PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଓସ୍କାର ବେଷ୍ଟ ଆକ୍ଟର୍ସ ପ୍ରିଡିକ୍ସନ୍ ଲିଷ୍ଟରେ Jr NTRଙ୍କ ନାମ! ସାମ୍ନାକୁ ଆସିଲା ତାଲିକା

ନୂଆଦିଲ୍ଲୀ ୧୬/୦୮: ବଲିଉଡ୍ ଅଭିନେତାମାନଙ୍କ ତୁଳନାରେ ଦକ୍ଷିଣ କଳାକାରମାନେ ପରସ୍ପର ସହିତ ସ୍କ୍ରିନ୍ ସେୟାର କରିବାରେ ଆରାମଦାୟକ। କରଣ ଜୋହର ଏବଂ ଅକ୍ଷୟ କୁମାର ମଧ୍ୟ ଏହି କଥା କହିସାରିଛନ୍ତି। ସେମାନେ କହିଛନ୍ତି, ଗୋଟିଏ ଫିଲ୍ମରେ ବଲିଉଡରେ ଦୁଇ ବଡ କଳାକାରଙ୍କୁ ଆଣିବା କଷ୍ଟକର କାମ। କିନ୍ତୁ ସାଉଥ୍ ଇଣ୍ଡଷ୍ଟ୍ରିରେ ଏପରି ନୁହେଁ, ଯାହା ଆମେ ‘RRR’ ପରି ଫିଲ୍ମରେ ଦେଖି ସାରିଛୁ। ଏହି ଫିଲ୍ମରେ ସାଉଥ୍ ସୁପରଷ୍ଟାର୍ Jr NTR ଏବଂ ରାମ ଚରଣ ଏକାଠି ନଜର ଆସିଥିଲେ। ଉଭୟ କଳାକାରଙ୍କ ପ୍ରଦର୍ଶନ ଚମତ୍କାର ଥିଲା। ବର୍ତ୍ତମାନ ଏହି ଦୁଇ ତାରକାଙ୍କ ଅଭିନୟର ଚର୍ଚ୍ଚା ଏକାଡେମୀ ପୁରସ୍କାର ପର୍ଯ୍ୟନ୍ତ ପହଞ୍ଚିଛି।

ସୂଚନା ଅନୁଯାୟୀ, ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଛି ଯେ RRR ରେ ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ଅଭିନେତା Jr NTR ଙ୍କ ନାମ ଓସ୍କାର ବେଷ୍ଟ ଆକ୍ଟର୍ସର ପ୍ରିଡିକ୍ସନ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଫିଲ୍ମର ଦ୍ୱିତୀୟ ଲିଡ୍ ଷ୍ଟାର୍ ରାମ ଚରଣ ପ୍ରିଡିକ୍ସନ୍ ତାଲିକାରେ ନାମ ପାଇବାକୁ ବଞ୍ଚିତ ହୋଇଛନ୍ତି।

ଇଣ୍ଡଷ୍ଟ୍ରିରେ ହେଉଥିବା ଆଲୋଚନା ଅନୁଯାୟୀ, Jr NTR ଏହି ଫିଲ୍ମରେ ତାଙ୍କ ଚରିତ୍ର କୋମାରାମ ଭୀମା ସହିତ ଏକ ଭିନ୍ନ ଛାପ ଛାଡିବାରେ ସଫଳ ହୋଇଛନ୍ତି। ଭେରାଇଟି ମ୍ୟାଗେଜିନର ରିପୋର୍ଟ ଅନୁଯାୟୀ, Jr NTR ଙ୍କ ବ୍ୟତୀତ କ୍ରିସ୍ ଇଭାନ୍ସ, ଅଦନନ୍ ସାଣ୍ଡଲର ଏବଂ ଅନ୍ୟାନ୍ୟ କଳାକାରଙ୍କୁ ଓସ୍କାର ଶ୍ରେଷ୍ଠ ଅଭିନେତା ୨୦୨୩ ର ପ୍ରିଡିକ୍ସନ୍ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।