ମୁମ୍ବାଇ,୧୧/୧୧ : ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଦମ୍ପତ୍ତିଙ୍କ ଭିଡ଼ିଓ ସୁଟ୍ରେ ଗୀତ ଗାଇ ଡ୍ୟାନ୍ସ କରୁଥିବା ଏବଂ ମସ୍ତି କରୁଥିବା ନଜର ଆସିଛନ୍ତି । ଏହି ଭିଡ଼ିଓ ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସୁଛି , କାରଣ ସେଥିରେ ତାଙ୍କର ଏକ ବିଲକୁଲ୍ ଭିନ୍ନ ଏବଂ ମସ୍ତି ଭରା ଅନ୍ଦାଜ ଦେଖିବାକୁ ମିଳୁଛି । ରୋହିତଙ୍କ ଏହି ସରପ୍ରାଇଜ୍ ନା କେବଳ ବର- କନ୍ୟାଙ୍କୁ ଆଶ୍ଚର୍ଯ୍ୟ କଲା ବରଂ ତାଙ୍କର ଭିଡ଼ିଓ ସୁଟକୁ ବହୁତ ଖାସ୍ କରିଦେଲା ।
ଭିଡ଼ିଓରେ ରୋହିତ ଶର୍ମା ନିଜ କୋଠରୀର ଝରକାରେ ସ୍ପିକର ନେଇ ଛିଡ଼ା ହୋଇଛନ୍ତି । ତଳେ ଜଣେ ଦମ୍ପତ୍ତି ନିଜ ଭିଡ଼ିଓ ସୁଟ୍ କରୁଥିଲେ , ସେତେବେଳେ ରୋହିତ ହିନ୍ଦୀ ଗୀତ‘ଆଜ୍ ମେରେ ୟାର କି ଶାଦୀ ହେ’ ଗୀତ ବଜାଇବା ଆରମ୍ଭ କରିଦେଲେ ଏବଂ ଗୀତର ଧୂନ୍ ଉପରେ ନିଜେ କୋଠରୀରେ ମସ୍ତିଭରା ଅନ୍ଦାଜରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି ।
ରୋହିତଙ୍କ ଏହି ଅଚାନକ କରାଯାଇଥିବା ଆକ୍ଟ ଦେଖି ତଳେ ଛିଡ଼ା ହୋଇଥିବା ଦମ୍ପତ୍ତି ଏବଂ ଭିଡ଼ିଓ ସୁଟର କୃ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରୋହିତଙ୍କ ଏହି ଡ୍ୟାନ୍ସ ଦେଖି ବର-କନ୍ୟା ନିଜ ହସ ରୋକିପାରିନଥିଲେ । ସେ ହସିହସି ରୋହିତଙ୍କ ଅଭିବାଦନ କରିଛନ୍ତି । ଏହି ଘଟଣା ତାଙ୍କ ଭିଡ଼ିଓ ସୁଟରେ ଏକ ସ୍ମରଣୀୟ ମୁହୂର୍ତ୍ତ ଯୋଡ଼ିଦେଲା ।