PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲା: ଇଡିର ଅତିରିକ୍ତ ଚାର୍ଜସିଟ୍‌ରେ ଶୁଭ୍ରା କୁଣ୍ଡୁଙ୍କ ନାଁ, ଜୁନ୍‌ ୬ରେ ପରବର୍ତ୍ତୀ ଶୁଣାଣି

କୋଲକାତା,୨୫/୦୫: ରୋଜଭ୍ୟାଲି କାଣ୍ଡରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚାର୍ଜସିଟ ଦାଖଲ କରିଛନ୍ତି । ଏହି ମାମଲାରେ ଏକ ଅତିରିକ୍ତ ଚାର୍ଜସିଟ୍‌ ମଙ୍ଗଳବାର ଦିନ ବ୍ୟାଙ୍କଶାଲ କୋର୍ଟରେ ଉପସ୍ଥାପିତ ହୋଇଛି । ୧୪୨ ପୃଷ୍ଠାର ଚାର୍ଜସିଟରେ, ରୋଜଭ୍ୟାଲିର ଅନ୍ୟତମ ମାଲିକ ତଥା ସହଭାଗୀ ଶୁଭ୍ରା କୁଣ୍ଡୁଙ୍କ ନାମ ଯୋଡ଼ାଯାଇଛି । ପୂର୍ଣ୍ଣ ଚାର୍ଜସିଟରେ ରୋଜଭ୍ୟାଲି-ସହ ବେଶ କିଛି ସଂସ୍ଥା ଏବଂ ଶୁଭ୍ରା କୁଣ୍ଡୁଙ୍କ ସମେତ ୪୨ ଜଣଙ୍କ ନାମ ରହିଛି । ୨୦୧୫ ମସିହାରୁ ରୋଜଭ୍ୟାଲିକାଣ୍ଡରେ ଗୌତମ କୁଣ୍ଡୁ ଜେଲରେ ଅଛନ୍ତି । ସିବିଆଇ ଦ୍ୱାରା ଶୁଭ୍ରା କୁଣ୍ଡୁଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଶୁଭ୍ରାଙ୍କ ନାମ ପ୍ରଥମ ଥର ପାଇଁ ଚାର୍ଜସିଟରେ ପ୍ରକାଶ ପାଇଛି । ତା’ସହିତ ୪୦ ଟି କମ୍ପାନୀ ଏହି ଚାର୍ଜସିଟରେ ନାମିତ ହୋଇଛି । ଏମିତି ସୂତ୍ରରୁ ଖବର ମିଳିଛି ।

ଇଡି ଏବଂ କୋର୍ଟ ସୂତ୍ର ଅନୁଯାୟୀ, ଚାର୍ଜସିଟରେ ଦର୍ଶାଯାଇଛି ଯେ ୨୦୧୨-୧୩ ମସିହାରେ ରୋଜଭ୍ୟାଲିର ଜଣେ ଅଧିକାରୀ ତଥା ସହଯୋଗୀ ଶୁଭ୍ରା କୁଣ୍ଡୁ ରୋଜଭ୍ୟାଲି ପାଣ୍ଠିରୁ ଗୋବିନ୍ଦ ଅଗ୍ରୱାଲଙ୍କୁ ୧୫ କୋଟି ଟଙ୍କା ଦେଇଥିଲେ । ପରେ ବ୍ୟବସାୟୀ ଗୋବିନ୍ଦ ଅଗ୍ରୱାଲ ଶୁଭ୍ରା କୁଣ୍ଡୁଙ୍କୁ ୧୧ କୋଟି ୮୮ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ । ଏହା ବ୍ୟତୀତ ବ୍ୟକ୍ତି ଜଣକ ୩ କାଟି ୨୧ ଲକ୍ଷ ଇଡିରେ ଜମା କରିଛନ୍ତି । ବ୍ୟାଙ୍କଶଲରେ ଥିବା ସ୍ୱତନ୍ତ୍ର ଇଡି କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ବିଚାରପତି ଜୁନ ୬ ସ୍ଥିର କରିଥିଲେ । ଘଟଣାଟି ହେଉଛି, ରୋଜଭ୍ୟାଲି ବିରୋଧରେ ପ୍ରାୟ ୧୭ ହଜାର କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ରହିଛି । ଇଡି ଏବଂ ସିବିଆଇ, ଉଭୟ ଏଜେନ୍ସି ତଦନ୍ତ କରୁଛନ୍ତି । ଏହି ଚିଟ୍‌ ଫଣ୍ଡ ମାମଲାରେ ଶାସକ ଦଳର ଅନେକ ନେତା ଜେଲରେ ଅଛନ୍ତି ।