ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର; ଅବସର ନେବାର ଯୋଜନା ନାହିଁ କହିଲେ ରୋହିତ

Published By : Ankita S | March 10, 2025 9:25 AM

ନୂଆଦିଲ୍ଲୀ,୧୦ /୦୩ : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବିଶେଷ କରି ରୋହିତଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡ୍ ନ୍ୟୁଜ ।  ହିଟମ୍ୟାନ ରୋହିତ ଶର୍ମାଙ୍କ ଅବସର ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଦିନିକିଆ ଫର୍ମାଟରୁ ଏବେ ଅବସର ନେବାର କୌଣସି ଯୋଜନା ନାହିଁ ବୋଲି ନିଜେ କହିଛନ୍ତି କ୍ୟାପ୍ଟେନ ରୋହିତ ଶର୍ମା । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଚାମ୍ପିଅନ ହେବା ପରେ ପ୍ରେସମିଟରେ ଏହା କହିଛନ୍ତି ରୋହିତ ଶର୍ମା ।

ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହେବା ପରେ ଦିନିକିଆରୁ ଅବସର ନେବା ପ୍ରଶ୍ନରେ ରୋହିତ କହିଛନ୍ତି, '' ଦିନିକିଆରୁ ଏବେ ଅବସର ନେବାର କୌଣସି ଯୋଜନା ନାହିଁ । କେବଳ ଏହା ନିଶ୍ଚିତ କରିବାକୁ ଚାହେଁ କି ଆଗକୁ ଯେମିତି କୌଣସି ଗୁଜବ ପ୍ରସାରିତ ନହେଉ । ଆଗକୁ ସେମିତି କିଛି ଯୋଜନା ନାହିଁ । ଯାହା ଘଟୁଛି ତାହା ଘଟିବାକୁ ଦିଅ ।'' 

୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ ଜିତିବା ପରେ ଉକ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ତେଣୁ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ସେ ହୁଏତ ଦିନିକିଆରୁ ଅବସର ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମିତି କିଛି ହୋଇନଥିଲା । ଏହି ଗୁଜବ ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଥିଲା । ମାତ୍ର ଏହା ଗୁଜବ ବୋଲି କହି ଅବସର ଚର୍ଚ୍ଚା ଉପରେ ପୂର୍ଣ୍ଣାଚ୍ଛେଦ ପକାଇଛନ୍ତି ନିଜେ ରୋହିତ ଶର୍ମା । 

ରୋହିତଙ୍କ କୀର୍ତ୍ତିମାନ- ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ ଅଧିନାୟକ ରେହିତ ଶର୍ମା ଧୂଆଁଧାର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହା ସହିତ ଏକ ରେକର୍ଡ ସ୍ଥାପନ କରିଥିଲେ । ଅଧିନାୟକ ଭାବେ ନିନିକିଆରେ ୨,୫୦୦ ରନ ପୂରଣ କରିଛନ୍ତି । ଭାରତର ଷଷ୍ଠ ଅଧିନାୟକ ଭାବେ ଏହି କ୍ଲବରେ ସାମିଲ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମୁକାବିଲାରେ ରୋହିତ ୭୬ରନ ପାଳି ଖେଳିଥିଲେ । ସେଥିରେ ୭ଟି ଚୌକା ଓ ୩ଟି ଛକା ସାମିଲ ରହିଛି ।

ଅଧିକ ପଢନ୍ତୁ...ପ୍ରଥମ ଥର ରୋହିତ ଶର୍ମା କଲେ ଏଭଳି ଅର୍ଦ୍ଧଶତକ, ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ରଚିଲେ ଇତିହାସ


କହି ରଖୁଛି କି, ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ  ଫାଇନାଲରେ ବାଜି ମାରି ନେଇଛି ଭାରତ । ୧୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଚାମ୍ପିଅନ୍ସ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ । ୨୦୦୨ ଓ ୨୦୧୩ ପରେ ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ହାତେଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ବାଜି ମାରି ବିଜୟ ମୁକୁଟ ପିନ୍ଧିଛି ଭାରତ । କିୱି ଦଳକୁ ୪ ୱିକେଟରେ ହରାଇ ସପ୍ତମ ଆଇସିସି ଟ୍ରଫି ଜିତିଛି । ରୋହିତ ଶର୍ମା ଫାଇନାଲ ମ୍ୟାଚରେ ୭୩ରନର ଦମଦାର ଇନିଂସ ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.