ନୂଆଦିଲ୍ଲୀ,୧୧/୦୩; ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହୋଇଛି । କ୍ରିକେଟ୍ ପ୍ରଶଂସକମାନେ ଏବେ ଭାରତର ସବୁଠାରୁ ବଡ଼ ଉତ୍ସବ ଆଇପିଏଲକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ମାର୍ଚ୍ଚ ୨୮ ତାରିଖରୁ ଆଇପିଏଲ ସିଜିନ ୧୮ ଆରମ୍ଭ ହେବ। ଏହା ପୂର୍ବରୁ, ରାଜସ୍ଥାନ ରୟାଲ୍ସ ପ୍ରଶଂସକମାନଙ୍କ ପାଇଁ କିଛି ଭଲ ଖବର ଆସିଛି । ନିଲାମ ପୂର୍ବରୁ ଏକ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ସିଏସକେ ରୁ ରାଜସ୍ଥାନକୁ ଆସିଥିବା ରବୀନ୍ଦ୍ର ଜାଡେଜା ରଜସ୍ଥାନ ଶିବିରରେ ଯୋଗ ଦେଇଛନ୍ତି । ସାର୍ ଜାଡେଜାଙ୍କ ରାଜସ୍ଥାନରେ ରୟାଲ ଏଣ୍ଟ୍ରୀ ହୋଇଛି । ରାଜସ୍ଥାନ ସୋସିଆଲ ମିଡିଆ ଏକ୍ସରେ ତାର ଭିଡିଓ ସେୟାର କରିଛି । ଦଳରେ ସାମିଲ ହୋଇ ସମସ୍ତଙ୍କୁ ହାତ ଯୋଡି ଖମ୍ମାଗଣି ରାଜସ୍ଥାନ ବୋଲି ସମ୍ବୋଧନ କରିଥିଲେ ସାର୍ ଜାଡ଼େଜା । ଧୁରନ୍ଦର ଅନ୍ଦାଜରେ ଏଣ୍ଟ୍ରୀ କରିଥିଲେ ଜାଡୁ ।

ଏହା ବି ପଢନ୍ତୁ...ଟି-୨୦ ବିଶ୍ବକପ୍ ପରେ ଏବେ ମିଶନ ୨୦୨୭ ! ଟିମ୍ ଇଣ୍ଡିଆ ପାଇଁ ୟର୍କର କିଙ୍ଗଙ୍କ ମାଷ୍ଟରପ୍ଳାନ କ'ଣ ?  ​​​​​​​

ଚେନ୍ନାଇ ସୁପର କିଙ୍ଗ୍ସରୁ ରାଜସ୍ଥାନ ରୟାଲ୍ସକୁ ଯାଇଥିବା ରବୀନ୍ଦ୍ର ଜାଡେଜାଙ୍କୁ RR ଫ୍ରାଞ୍ଚାଇଜ୍ ଏକ ନୂତନ ଡାକନାମ ଦେଇଛି। ଜାଡେଜାଙ୍କୁ CSK ପ୍ରଶଂସକମାନେ କ୍ରିକେଟ୍ ଥାଲାପଥୀ ନାମରେ ଜାଣିଥିଲେ । ଏବେ, ରାଜସ୍ଥାନରେ ଯୋଗ ଦେବା ପରେ, ଦଳ ପରିଚାଳନା ତାଙ୍କୁ ଏକ ନୂତନ ନାମ ଦେଇଛି । ଜାଡେଜା ରାଜସ୍ଥାନରେ ବାନ୍ନା ନାମରେ ପରିଚିତ ହେବେ । ଏହି ଘୋଷଣା ରାଜସ୍ଥାନ ରୟାଲ୍ସ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ ମଧ୍ୟ କରାଯାଇଛି ।

​​​​​​​
ଆସନ୍ତା ଗୁରୁବାର ଦିନ ବିସିସିଆଇ ଆଇପିଏଲ ୧୯ର କ୍ରୀଡ଼ାସୂଚୀ ଘୋଷଣା କରିବାକୁ ଯାଉଛି । ଅବଶ୍ୟ ପ୍ରଥମ ୨୦ ଦିନର ସୂଚୀ ପ୍ରକାଶ କରାଯିବ । ଆସନ୍ତା ୨୮ ତାରିଖରୁ ଆଇପିଏଲ ଆରମ୍ଭ ହୋଇ ମେ’ ମାସ ୩୧ ତାରିଖରେ ଶେଷ ହେବ । ଆସନ୍ତା ଏପ୍ରିଲ ମାସରେ ତାମିଲନାଡ଼ୁ, ବେଙ୍ଗଲ ଓ ଆସାମରେ ବିଧାନସଭା ନିର୍ବାଚନ ରହିଛି । ୩ଟି ରାଜ୍ୟ ପାଇଁ ସରକାର ଏପର୍ଯ୍ୟନ୍ତ ମତଦାନ ତାରିଖ ଘୋଷଣା କରି ନାହାନ୍ତି । ତେଣୁ ଆଇପିଏଲ୍‌ କ୍ରୀଡ଼ାସୂଚୀ ପ୍ରସ୍ତୁତ କରିବାରେ ମଧ୍ୟ ବିଳମ୍ବ ଘଟିଛି । ପ୍ରାଥମିକ ପର୍ଯ୍ୟାୟରେ ବିସିସିଆଇ ପ୍ରଥମ ୨୦ ଦିନର କ୍ରୀଡ଼ାସୂଚୀ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ୧୫ ତାରିଖରୁ ରାଜସ୍ଥାନ ରୟାଲ୍ସ ଓ ୧୮ ତାରିଖରୁ ନାଇଟ ରାଇଡର୍ସ ଅଭ୍ୟାସ ଆରମ୍ଭ କରିବେ ।