୋଲି ଜଣାପଡିଛି l ତାଙ୍କ ଘର ବଡ଼ ଆର୍ଜିପଲ୍ଲୀ ବୋଲି ପୁଲିସ କହିଛି l ପୁଲିସ ମୃତଦେହ ଜବତ କରିବା ପରେ ଅପରାହ୍ନରେ ବ୍ୟବଛେଦ କରିଛି l ସନ୍ଧ୍ୟାରେ ମୃତଦେହ ପରିବାରକୁ ହସ୍ତାନ୍ତର କରିବା ପରେ ଡ଼ୁବୁଲି ଛକ ଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଏବଂ ଗାଁ ଲୋକେ l ଘଟଣାସ୍ଥଳରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଚମାଖଣ୍ଡି ଆଇଆଇସି ସୁଦୀପ କୁମାର ସାହୁ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି l ଅଜଣା ଧକ୍କା କରିବା ଫଳରେ ତାର ମୃତ୍ୟ ହୋଇଛି l ଟ୍ରକଟି ଘଟଣାସ୍ଥଳରୁ ଚାଲିଯାଇଥିବା ଅଭିଯୋଗ କରୁଛନ୍ତି ତାଙ୍କ ପରିବାର ଲୋକ l ବାରମ୍ବାର ଟ୍ରକ ଧକ୍କାରେ ଏଠାରେ ଲୋକ ମରୁଥିବାରୁ ଅନ୍ୟ ରାସ୍ତା ନିର୍ମାଣ ଏବଂ କ୍ଷତି ପୂରଣ ଦାବିରେ ରାସ୍ତା ରୋକ ଜାରି ରହିବା ସହ ଉତ୍ତେଜନା ଲାଗି ରହିଛି l