ନୂଆଦିଲ୍ଲୀ,୧୩/୮ : ରୋହିତ ଶର୍ମା ପ୍ରଥମ ଟେଷ୍ଟ କ୍ରିକେଟ ଏବଂ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ନିକଟରେ ଖବର ଆସିଥିଲା କି ସେ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗ୍ରସ୍ତ ପରେ ଓ୍ବାନଡେ କ୍ରିକେଟକୁ ବି ଅଲବିଦା କହିବେ । ଏହା ମଧ୍ୟରେ ରୋହିତ ଓ୍ବାନଡେ ରାକିଂରେ ଛାଇ ଯାଇଛନ୍ତି । ଆଇସିସି ଦ୍ବାରା ବୁଧବାର ଜାରି କରାଯାଇଥିବା ତାଜା ରାକିଂରେ ରୋହିତ ଓ୍ବାନଡେରେ ନମ୍ବର-୨ରେ ଆସିଯାଇଛନ୍ତି । ବିଶେଷ କଥା ଏହା କି ରୋହିତ ଏହି ଉପଲବ୍ଧି ସେତେବେଳେ ପାଇଛନ୍ତି ଯେତେବେଳେ ଆଇପିଏଲ ୨୦୨୫ପରେ କୌଣସି ମ୍ୟାଚ୍ ଖେଳିନାହାନ୍ତି ।
ଆଇସିସି ବୁଧବାର ଜାରି କରିଥିବା ତାଜା ଓ୍ବାନଡେ ରାକିଂରେ ରୋହିତ ୭୫୬ଅଙ୍କ ସହ ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି । ଏହା ସେତେବେଳେ ହୋଇଛି ଯେତେବେଳେ ପାକିସ୍ତାନର ବାବର ଆଜମ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନିକଟରେ ଓ୍ବାନଡେ ସିରିଜରେ ରନ୍ କରିବାରେ ବିଫଳ ରହିଛନ୍ତି ଏବଂ ୭୫୧ ଅଙ୍କ ସହ ତୃତୀୟ ସ୍ଥାନରେ ଆସି ଯାଇଛନ୍ତି ।
ସେହିଭଳି ଶୁଭମନ ଗିଲ୍ ୭୮୪ଅଙ୍କ ସହ ନମ୍ବର ୧ ରେ ରହିଛନ୍ତି । ରୋହିତଙ୍କ ଏହି ସଫଳତା ଏଭଳି ସମୟରେ ଆସିଛି କି ଯାହା ତାଙ୍କର ଏବଂ ବିରାଟ କୋହଲୀଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ରିପୋର୍ଟରେ କୁହାଯାଇଛି କି ଉଭୟ ଖେଳାଳୀ ଅଷ୍ଟ୍ରେଲିଆ ଗସ୍ତ ପରେ ସନ୍ନ୍ୟାସ ନେଇପାରନ୍ତି, ମାତ୍ର ବିସିସିଆଇ ଏହାକୁ ନେଇ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ଆମେ କୋହଲୀଙ୍କ ବିଷୟରେ କହିବା ତେବେ ସେ ଓ୍ବାନଡେ ରାକିଂରେ ନମ୍ବର ୪ରେ ଅଛନ୍ତି । କୋହଲୀ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରି ରାକିଂରେ ଆଗକୁ ଯିବାକୁ ଚେଷ୍ଟା କରିବେ ।