ମଞ୍ଚେଷ୍ଟର ୟୁନାଇଟେଡ୍ କ୍ଲବ ଛାଡିବାକୁ ଚାହୁଁଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ, ବେୟର୍ନ ମୁନିଚ୍ FCକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ ୦୩/ ୦୭: ଭେଟେରାନ୍ ଫୁଟବଲର ତଥା ମଞ୍ଚେଷ୍ଟର ୟୁନାଇଟେଡର ଏକ ନମ୍ବର ଷ୍ଟ୍ରାଇକର୍ କ୍ରିଷ୍ଟିଆନୋ ରୋନାଲଡୋ କ୍ଲବ୍ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଚାମ୍ପିୟନ୍ସ ଲିଗ୍କୁ ଫୋକସ୍ କରିବାକୁ ବିଶ୍ବର ଅନ୍ୟତମ ବ୍ରାଣ୍ଡ ଟିମ୍ ମଞ୍ଚେଷ୍ଟର ୟୁନାଇଟେଡ୍କୁ ଅଲବିଦା କହିବାକୁ ଚାହୁଁଛନ୍ତି ରୋନାଲଡୋ । ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଟାଇମ୍ସ ନ୍ୟୁଜପେପରରେ ଖବର ପ୍ରକାଶ ପାଇଛି ।
ବଡ କଥା ହେଉଛି ଚଳିତ ବର୍ଷ ମଞ୍ଚେଷ୍ଟର ୟୁନାଇଟେଡ୍ ଖରାପ ଫର୍ମ ଦେଇ ଗତି କରୁଛି । ଦଳଗତ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏପରିକି ଆସନ୍ତା ଚାମ୍ପିୟନ୍ସ ଲିଗ୍ ପାଇଁ ମଧ୍ୟ ଦଳ ଯୋଗ୍ୟତା ହାସଲ କରିପାରିନାହିଁ । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରୋନାଲଡୋ । ମଞ୍ଚେଷ୍ଟର ୟୁନାଇଟେଡ୍ର ମ୍ୟାନେଜର ଏରିକ୍ ଟେନ୍ ହଗ୍ କହିଛନ୍ତି, ‘ପ୍ରିମିୟର ଲିଗ୍ରେ ପାଦ ଦେବାକୁ ରୋନାଲଡୋ ଇଚ୍ଛା ପ୍ରକାଶ କରିଛନ୍ତି । ଏ ନେଇ ସେ ଯୋଜନା ମଧ୍ୟ କରିଛନ୍ତି’।
ପର୍ତ୍ତୃଗାଲର ଅଧିନାୟକ ତଥା ଷ୍ଟାର ଷ୍ଟ୍ରାଇକର୍ କ୍ରୀଷ୍ଟିଆନୋ ରୋନାଲଡୋ ୟୁରୋପିଆନ ଫୁଟବଲର ଯେକୌଣସି କ୍ଲବକୁ ଯାଇ ଆହୁରି ୩ ରୁ୪ ବର୍ଷ ଦମଦାର ପ୍ରଦର୍ଶନ ଜାରି ରଖିପାରିବେ । ୨୦୨୧ ଅଗଷ୍ଟରେ ସେ ପୁଣିଥରେ ମଞ୍ଚେଷ୍ଟର ୟୁନାଇଟେଡ୍ କ୍ଳବରେ ସାମିଲ ହୋଇଥିଲେ । ପୂର୍ବରୁ ମଧ୍ୟ ଅନକେ ବଡ ବଡ କ୍ଲବ ସହିତ ଖେଳିଛନ୍ତି ।
୨୦୦୨ ମସିହାରେ ବରିଷ୍ଠ ବର୍ଗରେ ଖେଳ ଆରମ୍ଭ କରିଥିଲେ କ୍ରୀଷ୍ଟିଆନୋ ରୋନାଲଡୋ । ୨୦୦୨ ରୁ ୨୦୦୩ ପର୍ଯ୍ୟନ୍ତ ସେ ସ୍ପୋର୍ଟିଂ ସିପି ବି କ୍ଲବରେ ଖେଳିଥିଲେ । କିନ୍ତୁ ଗୋଟିଏ ବି ଗୋଲ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେହିବର୍ଷ ସ୍ପୋର୍ଟିଂ ସିପିରେ ସାମିଲ ହୋଇଥିଲେ ଏବଂ ୩ଟି ଗୋଲ କରିଥିଲେ । ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷ ମଞ୍ଚେଷ୍ଟର ୟୁନାଇଟେଡ୍ କ୍ଲବରେ ଖେଳିଥିଲେ । ପରେ ୨୦୦୯ରୁ ୨୦୧୮ ଯାଏଁ ରିଅଲ ମାଡ୍ରିଡ୍ ସହ ଖେଳି କ୍ୟାରିୟରର ସବୁଠାରୁ ଭଲ ସମୟ ବିତାଇଥିଲେ । ପରେ ୨୦୧୮ରୁ ୨୦୨୧ ଯାଏଁ ଜୁଭେଷ୍ଟସ୍ କ୍ଲବରେ ଖେଳିଥିଲେ । ୨୦୨୧ ରୁ ବର୍ତ୍ତମାନ ଯାଏଁ ସେ ପୁଣି ମଞ୍ଚେଷ୍ଟର ୟୁନାଇଟେଡ୍ ସହ ଫୁଟବଲ ଜାରି ରଖିଛନ୍ତି ।