ଘର ଜଗିବ ରୋବୋ କୁକୁର

Sony Corp's entertainment robot "aibo" is pictured at its demonstration in Tokyo, Japan November 1, 2017. REUTERS/Kim Kyung-Hoon - RC1F45D36F00
ସୋନି କମ୍ପାନି କୁକୁର ଆକୃତିର ଏକ ରୋବୋଟ୍ ତିଆରି କରିଛି, ଯାହାର ନାମ ‘ଆଇବୋ’ । ଏହି କୁକୁର ରୋବୋଟ୍ କ୍ୟାମେରା, କୃତ୍ରିମ ବୁଦ୍ଧିମତା କୌଶଳ ଏବଂ ଇଣ୍ଟରନେଟ୍ କ୍ଷମତାସମ୍ପନ୍ନ । ଦୂରରେ ଥାଇ ପରିବାର ସଦସ୍ୟ, ଛୋଟ ପିଲା, ଏପରିକି ପୋଷା ଜନ୍ତୁଙ୍କ ଉପରେ ଏହା ନଜର ରଖିପାରିବ । ୩୦ ସେଣ୍ଟିମିଟର(୧ ଫୁଟ)ବିଶିଷ୍ଟ ଏହି ରୋବୋଟ୍ ଡେଣା ଭଳି କାନ, ଅତ୍ୟାଧୁନିକ ଏଲ୍ଇଡି ଆଖି ସହ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଘର ଚାରିପଟେ ବୁଲି ପରିବାର ସଦସ୍ୟଙ୍କ ଉପରେ ନିଘା ରଖିବ । ଘରଠୁ ଦୂରରେ ଥିବା ପରିବାର ସଦସ୍ୟ କିମ୍ବା ଘରକୁ ଫେରିବା ପରେ ପିଲାମାନେ କ’ଣ କରୁଛନ୍ତି, ଆଇବୋ ମାଧ୍ୟମରେ ଆପଣ ସୂଚନା ପାଇପାରିାବ ବୋଲି ଟୋକିଓ ସ୍ଥିତ ହେଡକ୍ୱାର୍ଟର୍ସରେ ସାମ୍ବାଦିକଙ୍କୁ ପ୍ରୋଜେକ୍ଟ ମୁଖ୍ୟ ଇଜୁମି କାୱାନିଶି କହିଛନ୍ତି । ଘରେ ଏକୁଟିଆ ରହୁଥିବା ବୟସ୍କଙ୍କ ଉପରେ ମଧ୍ୟ ଏହା ନଜର ରଖିବ । ଲୋକଙ୍କୁ ଅଧିକ ନିରାପଦ କରିବା ନିର୍ମାତା ଦଳଙ୍କ ଉଦ୍ଦେଶ୍ୟ ବୋଲି ସେ କହନ୍ତି । ଭାବନା ପ୍ରକଟ କରିପାରୁଥିବା ଏହି ରୋବୋଟ୍ ଗତ ବର୍ଷ ଜାନୁଆରୀରେ ରିଲିଜ୍ ହୋଇଥିଲା ।