ନୂଆଦିଲ୍ଲୀ: ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲା ବଡ଼ ଖବର । ଗୋଟିଏ ଫ୍ରେମରେ ନଜର ଆସିଲେ ରୋହିତ-ଗମ୍ଭୀର । ଦୂର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଏବଂ ରୋହିତଙ୍କ ଅବସର ଚର୍ଚ୍ଚା ଭିତରେ ଏଭଳି ଏକ ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡର ବାଲକୋନୀରେ ଦଳର ସପୋର୍ଟ ଷ୍ଟାଫଙ୍କ ସହ ଗମ୍ଭୀର ଏବଂ ରୋହିତ ଏକାଠି ନଜର ଆସିଛନ୍ତି । ବେଶ ହସଖୁସିରେ କଥା ହେଉଥିବାବେଳେ ରୋହିତଙ୍କ ଅବସର ଚର୍ଚ୍ଚାରେ ଏକ ପ୍ରକାର ବିରାମ ଲାଗୁଛି ବୋଲି ମଧ୍ୟ କୁହାଯାଉଛି ।
Look at Rohit Sharma and Gautam Gambhir, both having fun together on the Lord’s balcony.😅❤️ pic.twitter.com/MHvHeOy9Ri
— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) July 18, 2026
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ରୋହିତ ଶର୍ମାଙ୍କୁ କୋଚ୍ ଗୌତମ ଗମ୍ଭୀରଙ୍କ ସହ ହସଖୁସିରେ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ ଏହି ସ୍ୱାଭାବିକ କଥାବାର୍ତ୍ତା ଦଳ ମଧ୍ୟରେ ସବୁକିଛି ଠିକ୍ ଥିବାର ସଙ୍କେତ ଦେଉଛି। ରୋହିତଙ୍କ ସନ୍ନ୍ୟାସକୁ ନେଇ ଚାଲିଥିବା ଖବରକୁ ବିସିସିଆଇ ସଚିବ ଦେବାଜିତ ସଇକିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, "ରୋହିତ ଶର୍ମା ଭାରତୀୟ ODI ଦଳର ଏକ ନିୟମିତ ସଦସ୍ୟ ଏବଂ ସେ ଦଳର ଯୋଜନାର ଅଂଶ ଅଟନ୍ତି।"
ରୋହିତଙ୍କ ଫର୍ମକୁ ନେଇ କିଛି ମହଲରେ ଚିନ୍ତା ପ୍ରକଟ କରାଯାଉଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି । ତୃତୀୟ ODI ପୂର୍ବରୁ କୋଚ୍ ଗମ୍ଭୀର ମଧ୍ୟ ରୋହିତଙ୍କୁ ନେଇ ସକାରାତ୍ମକ ବୟାନ ଦେଇଛନ୍ତି ।ସମସ୍ତ ଚର୍ଚ୍ଚାରୁ ଦୂରେଇ ଏବେ ରୋହିତ ଶର୍ମା ଓ ଟିମ୍ ଇଣ୍ଡିଆ ତୃତୀୟ ODI ମ୍ୟାଚ୍କୁ ଗୁରୁତ୍ୱ ଦେଉଛନ୍ତି । ଲର୍ଡ୍ସରେ ଇତିହାସ ରଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ ବୋଲି ଆଶା କରାଯାଉଛି ।
କହି ରଖୁଛୁ କି, ଦ୍ବିତୀୟ ଦିନିକିଆ ସମୟରେ ଚର୍ଚ୍ଚା ହୋଇଥିଲା କି ରୋହିତ ଲର୍ଡ୍ସରେ ନିଜର ଅନ୍ତିମ ମ୍ୟାଚ ଖେଳିବେ । ସେ କ୍ରିକେଟକୁ ଅଲବିଦା କହିବେ । କାରଣ ଟିମ୍ ଇଣ୍ଡିଆ ୨୦୨୭ ବିଶ୍ବକପ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ଯେଉଁଥିରେ ରୋହିତଙ୍କ ପାଇଁ କୌଣସି ସ୍ଥାନ ନଥିବା କୁହାଯାଇଥିଲା । ଯୁବ ଓପନର ଜୟସ୍ବାଲଙ୍କୁ ଦଳରେ ସାମିଲ କରିବାକୁ ଯୋଜନା କରାଯାଉଛି । ରୋହିତଙ୍କ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳୁନାହିଁ । ରୋହିତଙ୍କୁ ଦଳରେ ଆଉ ସୁଯୋଗ ମିଳିବ ନାହିଁ । ଯେଉଁ କାରଣରୁ ସେ ଅବସର ନେବେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ବିସିସିଆଇ ଏହି ଚର୍ଚ୍ଚାକୁ ଖାରଜ କରିଛି ।
ଏହାସହ ପଢ଼ନ୍ତୁ : ସିରାଜଙ୍କ ସପକ୍ଷରେ ଆକାଶ ଚୋପ୍ରା, ଚୟନକର୍ତ୍ତାଙ୍କୁ ବଡ଼ ପ୍ରଶ୍ନ