ନୂଆଦିଲ୍ଲୀ,୩୦/୦୧: ଚଳିତ ଡବ୍ଲ୍ୟୁପିଏଲ୍ରେ ଷଷ୍ଠ ବିଜୟ ହାସଲ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ସହ ଫାଇନାଲ୍ରେ ପ୍ରବେଶ କରିଛି । ଗୁରୁବାର ଅନୁଷ୍ଠିତ ୧୮ତମ ଲିଗ୍ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ୮ ୱିକେଟ୍ରେ ୟୁପି ୱାରିୟର୍ସକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୟୁପି ୱାରିୟର୍ସ ୮ ୱିକେଟ୍ ବିନିମୟରେ ୧୪୩ ରନ ସଂଗ୍ରହ କରିଥିଲା । ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ୧୩.୧ ଓଭରରେ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ଲିଗ୍ ପର୍ଯ୍ୟାୟରେ ରୟାଲ ଚ୍ୟାଲେଞ୍ଜର୍ସ ସମସ୍ତ ୮ଟି ଯାକ ଲିଗ୍ ମ୍ୟାଚ ଖେଳି ୬ ବିଜୟ ସହ ମୋଟ୍ ୧୨ ପଏଣ୍ଟ ଅର୍ଜନ କରିଛି । ଅନ୍ୟ କୌଣସି ଦଳ ଏତେ ସଂଖ୍ୟକ ପଏଣ୍ଟ ହାସଲ କରିବାର ସୁଯୋଗ ନାହିଁ ।
Impact with the ball 👊
— Women's Premier League (WPL) (@wplt20) January 29, 2026
Blitz with the bat 💪
Grace Harris is named the Player of the Match 🏅
Relive her knock ▶️ https://t.co/Yrav1FEB97 #TATAWPL | #KhelEmotionKa | #UPWvRCB pic.twitter.com/9HY3PR2cbA
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ । ୟୁପି ୱାରିୟର୍ସ ମଧ୍ୟ ପ୍ରାରମ୍ଭରୁ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ମେଗ ଲ୍ୟାନିଂ ଓ ଦୀପ୍ତି ଶର୍ମା ଦର୍ଶନୀୟ ସଟ୍ମାନ ଖେଳି ୭୪ ରନ ସଂଗ୍ରହ କରିଥିଲେ । ଲ୍ୟାନିଂ ୩୦ଟି ବଲ ୬ଚୌକା ଓ ୧ ଛକା ବଳରେ ୪୧ ରନ କରି ଆଉଟ୍ ହେବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ପରବର୍ତ୍ତୀ ବ୍ୟାଟରମାନେ କ୍ରିଜରେ ତିଷ୍ଠି ପାରି ନଥିଲେ । ଦୀପ୍ତି ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବାବେଳେ ଅନ୍ୟ ପଟରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଆମି ଜୋନ୍ସ ୧, ହର୍ଲିନ ଦେଓଲ ୧୪, ଚୋଲେ ଟ୍ରିୟନ ୬ ଓ ଶ୍ୱେତା ଶେରାୱତ ୭ ରନ କରି ଆଉଟ୍ ହୋଇଥିଲେ । ଦୀପ୍ତି ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋରକୁ ୧୩୭ରେ ପହଞ୍ଚାଇବା ପରେ ଆଉଟ୍ ହୋଇଥିଲେ । ସେ ୬ଚୌକା ଓ ୧ଛକା ବଳରେ ୫୫ ରନ କରିଥିଲେ । ଏହାପରେ ୟୁପି ୱାରିୟର୍ସ ଆଉ ୨ଟି ୱିକେଟ୍ ହରାଇ ୧୪୩ ରନ କରିଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ନାଦିନ ଡି କ୍ଲର୍କ ୪ଟି ଓ ଗ୍ରେସ ହ୍ୟାରିସ ୨ଟି ୱିକେଟ୍ ନେଇଥିଲେ ।
Presenting the first finalist of #TATAWPL 2026 🥳
— Women's Premier League (WPL) (@wplt20) January 29, 2026
Make way for the @RCBTweets ❤️#KhelEmotionKa | #UPWvRCB pic.twitter.com/qXkTOUJzIk
ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସର ଦୁଇ ଓପନର ଗ୍ରେସ ହ୍ୟାରିସ ଓ ସ୍ମୃତି ମନ୍ଧନା ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ବେଗରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ହ୍ୟାରିସଙ୍କ ପ୍ରହାରରେ ୟୁପି ୱାରିୟର୍ସ ବୋଲର ଲୟ ହରାଇ ବସିଥିଲେ । ପ୍ରଥମ ୱିକେଟ୍ରେ ଉଭୟ ୧୦୮ ରନ ସଂଗ୍ରହ କରିଥିଲେ । ଦଶମ ଓଭରରେ ଶିଖା ପାଣ୍ଡେ ଯୋଡ଼ି ଭାଙ୍ଗିଥିଲେ । ହ୍ୟାରିସ୍ ୩୭ଟି ବଲ୍ରୁ ୧୩ଚୌକା ଓ ୨ ଛକା ବଳରେ ୭୫ ରନ କରି ଆଉଟ୍ ହୋଇଥିଲେ । ମନ୍ଧନାଙ୍କ ସହ ମିଶି ଜର୍ଜିୟା ଭୋଲ୍ ଆଉ ୩୫ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୧୪୩ ବେଳେ ଭୋଲ ବ୍ୟକ୍ତିଗତ ୧୬ ରନ କରି ଆଉଟ୍ ହୋଇଥିଲେ । ମନ୍ଧନା ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ସେ ୨୭ଟି ବଲ୍ରେ ୮ ଚୌକା ଓ ୨ ଛକା ବଳରେ ୫୪ ରନ କରିଥିଲେ ।