ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବର୍ଡର ଗାଭାସ୍କର ଟ୍ରଫି ପରେ ରଣଜୀରେ ଫେଲ୍‌ ମାରିଲେ ହିଟମ୍ୟାନ୍‌, ମାତ୍ର ୩ ରନ୍‌ କରି ଫେରିଲେ ପାଭିଲିୟନ୍‌

Published By : Tapas Panda | January 23, 2025 4:48 PM

ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷ ପରେ ରଣଜୀ ଖେଳୁଥିବା ହିଟମ୍ୟାନ୍‌ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଖେଳପ୍ରେମୀଙ୍କୁ ନିରାଶ କରିଛି । ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଲଗାତାର ଖରାପ ପ୍ରଦର୍ଶନ କରିଥିବା ରୋହିତ ରଣଜୀ ଖେଳିବାକୁ ବାଧ୍ୟ ହୋଇଥିଲେ । ମୁମ୍ବାଇ ଟିମ୍‌ରେ ସାମିଲ ଥିବା ରୋହିତ ଶର୍ମା ଜମ୍ମୁକାଶ୍ମୀର ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ୧୯ଟି ବଲ୍‌ ଖେଳିଥିବା ବେଳେ କେବଳ ୩ ରନ୍‌ କରି ପାଭିଲିୟନ୍‌ ଫେରିଛନ୍ତି ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ।  ରୋହିତ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୯ଟି ବଲ୍‌ ଖେଳିଥିଲେ ସୁଦ୍ଧା ଗୋଟିଏ ବି ଚୌକା ମାରିପାରି ନାହାନ୍ତି । ରୋହିତ ଆଉଟ୍‌ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ରଣଜୀ ଟ୍ରଫି ୨୦୨୪-୨୫ର ଦ୍ୱିତୀୟ ପର୍ଯ୍ୟାୟ ଆଜି (୨୩ ଜାନୁଆରୀ)ରୁ ଆରମ୍ଭ ହୋଇଛି । ଏଥିରେ ମୁମ୍ବାଇ ଦଳ ଜମ୍ମୁକାଶ୍ମୀର ବିପକ୍ଷରେ ପ୍ରଥମ ମ୍ୟାଚ ଖେଳୁଛି। ଜମ୍ମୁକାଶ୍ମୀର ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ର ପ୍ରଥମ ଇନିଂସରେ ରୋହିତ ଶର୍ମା ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେ ଦ୍ରୁତ ବୋଲର ଉମର ନାଜିର ମିରଙ୍କ ବଲ ବୁଝିପାରି ନଥିଲେ । ରୋହିତ ଶର୍ମା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଏହିପରି, ମୁମ୍ବାଇ ପାଇଁ ପ୍ରଥମ ଇନିଂସରେ ରୋହିତ ଶର୍ମା ମାତ୍ର ୩ ରନ କରି ଆଉଟ ହୋଇଥିଲେ । 

ଏହା ପୂର୍ବରୁ ଟିମ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ଏହି ଗସ୍ତରେ, ଭାରତୀୟ ଅଧିନାୟକ ରୋହିତ ଶର୍ମା ପାଞ୍ଚଟି ଟେଷ୍ଟ ମଧ୍ୟରୁ ତିନୋଟିରେ ଅଂଶଗ୍ରହଣ କରିଥିଲେ। ହିଟମ୍ୟାନ ତିନୋଟି ମ୍ୟାଚ୍‌ରେ ମାତ୍ର ୩୧ ରନ କରିଥିଲେ । ରୋହିତ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୬୭ଟି ଟେଷ୍ଟ ଖେଳିଛନ୍ତି। ଏହି ମ୍ୟାଚ୍‌ଗୁଡ଼ିକର ୧୧୬ ଇନିଂସରେ ବ୍ୟାଟିଂ କରି ସେ ୪୦ ହାରରେ ୪୩୦୧ ରନ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ଆସିଛି। କିନ୍ତୁ ଏବେ ରୋହିତ ଶର୍ମା ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି ।

ସୂଚନାଯୋଗ୍ୟ, ଆଜିର ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ଓପନ କରିଥିଲେ । ରୋହିତ ଶର୍ମା ୩ ଏବଂ ଜୟସ୍ବାଲ ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଥିଲେ । ୩୩.୨ ଓଭରରେ ଦଳ ସବୁ ଓ୍ବିକେଟ୍‌ ହରାଇ ୧୨୦ ରନ୍‌ କରିଥିଲା । ଏହା ପରେ ପଡ଼ିଆକୁ ଆସିଥିବା ଜମ୍ମୁକାଶ୍ମୀର ଦଳ ୩୯ ରନ୍‌ରେ ଆଗୁଆ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.