ନୂଆଦିଲ୍ଲୀ,୧୧/୦୩; ଭାରତର ହିଟମ୍ୟାନ୍ ରୋହିତ ଶର୍ମା, ଯିଏକି ପଡ଼ିଆରେ ବିଶ୍ୱର ଶ୍ରେଷ୍ଠ ବୋଲରମାନଙ୍କ ଝାଳ ବୁହାନ୍ତି । ମୈଦାନରେ ଚୌକା-ଛକା ବର୍ଷା କରନ୍ତି । ନିକଟରେ ସୋସିଆଲ ମିଡିଆରେ ରୋହିତଙ୍କର ଏକ ଭିଡିଓ ଭାଇରାଲ ହେଉଛି । ସେଥିରେ ଦେଖିବାକୁ ମିଳିଛି ପତ୍ନୀ ରିତିକାଙ୍କ ସହ ତାଙ୍କର କୌଣସି କଥାକୁ ନେଇ ଯୁକ୍ତିତର୍କ ହେଉଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ୟୁଜର୍ସ ବିଭିନ୍ନ ମତ ରଖିଛନ୍ତି । ଜଣେ "ବିଶ୍ୱ ଚାମ୍ପିଅନ୍" ଅଧିନାୟକ ହୁଅନ୍ତୁ କିମ୍ବା ଜଣେ ସାଧାରଣ ଲୋକ, ଘରର "ଅଧିନାୟିକତ୍ୱ" ସର୍ବଦା ସ୍ତ୍ରୀଙ୍କ ପାଖରେ ରହିଥାଏ ବୋଲି କମେଣ୍ଟ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

​​​​​​​ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଏହି ଭିଡିଓରେ, ରୋହିତ ଶର୍ମା ପଡିଆରେ ବାଉଣ୍ଡ୍ରୀ ଲାଇନ ପାଖରେ ଛିଡା ହୋଇଛନ୍ତି । ସେ ବିବ୍ରତ ଥିବା ପରି ଦେଖାଯାଉଛନ୍ତି । କୌଣସି କାରଣ ପାଇଁ ଚିଡ୍ ଚିଡା ଥିବା ମନେ ହେଉଛି । ପତ୍ନୀ ରିତିକା ତାଙ୍କୁ କିଛି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି । ରିତିକା ତାଙ୍କୁ ନିରନ୍ତର ବୁଝାଇବାକୁ ଚେଷ୍ଟା କରୁଛନ୍ତି କିମ୍ବା ତାଙ୍କୁ କିଛି କାମ ପାଇଁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି । କିନ୍ତୁ ରୋହିତ ରିତିକାଙ୍କ କଥାରେ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି ।

​​​​​​​

ଏହା ବି ପଢନ୍ତୁ...ରାଜସ୍ଥାନରେ ଯୋଗ ଦେଲେ ରବୀନ୍ଦ୍ର ଜାଡ଼େଜା; ଏମିତି ହେଲା 'ବନ୍ନା'ଙ୍କ ଏଣ୍ଟ୍ରୀ, ଦେଖନ୍ତୁ ଭିଡିଓ  

କପିଲ ବିଷ୍ଣୋଇ ନାମକ ଜଣେ ସୋସିଆଲ ମିଡିଆ ୟୁଜର ତାଙ୍କ ଉକ୍ତ ଭିଡିଓକୁ ଏକ୍ସରେ ସେୟାର କରି ମଜାଳିଆ ଢଙ୍ଗରେ ଲେଖିଛନ୍ତି, ରୋହିତ ଶର୍ମା ହେବା ପରେ ବି ସ୍ୱାମୀଙ୍କ ଏ ଅବସ୍ଥା... ଆମକୁ ଜୀବନଠୁ କୌଣସି ଅଭିଯୋଗ ନାହିଁ । ଅନ୍ୟ ଜଣେ ୟୁଜର ପରିସ୍ଥିତିକୁ ବୁଝାଇ ଲେଖିଛନ୍ତି, " ରିତିକା ବୋଧହୁଏ ତାଙ୍କୁ ମନେ ପକାଇ ଦେଉଛନ୍ତି ଯେ, ସେ ତାଙ୍କ ଶାଶୁଙ୍କ ସହିତ ତାଙ୍କ ଡିନର ଡେଟ୍ ପାଇଁ ଡେରି କରୁଛନ୍ତି । ତାଙ୍କୁ ଶୀଘ୍ର ଘରକୁ ଫେରିଯିବା ଉଚିତ !