PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଛାତ ଉପରେ ସଂଚୟ ହେବ ବର୍ଷା ପାଣି, ୧୭୩୮ କୋଠାରେ ଜଳ ସଂରକ୍ଷଣ ବ୍ୟବସ୍ଥା…

କଟକ,୦୪/୧୨: ଭୂତଳ ଜଳସ୍ତର କମିବାରେ ଲାଗିଛି । ଭବିଷ୍ୟତରେ ସମ୍ଭାବ୍ୟ ଜଳ ସଂକଟ ସମସ୍ୟାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବର୍ଷା ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ଅରୁଆ (ଆର୍ଟିଫିସିଆଲ୍‌ ରିଚାର୍ଜ ଟୁ ଅଣ୍ଡରଗ୍ରାଉଣ୍ଡ୍‌ ୱାଟର୍‌) ଏବଂ ଛାତ (କମ୍ୟୁନିଟି ହାର୍ନେସିଂ ଆଣ୍ଡ୍‌ ହାର୍ଭେଷ୍ଟିଂ ରେନ୍‌ ୱାଟର୍‌ ଆଟିଫିସିଆଲି ଫ୍ରମ୍‌ ଟେରାସ୍‌ ଟୁ ଆକ୍ୱାଫେର୍‌) ନାମରେ ଦୁଇ ପ୍ରକଳ୍ପ ଚଳିତବର୍ଷରୁ କାର୍ଯ୍ୟକାରୀ କରାଯିବ। ଏଥିରେ କଟକ ମଧ୍ୟ ସାମିଲ୍‌ ରହିଛି। ୪୦ଟି ସରକାରୀ କାର୍ଯ୍ୟାଳୟ ରକୋଠା ଓ ୧ ହଜାର ୫୯୮ଟି ଘରୋଇ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ସୁବିଧା ସୃଷ୍ଟି କରାଯିବ। ଆସନ୍ତା ୫ବର୍ଷ ଧରି କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ହିତାଧିକାରୀମାନଙ୍କୁ ୫୫ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦିଆଯିବାର ବ୍ୟବସ୍ଥା ରହିଛି।

ଜଳଶକ୍ତି ଅଭିଯାନର ‘କ୍ୟାଚ୍‌ ଦି ରେନ୍‌-୨୦୨୨’ ନାମରେ ଏହି ଯୋଜନା ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଜଳ ସମ୍ପଦ ବିଭାଗ ତରଫରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ‘ଅରୁଆ’ ଯୋଜନାରେ ବିଭିନ୍ନ ଅଞ୍ଚଳରେ ଥିବା ପୋଖରୀ ଭଳି ଜଳ ଉତ୍ସ ସ୍ଥାନରେ ଏକ ଜଳଧାରଣ ଟାଙ୍କି ନିର୍ମାଣ କରାଯିବ । ଏହାର ସଂଯୋଗ ଭୂତଳ ସହିତ କରାଯିବ । ଯାହାଫଳରେ ବର୍ଷ ଦିନେ ଉଦ୍‌ବୃତ୍ତ (ଓଭରଫ୍ଲୋ) ବର୍ଷା ପାଣି ନଷ୍ଟ ନହୋଇ ଚ୍ୟାନେଲ୍‌ ମାଧ୍ୟମରେ ଭୂତଳକୁ ଯାଇପାରିବ । ଏହାଦ୍ୱାରା ଭୂତଳ ଜଳସ୍ତର ହ୍ରାସ ପାଇବ ନାହିଁ । କଟକ ସଦର ଅଞ୍ଚଳରେ ଏଭଳି ମୋଟ୍‌ ୩୫ଟି ଜଳଧାରଣ ଟାଙ୍କି ବିଭିନ୍ନ ପୋଖରୀ ନିକଟରେ କରାଯିବାକୁ ସ୍ଥିର କରାଯାଇଛି । ସେଥିପାଇଁ ଜଳସମ୍ପଦ ବିଭାଗ ତରଫରୁ ଜାଗା ଚିହ୍ନଟ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି ।

ସେହିପରି ‘ଛାତ’ ଯୋଜନାରେ ଘର ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ୫ବର୍ଷରେ ଏ ବାବଦରେ ମୋଟ୍‌ ୨୭୦ କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ଭୂତଳ ଜଳ ବିକାଶ ନିର୍ଦ୍ଦେଶାଳୟ ତରଫରୁ ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ୨୭ ସହରାଞ୍ଚଳରେ ମୋଟ୍‌ ୨୯ହଜାର ୫ଶହ ଘରୋଇ ବିଲ୍‌ଡିଂ ଛାତ ଓ ୧ହଜାର ୯୨୫ ସରକାରୀ ବିଲ୍‌ଡିଂ ଛାତ ଉପରେ ସଂରକ୍ଷଣ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ଚଳିତବର୍ଷ (୨୦୨୨-୨୩)ରେ ୪୨୪ ଟି ଘରୋଇ ଓ ୫ହଜାର ୫ଶହ ଘରୋଇ ଛାତ ଉପରେ ସଂରକ୍ଷଣ ସୁବିଧା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କଟକ ସହରରେ ମୋଟ୍‌ ୪୦ଟି ସରକାରୀ ବିଲ୍‌ଡିଂ କାର୍ଯ୍ୟାଳୟ ଓ ୧୫୯୮ଟି ଘରୋଇ ବିଲ୍‌ଡିଂ ଉପରେ ବର୍ଷା ଜଳ ସଂରକ୍ଷଣ ହେବ ।

ଘରୋଇ ବିଲ୍‌ଡିଂରେ ଜଳ ସଂରକ୍ଷଣ ଯୋଜନାର ଫାଇଦା ସମ୍ପର୍କରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏନ୍‌ଜିଓ କିମ୍ବା ପ୍ରଶାସନିକ ଟିମ୍‌ ଦ୍ୱାରା ଚିହ୍ନଟ ବିଲ୍‌ଡିଂଗୁଡିକୁ ଯାଇ ସେଠାରେ ଯୋଜନାର ସଂପର୍କରେ ସବିଶେଷ ସୂଚନା ଦିଆଯିବ । ତେବେ ‘ଛାତ’ ଯୋଜନା କାର୍ଯ୍ୟକାରୀ କରିବାକୁ ସରକାରୀ ଟେକ୍ନିକାଲ୍‌ କନ୍‌ସଲ୍‌ଟାନ୍ସିଙ୍କୁ ଦାୟିତ୍ୱ ଦିଆଯିବ । କନ୍‌ସଲ୍‌ଟାନ୍ସି ଦ୍ୱାରା ଲୋକେ ପ୍ଲାନ୍‌ ଓ ଡିଜାଇନ୍‌ ପାଇବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର