ସୋରଡା, ୧୭।୧୨ : ସୋରଡ଼ା ଠାରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି କୁ ୪୭ କିମି ରାସ୍ତା । ସେଥିମଧ୍ୟ ରୁ ସୋରଡ଼ା ଠାରୁ ପିପଳପଙ୍କା ପର୍ଯ୍ୟନ୍ତ ୫୯ ନମ୍ବର ଜାତୀୟ ରାଜପଥ ନିର୍ମାଣ ସରିଛି। ଅବଶିଷ୍ଟ ୨୪ କିମି ଦାରିଙ୍ଗବାଡି ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ଥିବା ସହ ପ୍ରତିଦିନ ଦୁର୍ଘଟଣା ଘଟୁଛି I ଓଡିଶାର କାଶ୍ମୀର କୁହାଯାଉଥିବା ଏହି ରାସ୍ତା ରେ ସୋରଡ଼ା ପଟୁ ପ୍ରତିଦିନ ସହ ସହ ପର୍ଯ୍ୟଟକ, ବ୍ୟବସାୟୀ ଯାତାୟାତ କରୁଛନ୍ତି I ଏପରିକି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମ ବଙ୍ଗ ରାଜ୍ୟ ରୁ ଅଧିକ ଯାନବାହାନ ଯାତାୟାତ କରୁଛି I କେନ୍ଦ୍ର ସରକାର ଏହି ରାସ୍ତା ପାଇଁ ୭୦୦ କୋଟି ଖର୍ଚ୍ଚ ପାଇଁ ଘୋଷଣା କରିଥିଲେ I କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ରଗତି ଶୂନ । ପ୍ରତିବାଦରେ ପୂର୍ବ ଘୋଷଣା ମୁତାବକ ବୁଧବାର ପୂର୍ବତନ ଉପ ବାଚସ୍ପତି ସାଲୁଗା ପ୍ରଧାନ, ସୋରଡ଼ା ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ବିଜେଡି ନେତା ଭଗବାନ ପଣ୍ଡା, ସୁବାଷ ପଣ୍ଡା ସମେତ ବହୁ ଜନ ସାଧାରଣ ବାଇ ମେଲା ନିକଟରେ ଜାତୀୟ ରାଜ ପଥ ଅବରୋଧ କରିଥିଲେ I ଫଳରେ ଉଭୟ ପଟରୁ ସହ ସହ ଗାଡି ମୋଟର ଅଟକି ରହିଥିଲା I ଖବର ପାଇ ଦାରିଙ୍ଗବାଡି ବାଡ଼ି ତହସିଲଦାର, ସୋରଡ଼ା ପୋଲିସ ପହଂଚି ବୁଝା ସୁଝା କରିଥିଲେ I ପରେ ବାଲିଗୁଡା ଏସ୍ଡ଼ିପିଓ ଶୁଭମ ଭୋସଲେ ପହଂଚି ଅବରୋଧ ହଟାଇବା ପାଇଁ କହିଥିଲେ I ଜାତୀୟ ରାଜପଥ ଅଧିକ୍ଷଣ ଯନ୍ତ୍ରୀ ସୋମ୍ୟ ରଞ୍ଜନ ମଲିକ ପହଂଚି କହିଥିଲେ ୩ ମାସ ମଧ୍ୟ ରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବା ସହ ଅନୁସଙ୍ଗିକ ପଦକ୍ଷେପ ନିଆଯିବ I ପରେ ଦୀର୍ଘ ୬ ଘଣ୍ଟା ପରେ ଅବରୋଧ ହଟିଥିଲା I
ସୂଚନା ଯୋଗ୍ୟ ଯେ ସୋରଡ଼ା ଠାରୁ ପିପଳପଙ୍କା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ୫ ବର୍ଷ ରୁ ଉର୍ଦ୍ଧ୍ୱ ହେବ ସରିଥିବା ବେଳେ ପିପଳପଙ୍କା ଠାରୁ ଦାରିଙ୍ଗବାଡି ୨୪ କିମି ଅଣ ଓସାରିଆ ତଥା ବିପଦପୂର୍ଣ୍ଣ ଅଛି I ଟିକେ ଅସାବଧାନତା ରେ ଗାଡି ଘାଟି ତଳକୁ ଯିବା ସହ ଜୀବନ ପଳେଇବା ସମ୍ଭାବନା ରହିଛି।ପ୍ରତିଦିନ ବାହାର ରାଜ୍ୟ ତଥା ଓଡିଶାର ବିଭିର୍ଣ୍ଣ ପ୍ରାନ୍ତରୁ ଚାଳକ ମାନେ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ରାସ୍ତା ପ୍ରତି ଅନଭିଜ୍ଞ ଥିବାରୁ ବହୁତ ସାବଧାନତା ଅବଲମ୍ବନ ହେଇ ଯାତାୟାତ କରୁଛନ୍ତି l ଯଥା ଶୀଘ୍ର ରାସ୍ତା ନିର୍ମାଣ କରାଯାଇ ଜନସାଧାରଣ ଙ୍କ ସୁବିଧା କରାଯାଉ ବୋଲି ପୂର୍ଵ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ କହିଛନ୍ତି l