ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ନ୍ୟୁୟର୍କସ୍ଥିତ ପାକ୍‌ ହୋଟେଲରେ ତାଲା, ଶାହବାଜ ସରକାରଙ୍କୁ ମିଳୁଥିଲା ଫାଇଦା

Published By : Prameya | February 25, 2025 10:07 AM

ୱାଶିଂଟନ,୨୫/୦୨:  ଆମେରିକାର ନ୍ୟୁୟର୍କ ସହରରେ ଥିବା ପାକିସ୍ତାନୀ ସରକାରଙ୍କ  ଅଧିକୃତ ରୁଜ୍‌ଭେଲ୍ଟ ହୋଟେଲକୁ ବନ୍ଦ କରିଦେବା ପାଇଁ ଶେଷରେ ନିଷ୍ପତ୍ତି ହୋଇଛି । ଏଥିଲାଗି ପାକ୍‌ ସହ  ହୋଇଥିବା ୨୨୦ ନିୟୁତ ଡଲାରର  ଏକ ଚୁକ୍ତିରେ ନାଲିଗାର ଟଣାଯାଇଛି । ହୋଟେଲରୁ ପାକିସ୍ତାନର ଶାହବାଜ  ସରକାର ବିପୁଳ ଲାଭ ପାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । 

ନ୍ୟୁୟର୍କସ୍ଥିତ ରୁଜ୍‌ଭେଲ୍ଟ  ହୋଟେଲରେ ଶରଣାର୍ଥୀମାନେ  ରହୁଥିଲେ । ଏଥିପାଇଁ ବର୍ଷକୁ ୨୨୦  ନିୟୁତ ଡଲାର ଖର୍ଚ୍ଚ ହେଉଥିଲା । ଆମେରିକୀୟ କରଦାତାଙ୍କଠାରୁ ଏହାକୁ  ଅସୁଲ କରାଯାଉଥିଲା । ହୋଟେଲକୁ  ବନ୍ଦ କରାଯିବା ନିଷ୍ପତ୍ତି ପଛରେ ଟ୍ରମ୍ପ୍‌ଙ୍କ  ସମର୍ଥକ ‘ମାଗା (ମେକ୍‌ ଆମେରିକା  ଗ୍ରେଟ୍‌ ଏଗେନ୍‌)’ ଗ୍ରୁପ୍‌ ଓ ସଂଘୀୟ  ସରକାରଙ୍କ ହାତ ଥିବା କୁହାଯାଉଛି । 

ଡେମୋକ୍ରାଟ୍‌ ମେୟର ଏରିକ୍‌  ଆଡାମ୍ସ ରୁଜ୍‌ଭେଲ୍ଟ ହୋଟେଲ ବନ୍ଦ  ହେବା ନେଇ ଘୋଷଣା କରିଛନ୍ତି ।  ଜୋ ବାଇଡେନ୍‌ଙ୍କ ସରକାର ବେଳେ  ଏରିକ୍‌ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଏହାପରେ  ସେ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ମଧ୍ୟରେ  ସାମିଲ ହୋଇଥିଲେ । ରୁଜ୍‌ଭେଲ୍ଟ  ହୋଟେଲରେ ୧,୦୨୫ ରୁମ୍‌ ରହିଛି ।  ଏଠାରେ ପ୍ରବାସୀଙ୍କ ପାଇଁ ରହଣି  ବ୍ୟବସ୍ଥା ହୋଇଛି । ଗୋଟିଏ ରାତି  ପାଇଁ ଜଣ ପିଛା ୨୦୦ ଡଲାର ଖର୍ଚ୍ଚ  କରିବାକୁ ପଡ଼ିଥାଏ । 

୨୦୨୩ ମେ ମାସରେ ଆରମ୍ଭ  ହୋଇଥିବା ଏହି ଆଶ୍ରୟସ୍ଥଳପାଇଁ ନ୍ୟୁୟର୍କ ପ୍ରଶାସନ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟରଲାଇନ୍ସ ସହ ୩ ବର୍ଷ ପାଇଁ ୨୨୦ ନିୟୁତ  ଡଲାରର ଚୁକ୍ତି କରିଥିଲା । ୨୦୨୩ରେ ଯେତେବେଳେ ପ୍ରତି ସପ୍ତାହରେ ପ୍ରାୟ ୪ ହଜାର ପ୍ରବାସୀ ନ୍ୟୁୟର୍କରେ ପହଞ୍ଚୁଥିଲେ, ସେତେବେଳେ ଏହି ହୋଟେଲ ବାହାରେ ଶିବିର ଲଗାଉଥିବା ପ୍ରବାସୀଙ୍କ ଫଟୋକୁ ନେଇ ‘ମାଗା’  ସମର୍ଥକ ଓ ନ୍ୟୁୟର୍କର କିଛି ଲୋକ ଅସନ୍ତୋଷ ବ୍ୟକ୍ତ  କରିଥିଲେ । ଟ୍ରମ୍ପ୍‌ ଓ ତାଙ୍କର ସମର୍ଥକମାନେ ତତ୍‌କାଳୀନ  ଡେମୋକ୍ରାଟ୍‌ ସରକାରଙ୍କ ବିରୋଧରେ ‘ଅବୈଧ  ପ୍ରବାସୀଙ୍କୁ ବିଳାସମୟ ହୋଟେଲରେ ରହିବାକୁ  ଅନୁମତି ଦିଆଯିବା’ ନେଇ ଅଭିଯୋଗ ଆଣିଥିଲେ । 

ଟ୍ରମ୍ପ୍‌ଙ୍କ ସମର୍ଥକ ବିବେକ ରାମାସ୍ୱାମୀ ବି ଏହି  ପାକିସ୍ତାନୀ ହୋଟେଲ ପ୍ରସଙ୍ଗ ଉଠାଇଥିଲେ । ସେ  ଗତବର୍ଷ ଡିସେମ୍ବରରେ ସୋସିଆଲ ମିଡିଆରେ  ଲେଖିଥିଲେ, ଏକ ବିଦେଶୀ ସରକାରଙ୍କ ଅଧିକୃତ  ହୋଟେଲ ଆମେରିକୀୟ କରଦାତାଙ୍କ ଟଙ୍କା ଦ୍ୱାରା ଅବୈଧ  ପ୍ରବାସୀଙ୍କୁ ଆଶ୍ରୟ ପ୍ରଦାନ କରୁଛି । ଏହା ଏକ ପାଗଳାମି ।  ଏବେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ହେବା  ପରେ ହୋଟେଲ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.