PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସାମନାକୁ ଆସିଲା ଟିମ ଇଣ୍ଡିଆର ବିବାଦ,ପତ୍ନୀ ଓ ଝିଅଙ୍କ ସହ ଏକା ଭାରତ ଫେରିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୩।୭:  ଆଇସିସି ଓ୍ବାର୍ଲ୍ଡ କପରେ ୨୦୧୯ରେ ଭାରତୀୟ ଟିମ ଭିତରେ ବିବାଦ ହୋଇଥିବା ଖବରକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। କିଛି ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି। କେହି କେହି ଏହାକୁ ମିଛ କହୁଥିବା ବେଳେ ଆଉ କେହି ଏହାକୁ ସତ କହୁଛନ୍ତି। କିନ୍ତୁ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ରୋହିତଙ୍କର ବିବାଦ ହୋଇଛି ବୋଲି ଏହା ଏବେ ଏକ ପ୍ରକାର ପ୍ରମାଣିତ ହୋଇଛି। କାରଣ ଭାରତୀୟ ଟିମ ଏବେ ଇଂଲଣ୍ଡରେ ଥିବା ବେଳେ ତାଙ୍କୁ  ଛାଡି ରୋହିତ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ଏକା ଭାରତ ଆସିଛନ୍ତି। ଏ ସମ୍ପର୍କିତ ଏକ ଭିଡିଓ ଏବେ ଭାଇରାଲ ହୋଇଛି।

ସେମିଫାଇନାଲରେ ଭାରତର ପରାଜୟ ନେଇ ରୋହିତ ଖୁବ୍ ନିରାଶ ହୋଇଛନ୍ତି। ସେ ବିଶ୍ବକପରେ ୫ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାଧ୍ୟମରେ ମୋଟ ୬୦୦ ରନ୍ କରିଛନ୍ତି। କିନ୍ତୁ ସେମିଫାଇନାଲରେ ସେ କେବଳ ଗୋଟିଏ ରନ୍ କରିଥିଲେ। ରୋହିତ ଆଜି ମୁମ୍ବାଇରେ ପହଁଞ୍ଚିଛନ୍ତି। ଭିଡିଓରେ ରୋହିତ ନିଜେ କାର ଚଲାଇ ଘରକୁ ଯାଉଥିବାର ଦେଖିବାକୁ ମିଳିଛନ୍ତି। ଭାରତୀୟ ଟିମ୍ ୧୪ ଜୁଲାଇରେ ଭାରତ ଫେରିବ। କିଛି ଖେଳାଳି ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟ ସ୍ଥାନକୁ ଯିବେ। କାରଣ ଟିକେଟ କାରଣରୁ ଟିମ ଆସିବାରେ ବିଳମ୍ବ ହୋଇଛି।

କୁହାଯାଉଛି ଯେ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭିତରେ କିଛି ନିଷ୍ପତ୍ତିକୁ ନେଇ ମତଭେଦ ହୋଇଛି। କୋହଲି ଓ ରବି ଶାସ୍ତ୍ରୀଙ୍କ ଉପରେ ମନମାନୀ କରୁଥିବାର ଅଭିଯୋଗ ହୋଇଛି। କୋହଲି ଓ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକଳାପ ଏବଂ ଟିମ ଚୟନ କରିବାକୁ ନେଇ ଖେଳାଳିମାନେ ଅସନ୍ତୁଷ୍ଟ ଅଛନ୍ତି। ଏହାର ପ୍ରଭାବ ଟିମର ଡ୍ରେସିଂ ରୁମ ଓ ପରେ ମ୍ୟାଚ ଉପରେ ପଡିଥିଲା। ଟିମରେ ରୋହିତ ଓ କୋହଲିଙ୍କ ଦୁଇଟି ଗୋଷ୍ଠୀ ତିଆରି ହୋଇଯାଇଛି।

ଅଭିଯୋଗ ହେଉଛି ଯେ, କୋହଲିଙ୍କ ଗୋଷ୍ଠୀରେ ଥିବା ଖେଳାଳିଙ୍କୁ ଅଧିକ ସୁଯୋଗ ମିଳୁଛି, ଟିମ ଚୟନରେ ପକ୍ଷପାତି କରାଯାଉଛି। ୪ର୍ଥ ସ୍ଥାନରେ ବିଜୟ ଶଙ୍କରଙ୍କୁ ଚୟନ କରାଯାଇ ଅମ୍ବାତି ରାଇଡୁଙ୍କୁ ସାଇଡ୍ କରିଦିଆଯାଇଥିଲା। ରୋହିତ ଓ ଜସପ୍ରୀତ ବୁମରାହଙ୍କ ପ୍ରଦର୍ଶନ ଭଲ ଥିବା କାରଣରୁ ତାଙ୍କୁ ଟିମରୁ ବାହାର ରଖିବା ସମ୍ଭବ ନଥିଲା। କିନ୍ତୁ କୋହଲିଙ୍କ ଗୋଷ୍ଠୀରେ ଥିବା ଖେଳାଳିଙ୍କୁ ଅଧିକ ସୁଯୋଗ ଦିଆଯାଇଥିଲା। ଲଗାତାର ବିଫଳ ରହିଥିବା କେଏଲ ରାହୁଲଙ୍କୁ ଟିମ ମ୍ୟାନେଜମେଣ୍ଟ ସୁଯୋଗ ଦେଇଥିଲା। ସେଭଳି କୁଳଦୀପ ଯାଦବଙ୍କ ସ୍ଥାନରେ ଯୁଜଭେନ୍ଦ୍ର ଚହଲଙ୍କୁ ସୁଯୋଗ ଦିଆଯାଇଥିଲା।