ନୂଆଦିଲ୍ଲୀ: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଧମାକା ବ୍ୟାଟିଂ ପାଇଁ ସାରା ବିଶ୍ବ ଏବେ ଫ୍ୟାନ ବନିଛି । ଏହି ୧୫ ବର୍ଷୀୟ କ୍ରିକେଟରଙ୍କ ଦମଦାର ବ୍ୟାଟିଂ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ବଡ଼ ବଡ଼ ପୂର୍ବତନ କ୍ରିକେଟର ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ତାଙ୍କ ସଫଳତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ଅବସରରେ ଦ କପିଲ ଶର୍ମା ଶୋ’ ଫେମ୍ ରାଜୀବ ଠାକୁର ମଧ୍ୟ ବୈଭବଙ୍କ ପ୍ରଶଂସା କରିଛନ୍ତି । ମାତ୍ର ଏହି ଷ୍ଟାଣ୍ଡଅପ୍ କମେଡିଆଙ୍କ ପ୍ରଶଂସା କରିବାର ତରିକାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଛି ।
ସେ ଏକ ଶୋ’ ସମୟରେ ଜେନ୍ ଜିଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ କି, ଜେନ୍ ଜି ସମ୍ମାନ କରୁନାହାନ୍ତି । କାରଣ ନିଜର ପ୍ରତିକ୍ରିୟାରେ ବୈଭବଙ୍କୁ ପ୍ରଶଂସା କରିବାକୁ ଯାଇ କହିଥିଲେ କି, ବୈଭବ ବୁମରାଙ୍କ ପ୍ରଥମ ବଲକୁ ମାରୁଛନ୍ତି । ସେ ତୁମ ବାପାଙ୍କଠାରୁ ୨ ବର୍ଷ ବଡ଼ । ତାଙ୍କୁ ମାରୁଛନ୍ତି କୌଣସି ସମ୍ମାନ ନାହିଁ । ପାକିସ୍ତାନୀ ଖେଳାଳି ହେଲେ ମଧ୍ୟ ପ୍ରଥମ ବଲକୁ ଡିଫେନ୍ସ କରି ସମ୍ମାନ କରୁଛନ୍ତି । ହେଲେ ତୁମେ ପ୍ରଥମ ବଲକୁ ବାଉଣ୍ଡୁରୀ ପଠାଇ ଦେଉଛ ।
ଏହାସହ ରାଜୀବ ବୈଭବଙ୍କ ସମ୍ପ୍ରଦାୟ ଯାହା ରାଜପୁତ ବୋଲି କୁହାଯାଏ । ସେ କହିଛନ୍ତି କି, ରାଜପୁତମାନେ ମୋଗଲଙ୍କୁ ମାରୁଥିଲେ ହେଲେ ବୈଭବ ଇଂଲଣ୍ଡ, ଅଷ୍ଟେ୍ରଲିଆ ଭଳି ଦେଶର ବଡ଼ ବଡ଼ ବୋଲରଙ୍କୁ ଧୂଲେଇ କରୁଛନ୍ତି । ଓ୍ବେଷ୍ଟଇଣ୍ଡିଜ୍ କିଛି କରିନାହିଁ ତଥାପି ତାଙ୍କ ଉପରେ ଆକ୍ରମଣ କରୁଛନ୍ତି । ସେ କମେଡି ହିସାବରେ ଏଭଳି ଏକ ପ୍ରତିକ୍ରିୟା ରଖିଥିଲେ । ତେବେ ସେ ମଜାରେ କରିଥିବା କମେଡି ପାଇଁ ଏବେ ଟ୍ରୋଲର ଶିକାର ହେବାକୁ ପଡ଼ୁଛି ।
ତେବେ ଏହି ଷ୍ଟାଣ୍ଡଅପ୍ କମେଡି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ନେଇ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ମୁଁ ତୁମ କମେଡିକୁ ପସନ୍ଦ କରେ ତଥାପି ତୁମେ ଇତିହାସକୁ ଭୁଲ୍ ଭାବେ ଉପସ୍ଥାପନ କରୁଛ । ଏହାସହ କାହିଁକି କମେଡିରେ ବୈଭବଙ୍କ ନାଁ ନେଇ ଅନ୍ୟକୁ ସମାଲୋଚନା କରୁଛ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି କିଛି ୟୁଜର୍ସ ।
ଏହାସହ ପଢ଼ନ୍ତୁ: କାହିଁକି ଏମିତି ଚର୍ଚ୍ଚା, ପନ୍ତଙ୍କ ପରେ ଏମାନେ ବି ଛାଡ଼ିବେ କି ପଦ ?