ଅହମ୍ମଦାବାଦ, ୦୧/୦୬ : ୯ ସପ୍ତାହର ଆଇପିଏଲ୍ ସିଜିନ ରୋମାଞ୍ଚ ଶେଷ ହୋଇଛି। ଚଳିତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ ହୋଇଛି। ଗୁଜରାଟକୁ ୫ ୱିକେଟରେ ହରାଇ ବ୍ୟାକ୍ ଟୁ ବ୍ୟାକ୍ ଟ୍ରଫି ଜିତିଛି ଆରସିବି। ଏହି ଟାଇଟଲ୍ ଜିତିବା ପରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଖୁସିରେ ଝୁମି ଉଠିଥିଲେ। ସେହିପରି ଭୁବନେଶ୍ଵର କୁମାର ମଧ୍ୟ ସ୍ତ୍ରୀ-ପିଲାଙ୍କ ସହ ଟ୍ରଫି ଧରିଥିବା ନଜର ଆସିଥିଲେ।ଆରସିବିର ଖେଳାଳିମାନେ ହୋଟେଲରେ ଯାଇ ଧୁମ୍ ସେଲିବ୍ରେସନ୍ କରିଥିଲେ। ଢୋଲ, ନଗାଡା ତାଳେ ତାଳେ ସମସ୍ତେ ଝୁମି ଉଠିଥିଲେ। କ୍ୟାପ୍ଟେନ ରଜତ ପଟିଦାର, ବିରାଟ କୋହଲି ପୁରା ସେଲିବ୍ରେସନ୍ ମୁଡ୍ ରେ ଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହିରୋ ବିରାଟ କୋହଲି ଅର୍ଦ୍ଧଶତକ ମାରି ଟିମ୍ କୁ ବିଜୟ ଦେଇଛନ୍ତି। ଭେଙ୍କଟେଶ ଆୟର କୋହଲିଙ୍କ ସହ RCB ପାଇଁ ଇନିଂସ ଓପନ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଆକ୍ରମଣାତ୍ମକ ଢଙ୍ଗରେ ଗୁଜରାଟ ବୋଲରଙ୍କ ଉପରେ ଭାରି ପଡିଥିଲେ। ଭେଙ୍କଟେଶ ଏବଂ କୋହଲି ମିଶି ଅର୍ଦ୍ଧଶତକ ଖେଳିଥିଲେ। ପଞ୍ଚମ ଓଭରରେ ଭେଙ୍କଟେଶଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଯୋଡ଼ି ଭାଙ୍ଗିଥିଲେ। ଭେଙ୍କଟେଶ ୧୬ ବଲ୍ ରେ ୩୨ ରନ୍ କରିବା ପରେ ବିଦାୟ ନେଇଥିଲେ।
Virat Kohli started crying after winning the trophy 😭 pic.twitter.com/7rtCl40mpS
— Arpita (@Arpitayadavv) June 1, 2026
ଆହୁରି ପଢନ୍ତୁ- ଟ୍ରଫି ଜିତିଲା ଆରସିବି, ଅରେଞ୍ଜ କ୍ୟାପ୍ ସହ ପ୍ରାଇଜ୍ ଫୋଛିନେଲେ ବେବି ବେସ୍ ବୈଭବ... ଦେଖନ୍ତୁ ପୁରସ୍କାରର ଲମ୍ବା ଲିଷ୍ଟ
ପରବର୍ତ୍ତୀ ସମୟରେ, ଦେବଦତ୍ତ ପାଡିକ୍କଲ (୧), ଅଧିନାୟକ ରଜତ ପାଟିଦାର (୧୫) ଏବଂ କୃଣାଲ ପାଣ୍ଡ୍ୟା (୧) ରନ୍ କରି ଆଉଟ୍ ହୋଇଥିଲେ। ଏହିପରି ଭାବେ RCB ୯୧ ରନ୍ ରେ ଚାରିଟି ୱିକେଟ ହରାଇଥିଲା। ଗୁଜରାଟ ୱିକେଟ୍ ନେଇ ଧୂଳି ଚଟେଇବ ବୋଲି ମନେ ହେଉଥିଲା। ହେଲେ କୋହଲି ଦୃଢ଼ ଭାବରେ ଗୁଜରାଟ ବୋଲରଙ୍କୁ ଭାବରେ ସାମ୍ନା କରିଥିଲେ। କୋହଲି ୪୧ ବଲ୍ ରେ ୭୫ ରନ୍ କରି ଅପରାଜିତ ରହିଥିଲେ, ୯ ଚୌକା ଏବଂ ୩ ଛକା ମାରିଥିଲେ। ସେହିପରି ଜିତେଶ ଶର୍ମା ୧୧ ରନ୍ କରି ଅପରାଜିତ ରହିଥିଲେ।