ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

କାନପୁରର ଚୋର ପରିବାର; ବାପା, ମା’ଙ୍କ ସହ ଦୁଇ ପୁଅ କରନ୍ତି ଚୋରି

କାନପୁର, ୫/୬ :  ଚୋରି କରିବା ବି ଏକ କୌଶଳ । ମାତ୍ର ଆମେ ଆପଣଙ୍କୁ ଆଜି କହୁଛୁ ଏକ ଚୋର ପରିବାରର କଥା । ଯେଉଁଠି ସମ୍ପୂର୍ଣ୍ଣ ପରିବାର କରନ୍ତି ଚୋରି । କଥାଟା ଅବିଶ୍ବାସ ଲାଗୁଥିଲେ ବି ସତ । ଏଭଳି ଏକ ପରିବାର କାନପୁରରେ ଦେଖିବାକୁ ମିଳିଛି । ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି କିଭଳି ତାଙ୍କ ପୁଅ ଝିଅ ଭଲ ମଣିଷଟିଏ ହୋଇ ସମାଜରେ ତାଙ୍କର ନାଁ ରଖିବ । କିନ୍ତୁ ଏ ଏଭଳି ଏକ ପରିବାର ଯେଉଁଠି ବାପା ମା’ ଏବଂ ଦୁଇ ପୁଅ କରନ୍ତି ଚୋରି । ପ୍ରଥମେ ବାପା ମା’ ଏହି କାମ କରୁଥିଲେ ଏବଂ ପରେ ଦୁଇ ପୁଅଙ୍କୁ ଏହି କାମରେ ନିୟୋଜିତ କଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାସହ ମଧ୍ୟ ପଢନ୍ତୁ- ସୁଇଡେନ୍‌ରେ ସେକ୍ସକୁ କ୍ରୀଡ଼ା ମାନ୍ୟତା: ପଞ୍ଜୀକରଣ କରିବାରେ ପ୍ରଥମ ଦେଶ, ୮ରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

ଘଟଣା ଅନୁଯାୟୀ, ପୁଲିସ ରବିବାର ଚୋରି ଅଭିଯୋଗରେ ପରିବାରର ୪ସଦସ୍ୟ ସମେତ ୫ଜଣଙ୍କୁ ଗିରଫ କରିଛି । ଏହାସହ ତାଙ୍କ ୩ଜଣ ସାଥୀ ଏବେ ବି ଫେରାର ଅଛନ୍ତି । ତାଙ୍କୁ ଏବେ ଖୋଜା ଚାଲିଛି । କାନପୁରର ଜଏଣ୍ଟ ପୁଲିସ କମିଶନର ଆନନ୍ଦ ପ୍ରକାଶ ତିଓ୍ବାରୀ କହିଛନ୍ତି କି ଏହି ଚୋରି ଜନୈକ ଭାରତୀୟ ସୁବେଦାରଙ୍କ ଘରେ ହୋଇଛି । ସୁବେଦାର ଏହାର ଏତଲା ଥାନାରେ ଦେବା ପରେ ପୁଲିସ ତୁରନ୍ତ ଏହାର ଯାଞ୍ଚ ଆରମ୍ଭ କରିଛି । ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ପରେ ସାଇକେଲରେ ଯାଉଥିବା ଜନୈକ ଦମ୍ପତ୍ତିଙ୍କ ଉପରେ ସନ୍ଦେହ କରିଥିଲା । ପରେ ପୁଲିସ ଦମ୍ପତ୍ତିଙ୍କୁ ପଚରାଉଚରା କରିଥିଲା ।

{"id":583095,"width":840,"height":462,"sizeSlug":"full","linkDestination":"none"}

 ଏହାପରେ ଜଣାପଡ଼ିଥିଲା କି ଏହି ମାମଲା କ’ଣ ରହିଛି । ପୁଲିସର କହିବା ଅନୁଯାୟୀ, ସନ୍ଧ୍ୟା ନିଗମ ଏବଂ ରାଜେଶ ନିଗମ ନିଜର ଦୁଇ ପୁଅ ସହ ମିଶି ଏହି ଘଟଣା ଘଟାଇଥିଲେ । ଏମାନେ ଯାହା ଘରେ ଚୋରି କରିଥାନ୍ତି, ପ୍ରଥମେ ଉଭୟ ଦମ୍ପତ୍ତି ଯାଇ ସେହି ଘର ଚାରିପଟେ ବୁଲିଥାନ୍ତି । ପରେ ସବୁ ଖବର ଜାଣିବା ପରେ ତାଙ୍କର ଦୁଇ ପୁଅ ଅଙ୍କିତ ଏବଂ ସଂଦୀପ ସୁଯୋଗ ଦେଖି ଉକ୍ତ ଘରେ ଚୋରି କରିଥାନ୍ତି । ଏହାପରେ ଚୋରି ସାମଗ୍ରୀକୁ ପାଖ ଦୋକାନରେ ବିକ୍ରି କରିଥାନ୍ତି । ପୁଲିସ ତାଙ୍କ ଘରେ ଛାନଭିନ କରି ପ୍ରାୟ ୫୦ଲକ୍ଷର ଗହଣା, ଚୋରି ହୋଇଥିବା ମୂର୍ତ୍ତି ଏବଂ ଟଙ୍କା ଜବତ କରିଛି ।

ଏହାସହ ମଧ୍ୟ ପଢନ୍ତୁ - ଏସ୍‌ସିବିରୁ ବିଚାରାଧୀନ ବନ୍ଦୀ ଚମ୍ପଟ୍‌, ପାଇଖାନାରୁ ଶାଢ଼ି ପିନ୍ଧି ଖସିଗଲା ସାଜନ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.