ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ରୋଟାରୀ କ୍ଳବ୍ ଭୁବନେଶ୍ବର ଏକ୍ସଲେନ୍ସର ଜାତୀୟ ନିର୍ମାଣ ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ବର, ୨।୧୦ ରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସର ଜାତୀୟ ନିର୍ମାଣ ପୁରସ୍କାର ପ୍ରଦାନ ଉତ୍ସବ ଶନିବାର ୟୁନିଟ୍ ୯ ରେ ଥିବା ରୋଟାରୀ ଭବନରେ ସଭାପତି ରୋଟାରିଆନ୍ ଅଜୟ କୁମାର ଚୌଧୁରୀଙ୍କ ପୈ।ରହିତରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବର୍ତ୍ତମାନର ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ, ଡି.ଏସ.ଜି ମନୋଜ ତ୍ରିପାଠୀ , ଡିଏଲଶିଶି ଅଚ୍ୟୁତାନନ୍ଦ ରାଉତରାୟ ଉପସ୍ଥିତ ଥିଲେ। ପରିଚୟ ପ୍ରଦାନ ସମ୍ପାଦକ ରୋଟାରିଆନ୍ ଆଶୁତୋଷ ଦାଶ କରିଥିଲେ।

ଏହି ସମାରୋହରେ ରୋଟାରୀ ଲିଟରାସି ମିଶନ୍ ଅଭିଯାନରେ ପ୍ରଶଂସନୀୟ ଅବଦାନ ପାଇଁ ଭୁବନେଶ୍ବର ଓ ଏହା ଆଖପାଖ ସରକାରୀ ସ୍କୁଲର ୨୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଉପଢୌକନ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ରାଷ୍ଟ୍ର ନିର୍ମାଣ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମାରୋହର ପରିଚାଳନା ପିପି ରୋଟାରୀଆନ୍ ପ୍ରତୀପ୍ କୁମାର ମିଶ୍ର ସୂଚାରୁରୂପେ କରିଥିଲେ। ସମ୍ବର୍ଦ୍ଧିତ ଶିକ୍ଷକ ମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ନିଜ ଅନୁଭୂତି  ବର୍ଣ୍ଣନା କରିଥିଲେ। ଶିଏଲଶିଶି ଶୁଭେନ୍ଦୁ ମହାନ୍ତିଙ୍କ ଉପସ୍ଥିତ ଅତିଥି ଓ ଶିକ୍ଷକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ପିପି ବିଜୟ କୁମାର ପାତ୍ର, ବିଜୟ କୁମାର ଚୌଧୁରୀ, ଅମିତ୍ ସିଙ୍ଘାଣିଆ, ବିଭୁତି ମହାପାତ୍ର, ଚାର୍ଟର୍ ସଭାପତି ସିଦ୍ଧାର୍ଥ ତିଓ୍ଵାରୀ, ବିନ୍ଦୁଶ୍ରୀ ମିଶ୍ର,   ବୃନ୍ଦାବନ ଦଳବେହେରା, ରୋଟାରାକ୍ଟ ବିଭୁତି ଚୌଧୁରୀ , ପିପି ବାଣୀ ସେନଗୁପ୍ତା ପ୍ରମୁଖ ରୋଟାରିଆନ୍ ମାନେ ଉପସ୍ଥିତ ଥିଲେ ଏହି ସମାରୋହରେ ନୂତନ ସଦସ୍ୟ ଭାବେ ଜିତନ୍ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମଗ୍ର ସମାରୋହର ଆୟୋଜନ ପିପି ସୁଶାନ୍ତ ମହାପାତ୍ରଙ୍କ ଦ୍ଵାରା ଆୟୋଜିତ ହୋଇଥିଲା।

Copyright © 2022 - Summa Real Media Private Limited. All Rights Reserved.