PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରାସ୍ତାରେ ବୁଲା କୁକୁର ମାଳମାଳ, ବଢୁଛି ଦୁର୍ଘଟଣା ; କୁକୁର ବନ୍ଧ୍ୟାକରଣ ଯୋଜନା ଠପ୍

ଚନ୍ଦ୍ରଶେଖରପୁର, ୧୮ା୭(ଆପ୍ର): ରାଜଧାନୀ ରାଜରାସ୍ତା ହେଉ କି ଗଳିକନ୍ଦି ସବୁଠି ବୁଲା କୁକୁରଙ୍କ ରାଜ୍‌ । ରାତି ବଢିବା ସାଙ୍ଗକୁ ଏମାନଙ୍କ ଉତ୍ପାତ ବି ବଢୁଛି । ବିକଟାଲ ରଡ଼ି କରି ରାଜରାସ୍ତାକୁ ଏକପ୍ରକାର ନିଜ ଦଖଲକୁ ନେଇଯାଉଛନ୍ତି ଏହି କୁକୁର ପଲ । ନିସ୍ତବ୍ଧ ରାତିରେ ଏମାନଙ୍କ ରଡ଼ି ଯେମିତି କର୍ଣ୍ଣକଟୁ ହେଉଛି ଏମାନଙ୍କ ଉପଦ୍ରବ ବି ସେମିତି ଅସହ୍ୟ ହେଲାଣି । ଯଦି କାହାକୁ ଏପରି ନିଛାଟିଆ ସମୟରେ ଦେଖୁଛନ୍ତି ତେବେ କଥା ସରିଲା । କାମୁଡ଼ି ଲହୁଲୁହାଣ କରୁଛନ୍ତି ।

ଏପରି କୁକୁର ଉତ୍ପାତରୁ ବାଦ୍‌ ପଡ଼ିନି ଚନ୍ଦ୍ରଶେଖରପୁର ଅଞ୍ଚଳ । ଏଠାକାର ବିଭିନ୍ନ ରାସ୍ତା ଓ କଲୋନୀରେ ଏହି ବୁଲା କୁକୁରମାନେ ପାଲଟିଛନ୍ତିି ଏକଛତ୍ରବାଦୀ ରାଜା । ରାତି ୧୧ଟା ଡେଇଁଲା ପରେ ରାଜରାସ୍ତାକୁ ନିଜ କବ୍‌ଜାକୁ ନେଇଯାଉଛନ୍ତି । ବାଇକ୍‌ଠୁ ଆରମ୍ଭ କରି ଚାରି ଚକିଆ ପର୍ଯ୍ୟନ୍ତ କାହାକୁ ବାଟ ଛାଡ଼ୁ ନାହାନ୍ତି । ଯଦି କେହି ପଥଚାରୀ ବା ସାଇକେଲ୍‌ ଆରୋହୀ ଏହି ସମୟରେ ରାସ୍ତାରେ ଗଲା, ତେବେ କଥା ସରିଲା । କାମୁଡ଼ି ଲହୁଲୁହାଣ କରୁଛନ୍ତି । ହେଲେ ଏଥିପ୍ରତି ବିଏମ୍‌ସିର ଆଦୌ ନିଘା ନାହିଁ । କୁକୁର ବଂଶ ବୃଦ୍ଧିରେ ରୋକ୍‌ ଲଗାନଯିବାରୁ ଏମାନଙ୍କ ସଂଖ୍ୟା ଗତ ୫ ବର୍ଷ ଭିତରେ ୧୦ ଗୁଣା ବଢିଲାଣି । ସେହି ଅନୁପାତରେ ଏହି ବୁଲା କୁକୁରଙ୍କ ଦୋରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଛକ ହେଉ କି ରାସ୍ତାଘାଟ ଏମାନେ କିଛି ମାନୁ ନାହାଁନ୍ତି । ବଡ଼ କଥା ହେଲା ଏମାନଙ୍କ ପାଇଁ ଦୈନିକ ଛୋଟବଡ଼ ଦୃର୍ଘଟଣା ମାନ ଘଟୁଛି ।

ଏମାନଙ୍କ ପ୍ରାଦୃର୍ଭାବରେ ପଥଚାରୀ, ବାଇକ୍‌ ଚାଳକ ଓ ସ୍କୁଲ୍‌ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ଅବସ୍ଥାରେ ଯାତାୟତ କରୁଛନ୍ତି । ବିଶେଷ କରି ଚନ୍ଦ୍ରଶେଖରପୁରର ଜାଭିୟର ଛକ, ନାଲକୋ ଛକ, ଡମଣା, ବିଡିଏ,ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, ପଟିଆ, କାନନ ବିହାର, ପ୍ରଶାନ୍ତି ବିହାର, ଇନଫୋସିଟି ଓ ମାଛ ମାଂସ ଦୋକାନ ଥିବା ଅଞ୍ଚଳରେ ବୁଲା କୁକୁରଙ୍କ ଦୋରାତ୍ମ୍ୟ ଅଧିକ ଦେଖିବାକୁ ମିଳୁଛି ।
ଅନ୍ୟ ଏକ ସମସ୍ୟା ହେଉଛି ଏମାନଙ୍କ ଯୋଗୁଁ ଲୋକେ ଭୋରୁ ମର୍ଣ୍ଣିଂ ୱାକ୍‌ରେ ଯିବାକୁ ଭୟ କଲେଣି । ଭୋରୁ ଭୋରୁ ମହିଳା, ବରିଷ୍ଠ ନାଗରିକମାନେ ମର୍ଣ୍ଣି ୱାକ୍‌ରେ ଗଲା ବେଳେ କୁକୁର ସେମାନଙ୍କୁ ଭୁକିବା ସହ କାମୁଡ଼ି ଗୋଡ଼ାଉଛନ୍ତି । ଫଳରେ କିଛି ବରିଷ୍ଠ ନାଗିରିକ ପଡ଼ି ଖଣ୍ଡିଆ ଖାବରା ହେଉଥିବା ମଧ୍ୟ ଖବର ହସ୍ତଗତ ହୋଇଛି । ରାସ୍ତା ମଝିକୁ ରାତି ଅଧରେ ହଠାତ୍‌ ପଶି ଆସିବାରୁ କାହାର ଗୋଡ ଭାଙ୍ଗିଛି ତ ଆଉ କାହାର ହାତ ଭାଙ୍ଗୁଛି ।

ଗତ ରବିବାର ଦିନ ପଟିଆ ଗ୍ରାମର ସୁନିଲ ମଲ୍ଲିକ୍‌ ରାତିରେ ଘରକୁ ଫେରୁଥିବା ବେଳେ ନାଲ୍‌କୋ ଛକରେ କିଛି କୁକୁର ତାଙ୍କୁ ଗୋଡ଼ାଇଲେ । ଫଳରେ ସେ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ରାସ୍ତାରେ ପଡି ଗୁରୁତର ହୋଇଥିଲେ । ଏବେ ସେ ଚିକିତ୍ସାଧୀନ ଅଛନ୍ତି । ଏମିତି ଘଟଣା ଆଜିକାଲିର ନୁହେଁ । ସବୁ ଦିନ ଏମିତି ଘଟଣା ଘଟୁଛି । ବିଳମ୍ବିତ ରାତିରେ ବୁଲା କୁକୁରମାନଙ୍କର ବିକଟାଳ ରଡ଼ିି ଜନସାଧାରଣଙ୍କ ନିଦ୍ରା ଭଙ୍ଗ କରୁଛି । ଏ ସମ୍ପର୍କରେ ଜନସାଧାରଣ ବିଏମସିକୁ ବାରମ୍ବାର ଜଣାଇଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବାର ଅଭିଯୋଗ ହେଉଛି ।

କୁକୁର ବନ୍ଧ୍ୟାକରଣ ଯୋଜନା ଠପ୍

ବିଏମସି କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ବନ୍ଧ୍ୟାକରଣ ଯୋଜନା ଦିଶାହୀନ ହୋଇପଡିଥିବାରୁ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯେଉଁ କର୍ମଚାରୀମାନେ କୁକୁର ଧରିବା ପାଇଁ ନିଯୁକ୍ତି ପାଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ଉପଯୁକ୍ତ ସାଜ ସରଞ୍ଜାମ ଯୋଗାଇ ଦିଆଯାଇ ନାହିଁ । କେବଳ କାଗଜ କଲମରେ ବାର୍ଷିକ ଏତେ ଟଙ୍କା ଖର୍ଚ୍ଚ ହେଲା ବୋଲି ରିପୋର୍ଟ ପ୍ରକାଶ ପାଉଛି । ଅନ୍ୟ ପକ୍ଷରେ ବିଏମସି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସେମାନେ ଯେତେବେଳେ ବୁଲାକୁକୁରଙ୍କୁ ଧରୁଛନ୍ତି ସେତେବେଳେ ବହୁ ପଶୁପ୍ରେମୀ ସଂଗଠନଗୁଡ଼ିକ ସେମାନଙ୍କର ଏହି କାର୍ଯ୍ୟକୁ ତୀବ୍ର ବିରୋଧ କରୁଛନ୍ତି । ଫଳରେ ବାଧ୍ୟ ହୋଇ ବିଏମସି ଏହି କାର୍ଯ୍ୟରୁ ନିଜକୁ ଦୂରେଇ ରଖିବାକୁ ଶ୍ରେୟ ମଣୁଛି ।