ନୂଆଦିଲ୍ଲୀ,୦୧/୦୫; ଆଇପିଏଲ୍ ସିଜିନ ୧୯ ସରିଲା । ୯ ସପ୍ତାହର ରୋମାଞ୍ଚ ଶେଷ ହୋଇଛି । ଚଳିତ ସିଜିନରେ ଚାମ୍ପିଅନ ବି ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ ଥିଲା ଚାମ୍ପିଅନ ହେଲା । ଗୁଜରାଟକୁ ୫ ୱିକେଟରେ ହରାଇ ବ୍ୟାକ୍ ଟୁ ବ୍ୟାକ୍ ଟ୍ରଫି ଜିତିଥିଲା ଆରସିବି । ତେବେ ପୁରା ସିଜିନରେ ଗୋଟିଏ ପ୍ଲେୟାରଙ୍କ ଚର୍ଚ୍ଚା ଥିଲା । ସେ ହେଉଛନ୍ତି ବେବି ବସ୍‌ ବୈଭବ ସୂର୍ଯ୍ୟବଂଶୀ । ରାଜସ୍ଥାନ ରୟାଲ୍ସ ଦଳର ଓପନିଂ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଚଳିତ ଆଇପିଏଲ୍‌ରେ ସର୍ବାଧିକ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ ହାସଲ କରିଛନ୍ତି । ସେ ଏଥର ମୋଟ୍‌ ୧୬ଟି ମ୍ୟାଚ ଖେଳି ୪୮.୫୦ ହାରରେ ୭୭୬ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି ।

ବୈଭବ ଏଥର ୭୨ଟି ଛକା ମାରି କ୍ରିସ୍‌ ଗେଲଙ୍କ ରେକର୍ଡ ଭାଙ୍ଗିଥିଲେ । ଗେଲ୍‌ ୨୦୧୨ ଆଇପିଏଲ୍‌ ସିଜନରେ ସର୍ବାଧିକ ୫୯ଟି ଛକା ମାରିଥିଲେ । ୧୪ ବର୍ଷ ଧରି ଗେଲଙ୍କ ରେକର୍ଡ କାଏମ ରହିଥିଲା । ଅରେଞ୍ଜ କ୍ୟାପ ଦୌଡରେ ଗୁଜରାଟର ଶୁଭମନ ଗିଲ୍‌ ଓ ସାଇ ସୁଦର୍ଶନ ମଧ୍ୟ ରହିଥିଲେ । ମାତ୍ର ଫାଇନାଲ୍‌ରେ ଗିଲ୍‌ ୧୦ ଓ ସୁଦର୍ଶନ ୧୨ ରନ କରି ଆଉଟ୍‌ ହୋଇଥିଲେ । ଗିଲ୍‌ ଏଥର ୧୬ଟି ମ୍ୟାଚରୁ ୧ଶତକ ଓ ୬ ଅର୍ଦ୍ଧଶତକ ବଳରେ ମୋଟ୍‌ ୭୩୨ ରନ ସଂଗ୍ରହ କରିଥିଲେ । ସେହିପରି ସୁଦର୍ଶନ ୧୭ଟି ମ୍ୟାଚ ଖେଳି ୧ଶତକ ଓ ୮ ଅର୍ଦ୍ଧଶତକ ବଳରେ ୭୨୨ ରନ କରିଥିଲେ ।

ଖାଲି ସେତିକି ନୁହେଁ ୧୫ ବର୍ଷିୟ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ନିଜର ବିଧ୍ୱଂସୀ ବ୍ୟାଟିଂକୁ ନେଇ ଏକାଧିକ ପୁରସ୍କାର ପାଇଥିଲେ । ସେ ଚଳିତ ବର୍ଷ ସର୍ବାଧିକ ୭୭୬ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ ସହ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଶ୍ରେଷ୍ଠ ଷ୍ଟ୍ରାଇକର, ସର୍ବାଧିକ ଛକା ଓ ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ଖେଳାଳି ବିବେଚିତ ହୋଇଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବୈଭବଙ୍କ ଷ୍ଟ୍ରାଇକ ରେଟ୍‌ ସର୍ବାଧିକ ୨୩୭ ରହିଥିଲା । ସୁପର ଷ୍ଟ୍ରାଇକର ପୁରସ୍କାର ବାବଦରେ ବୈଭବଙ୍କୁ ଟାଟା ସିଏରା କାର୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭୨ଟି ଛକା ମାରି ୧୪ବର୍ଷ ଧରି ବଜାୟ ରହିଥିବା କ୍ରିସ ଗେଲ୍‌ଙ୍କ ରେକର୍ଡ ଭାଙ୍ଗିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଦର୍ଶନ ପାଇଁ ସର୍ବାଧିକ ୪୩୬.୫ ପଏଣ୍ଟ ଅର୍ଜନ କରି ଗୁରୁତ୍ୱପୂର୍ଣ୍ଣ ଖେଳାଳି ବିବେଚିତ ହୋଇଥିଲେ ।

​​​​​​​

ଏହା ବି ପଢନ୍ତୁ...IPL 2026 Prize Money: ଚାମ୍ପିଅନ ଆରସିବିକୁ ୨୦ କୋଟି, ରନର୍ସ ଅପ୍‌ ଗୁଜରାଟକୁ ୧୨.୫ କୋଟି ଟଙ୍କା ପୁରସ୍କାର; ଜାଣନ୍ତୁ ଆଉ କାହାକୁ ମିଳିଲା କେତେ ?  

ରାବାଡ଼ାଙ୍କୁ ପର୍ପଲ କ୍ୟାପ୍‌- ସେହିପରି ଚଳିତ ଆଇପିଏଲ ସିଜନରେ ଗୁଜରାଟ ଦଳର ପେସ୍ ବୋଲର କାଗିସୋ ରାବାଡ଼ା ସର୍ବାଧିକ ୱିକେଟ୍ ହାସଲ କରି ପର୍ପଲ କ୍ୟାପ ପୁରସ୍କାର ପାଇଛନ୍ତି । ରାବାଡା ୧୭ଟି ମ୍ୟାଚ ଖେଳିମୋଟ୍ ୨୯ଟି ୱିକେଟ୍ ଅର୍ଜନ କରିଥିଲେ । ଭୁବନେଶ୍ୱର କୁମାର ଓ ରାବାଡାଙ୍କ ମଧ୍ୟରେ ପର୍ପଲ କ୍ୟାପକୁ ନେଇ ଲଢେଇ ଜାରି ରହିଥିଲା । ଭୁବନେଶ୍ୱର ଫାଇନାଲ୍ ମ୍ୟାଚରେ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ରାବାଡା ଗୋଟିଏ ୱିକେଟ୍ ନେଇ ଭୁବନେଶ୍ୱରଙ୍କ ଆଗରେ ରହିଥିଲେ । ଭୁବନେଶ୍ୱର ୧୬ଟି ମ୍ୟାଚ ଖେଳି ୨୮ଟି ୱିକେଟ୍ ଅକ୍ତିଆର କରିଥିଲେ ।