ଆପଣ ବ୍ୟବହାର କରୁଛନ୍ତି କି ରୁମ୍ ହିଟର୍ ? ଜାଣନ୍ତୁ ଏହା କେତେ କ୍ଷତିକାରକ

ନୂଆଦିଲ୍ଲୀ ୦୯/୧୨: ଶୀତଦିନ ମନକୁ ପ୍ରଫୁଲିତ କରିଥାଏ । ତଥାପି କିଛି ଲୋକ ଶୀତରେ ଥଣ୍ଡାରୁ ରକ୍ଷା ପାଇବା ସହ ନିଜକୁ ଗରମ ରଖିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଶୀତ ଦିନ ଆରମ୍ଭ ହେବା ମାତ୍ରେ କିଛି ଲୋକ ଗରମ ପାଣିରେ ଗାଧୋଇବା ସହ ଖାଦ୍ୟପାନୀୟରେ ପରିବର୍ତ୍ତନ ଆଣିଥାନ୍ତି । ଏହାବ୍ୟତୀତ ଆଉ କିଛି ଲୋକ ଘରକୁ ଗରମ ରଖିବା ପାଇଁ ରୁମ୍ ହିଟର୍ ବ୍ୟବହାର କରିଥାନ୍ତି । ଆଜିକାଲି ଏହାର ବ୍ୟବହାର ପୂର୍ବ ଅପେକ୍ଷା ବଢିଚାଲିଛି । କିନ୍ତୁ ଜାଣନ୍ତି କି ଥଣ୍ଡାରେ ଏହାର ବ୍ୟବହାର କେତେ କ୍ଷତିକାରକ?
ଶ୍ୱାସ ସମ୍ବନ୍ଧୀୟ ରୋଗର କାରଣ :
ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ ବ୍ୟବହାର କରାଯାଉଥିବା ହିଟର୍ ଆମ ଆଖପାଖ ବାତାବରଣରକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ହିଟର୍ କେବଳ ଘର ଭିତରେ ଥିବା ବାୟୁମଣ୍ଡଳର ଆର୍ଦ୍ରତାକୁ କମ୍ କରି ନଥାଏ । ଏହାର ବ୍ୟବହାର ସମୟରେ ଏଥିରୁ କେତେକ କ୍ଷତିକାରକ ଗ୍ୟାସ୍ ମଧ୍ୟ ନିର୍ଗତ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ସେହିପରି ହିଟର୍ କେତେକ ଶ୍ୱାସ ସମ୍ବନ୍ଧୀୟ ରୋଗର କାରଣ ମଧ୍ୟ ସାଜିଥାଏ । ଆସ୍ଥମା ରୋଗୀଙ୍କ ପାଇଁ ଏହା ହାନିକାରକ ।
ଆଖି ପାଇଁ :
ଆମ ଶରୀରରେ ଅନେକ ସମ୍ବେଦନଶୀଳ ଅଙ୍ଗ ରହିଛି । ଆଖି ଏମାନଙ୍କ ମଧ୍ୟରୁ ଅନ୍ୟତମ । ଶୀତଦିନେ ଲଗାତାର ହିଟର ବ୍ୟବହାର କରିବା ଦ୍ୱାରା ଆଖି ଉପରେ ଏହାର କୁପ୍ରଭାବ ଦେଖିବାକୁ ମିଳିଥାଏ । ଆଖି ସୁସ୍ଥ ରହିବା ପାଇଁ ଏହାର ଭିତର ଆର୍ଦ୍ର ରହିବା ଜରୁରି । କିନ୍ତୁ ହିଟର ଯୋଗୁ ଘର ଭିତର ବାୟୁମଣ୍ଡଳର ଆର୍ଦ୍ରତା କମିବା ସହ କ୍ରମଶଃ ଶୁଷ୍କ ହୋଇଚାଲେ । ଶୁଷ୍କ ଆଖିରେ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ ।
ତ୍ୱଚା ପାଇଁ ମଧ୍ୟ ହାନିକାରକ :
ରୁମ୍ ହିଟର ଯୋଗୁ ଘର ଭିତର ବାୟୁମଣ୍ଡଳ ଶୁଷ୍କ ହୋଇଯାଏ । ଫଳରେ ତ୍ୱଚାର ଆର୍ଦ୍ରତା ମଧ୍ୟ କମିବା ସହ ଶୁଷ୍କ ହୋଇପଡେ । ଶୁଷ୍କ ତ୍ୱଚାରେ ଫାଟ ଆସିବା ସହ ସଂକ୍ରମଣର ଆଶଙ୍କା ବଢିଥାଏ ।
ହୋଇପାରେ ଦୁର୍ଘଟଣା :
ରୁମ୍ରେ ଅଧିକ ସମୟ ଯାଏ ହିଟର ଜଳିବା ଯୋଗୁ ଏହାର ବାହାର ପଟ ଗରମ ହେବା ସହ ଦୁର୍ଘଟଣା ମଧ୍ୟ ଘଟିଥାଏ । ସେହିପରି ନନ୍-ମେଟାଲିକ୍ କ୍ଷେତ୍ରରେ ଦୁର୍ଘଟଣାର ଆଶଙ୍କା ଅଧିକ ରହିଥାଏ ।
ଏମାନଙ୍କ ପାଇଁ ହିଟର୍ ଆଦୌ ନୁହେଁ :
ଯଦି ଆପଣ ଆସ୍ଥମା ବା ଶ୍ୱାସ ରୋଗରେ ପୀଡିତ, ତେବେ ବ୍ୟବହାର ଆଦୌ କରନ୍ତୁନାହିଁ । ସେହିପରି ସାଇନସ୍ କିମ୍ବା ବ୍ରୋଙ୍କାଇଟିସ୍ ସମସ୍ୟା ଥିଲେ ମଧ୍ୟ ହିଟରଠାରୁ ଦୂରେଇ ରୁହନ୍ତୁ । ଏହାବ୍ୟତୀତ ପିଲା ଓ ବୟସ୍କ ଲୋକମାନଙ୍କୁ ଏହାଠାରୁ ଦୂରେଇ ରଖନ୍ତୁ । ହିଟର୍ କିଣିବା ସମୟରେ ଙ୍କ ଅଏଲ୍ ହିଟର କିଣନ୍ତୁ । ଏହା ବାୟୁମଣ୍ଡଳକୁ ଶୁଷ୍କ କରି ନଥାଏ । ଙ୍କ କେବେବି ହିଟର ଜଳାଇ ଶୁଅନ୍ତୁ ନାହିଁ । ଙ୍କ ହିଟର୍ ବ୍ୟବହାର କରୁଥିଲେ ତା’ ପାଖରେ ଏକ ପାଣି ପାତ୍ର ନିଶ୍ଚୟ ରଖନ୍ତୁ ।