ଭଞ୍ଜନଗର,୨୯/୧୦(ଆପ୍ର): କୁଲାଡ ବ୍ୟାଘ୍ର ଦେବୀ ପାହାଡରୁ ୨ ଟି ବିରାଟ ପଥର ବୁଧବାର ସନ୍ଧ୍ୟାରେ ଖସି ପଡିଛି। ଫଳରେ ଉପର ବ୍ୟାଘ୍ର ଦେବୀ ମନ୍ଦିର ସଂଲଗ୍ନ ୨ଟି ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ପଥର ତଳକୁ ଖସି ତଳେ ଥିବା ଶନି ମନ୍ଦିର ଓ ହନୁମାନ ମନ୍ଦିରର ପାଚେରୀ ସଂପୂର୍ଣ୍ଣ ଭାଙ୍ଗି ଯାଇଛି।
ଉକ୍ତ ପାହାଡର ପାଦଦେଶରେ ଏକ ଜନବସତି ରହିଛି। ପାହାଡରୁ ୨ ଟି ବିରାଟ ପଥର ଖଣ୍ଡ ପ୍ରଥମ ଥର ପାଇଁ ଖସିବା ଦେଖି ସାହି ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି ବୋଲି ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି । ରାତିରେ ପଥର ଖସିବା ଯୋଗୁଁ ଏବେ ପାହାଡ ତଳେ ଥିବା ସାହି ବାସିନ୍ଦା ରାତିସାରା ଅନିଦ୍ରା ରହିବା ସହ ଆତଙ୍କିତ ଅବସ୍ଥାରେ ରହିଥିବା ସେ କହିଛନ୍ତି।