ନୂଆଦିଲ୍ଲୀ: ଚାଲିଲା ବୈଭବଙ୍କ ବ୍ୟାଟ୍, ଶତକରୁ ବଞ୍ଚିତ ହେଲେ ସୂର୍ଯ୍ୟବଂଶୀ । ତଥାପି ଦଳୀୟ ସ୍କୋରକୁ ବଢ଼ାଇଲେ ଆଗକୁ । ଗୁଜରାଟ ଆଗରେ୨୧୫ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ । ୬ ଓ୍ବିକେଟ ବିନିମୟରେ ୨୧୪ ରନ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ । ବୈଭବ ସୂର୍ଯ୍ୟବଂଶୀ ୪୭ ବଲରୁ ୯୬ ରନ କରିଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଦଳ ପ୍ରଥମ ଓଭରରୁ ଜୟସ୍ବାଲଙ୍କ ଓ୍ବିକେଟ ହରାଇଥିଲା । ସିରଜଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ମାତ୍ର ଅଟକିନଥିଲା ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ଧ୍ରୁବ ଜୁରେଲ ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ । ପରେ ଜାଡେଜା ଆସିଥିବାବେଳେ ସେ ବୈଭବଙ୍କ ସହ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ମାତ୍ର ସେ ରିଟାର୍ଡହଟ ହୋଇ ଯିବାପରେ ପରାଗ, ସନାକା ଏବଂ ଆର୍ଚର ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଶେଷ ଓଭର ଗୁଡ଼ିକରେ ଜାଡେଜା ଏବଂ ଦେଭନ ଫେରରିଆ ବଡ଼ ବଡ଼ ସଟ୍ ଖେିଳିଥିଲେ । ଜାଡେଜା ୪୫ ରନ କରିଥିବାବେଳେ ଦେଭନ ୩୮ ରନ କରିଛନ୍ତି । ସେପଟେ ଗୁଜୁରାଟ ପକ୍ଷରୁ ରାବାଡ଼ା ଏବଂ ହୋଲଡର ୨ଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି । ଏହାସହ ପ୍ରସିଦ୍ଧ କ୍ରିଷ୍ଣା ଏବଂ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : ରାଜୀବଙ୍କୁ ମହଙ୍ଗା ପଡ଼ିଲା ବୈଭବଙ୍କୁ ନେଇ କମେଡି କରିବା....