ନୂଆଦିଲ୍ଲୀ : ଟ୍ରାକକୁ ଫେରିଲେ ବରୁଣ ଚକ୍ରବର୍ତ୍ତୀ ଏବଂ ସୁନୀଲ ନାରାୟଣ । କମାଲ ବୋଲିଂ କଲେ କେକେଆରର ସ୍ପିନର । ୯ ଓ୍ବିକେଟ ହରାଇ ରାଜସ୍ଥାନ କଲା ରନ୍ ୧୫୫ । କୋଲକାତା ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ୪୬ ରନ କରିଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରାଜସ୍ଥାନ । ଦଳର ଦୁଇ ଓପନର ଜୟସ୍ବାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ଭଲ ଆରମ୍ଭ କରିଥିଲେ । ଜୟସ୍ବାଲ ୩୯ ରନ କରିଥିବାବେଳେ ସୂର୍ଯ୍ୟବଂଶୀ ୪୬ ରନ କରିଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରାଗ ୧୨ ଏବଂ ହେଟମାୟାର ୧୫ କରିଛନ୍ତି। ଆଜି ମ୍ୟାଚରେ ପୁଣି ବ୍ୟାଟିଂରେ ଫ୍ଲପ ହୋଇଛନ୍ତି ରବିନ୍ଦ୍ର ଜାଡେଜା । ସେ ୭ ବଲରୁ ୯ ରନ କରିବାରେ ସକ୍ଷମ ହୋଇଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ଯଦିଓ ପ୍ରଥମରୁ କୋଲକାତା ବୋଲରଙ୍କ ଉପରେ ସୂର୍ଯ୍ୟବଂଶୀ ଏବଂ ଜୟସ୍ବାଲ ମହଙ୍ଗା ପଡ଼ିଥିଲେ ତଥାପି ଶେଷ ସମୟରେ ଟ୍ରାକକୁ ଫେରିଥିଲେ । ଦୁଇ ସ୍ପିନର ବରୁଣ ଏବଂ ନାରାୟଣ ରାଜସ୍ଥାନ ବ୍ୟାଟିଂକୁ ଧ୍ବଂସ କରିଥିଲେ । ସୁନୀଲ ନାରାୟଣ ୨, ବରୁଣ ଚକ୍ରବବର୍ତ୍ତୀ ୩ ଏବଂ କାର୍ତ୍ତିକ ତ୍ୟାଗୀ ୩ଟି ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ବୋଲରମାନେ ନିଜର କାମ କରିତିବାବେଳେ ବ୍ୟାଟ୍ସମ୍ୟାନମାନେ କିଭଳି ପ୍ରଦର୍ଶନ କରୁଛନ୍ତି ଏହା ଉପରେ ନଜର ରହିଛି ।

ଏହାସହ ପଢ଼ନ୍ତୁ : ଗୁଣିକଲେ SRH ଫ୍ୟାନ୍, ହାରିଗଲା ଚେନ୍ନାଇ!: ଦେଖନ୍ତୁ ଭିଡିଓ...