ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଦୀର୍ଘ ୧୦ ବର୍ଷ ପରେ ରଣଜୀ ଖେଳିବେ ରୋହିତ ଶର୍ମା; ମୁମ୍ବାଇ ସ୍କ୍ବାଡ୍‌ରେ ସାମିଲ

Published By : Tapas Panda | January 20, 2025 6:22 PM

Image Courtesy: news24online

ମୁମ୍ବାଇ: ସବୁ ଚର୍ଚ୍ଚା ଆଲୋଚନାରେ ବିରାମ ଟାଣି ଶେଷରେ ରଣଜୀ ଖେଳିବାକୁ ପ୍ରସ୍ତୁତ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଜମ୍ମୁକାଶ୍ମୀର ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ମୁମ୍ବାଇ ଟିମ୍‌ରେ ସାମିଲ କରାଯାଇଛି । ଦୀର୍ଘ ୧୦ ବର୍ଷ ପରେ ରୋହିତଙ୍କ ରଣଜୀ ଖେଳୁଥିବା ଦେଖିବାକୁ ମିଳିବ । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଖେଳିବେ ରୋହିତ ଶର୍ମା ।

ଜାନୁଆରୀ ୨୩ରୁ ୨୬ ପର୍ଯ୍ୟନ୍ତ ଜମ୍ମୁକାଶ୍ମୀର ବିପକ୍ଷରେ ହେବାକୁ ଥିବା ମ୍ୟାଚ୍‌ରେ ରୋହିତ ଶର୍ମା ଖେଳିବେ ବୋଲି ସ୍ପଷ୍ଟ ହୋଇଯାଇଛି । ମୁମ୍ବାଇ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ସଂଜୟ ପାଟିଲଙ୍କ ନେତୃତ୍ବରେ ଚୟନକର୍ତ୍ତାମାନେ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରିଛନ୍ତି । ଏହି ଚୟନ କମିଟିରେ ସଂଜୟ ପାଟିଲ, ରବି ଠାକର, ଜିତେନ୍ଦ୍ର ଠାକରେ, କିରଣ ପାଓ୍ବାର ଏବଂ ବିକ୍ରାନ୍ତ ୟେଲିଗେଟି ସାମିଲ ଥିଲେ । 

ମୁମ୍ବାଇ କ୍ରିକେଟ ଆସୋସିଏସନ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ରୋହିତ ଶର୍ମା ଶେଷଥର ଲାଗି ୨୦୧୫ରେ ଏହି ଟେଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେତେବେଳେ ସେ ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିଥିଲେ । ସେହିଭଳି ଯଶସ୍ବୀ ଜୟସ୍ବାଲଙ୍କୁ ମଧ୍ୟ ମୁମ୍ବାଇ ଟିମ୍‌ରେ ସାମିଲ କରାଯାଇଛି । ଜାନୁଆରୀ ୨୩ରେ ରୋହିତ ଏବଂ ଜୟସ୍ବାଲ ଓପନ କରିପାରନି । ରୋହିତ, ଜୟସ୍ବାଲଙ୍କ ବ୍ୟତୀତ ଏହି ଟିମ୍‌ରେ ଅନ୍ୟ ଅନ୍ତର୍ଜାତୀୟ ଖେଳାଳି ଶ୍ରେୟସ ଆୟର, ଶିବମ ଦୁବେ ଏବଂ ଶାର୍ଦ୍ଦୁଳ ଠାକୁର ସାମିଲ ହୋଇଛନ୍ତି । 

ସେପଟେ ନିକଟରେ ଚାମ୍ପିୟନ୍ସ ଟ୍ରଫି ଲାଗି ଟିମ୍‌ ଘୋଷଣା ସମୟରେ ରଣଜୀ ଟ୍ରଫିର ଷଷ୍ଠ ରାଉଣ୍ଡରେ ଖେଳିବେ ବୋଲି ରୋହିତ ଶର୍ମା ସ୍ପଷ୍ଟ କରିଥିଲେ । ସେ କହିଥିଲେ, ‘ଅନ୍ତର୍ଜାତୀୟ ମ୍ୟାଚ୍‌ ଲାଗି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସମୟ ମିଳୁନାହିଁ । ବର୍ଷ ସାରା ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ପରେ କିଛି ଦିନ ବିଶ୍ରାମ ନେବାର ଆବଶ୍ୟକତା ପଡ଼େ । ପରବର୍ତ୍ତୀ ସିଜନ୍‌ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହୁଏ ।’

ଜମ୍ମୁକାଶ୍ମୀର ବିପକ୍ଷରେ ମୁମ୍ବାଇ ଟିମ୍‌

ଅଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ଆୟୁଷ ମାହତ୍ରେ, ଶ୍ରେୟସ ଆୟର, ସିଦ୍ଧେଶ ଲାଡ, ଶିବମ ଦୁବେ, ହାର୍ଦ୍ଦିକ ତାମୋରେ (ଓ୍ବିକେଟ କିପର), ଆକାଶ ଆନନ୍ଦ (ଓ୍ବିକେଟ କିପର), ତନୁଷ କାଟିଆନ୍‌, ଶାମସ୍‌ ମୁଲାନି, ହିମାଂଶୁ ସିଂହ, ଶାର୍ଦ୍ଦୁଳ ଠାକୁର, ମୋହିତ ଅଓ୍ବସ୍ତି, ସିଲଭେଷ୍ଟର ଡିସୌଜା, ରୟଷ୍ଟନ୍‌ ଦିଆଜ୍‌, କାର୍ସ କୋଠାରି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.