ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧା ହେଲେ ୫ ବ୍ୟବସାୟୀ

ରାଉରକେଲା, ୬/୭ : ରାଉରକେଲାରେ ୩୧୧କୋଟିର GST ଠକେଇ ଅଭିଯୋଗ ଆସିଛି । ଏହି ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ରାଜ୍ୟ ଜିଏସଟି ବିଭାଗ । ଜାଲ କାଗଜ ପତ୍ରରେ ଜିଏସଟି ଠକେଇ କରିଥିବା ନେଇ ହୋଇଛି ଅଭିଯୋଗ ।
ଗିରଫଙ୍କ ମଧ୍ୟରେ ରାଉରକେଲାର ୪ଜଣ ଏବଂ ଜଣେ ସୁନ୍ଦରଗଡ଼ର ଥିବା ଜଣାପଡ଼ିଛି । ଗତକାଲି ରାତିରେ ବାସନ୍ତୀ କଲୋନୀରେ ହୋଇଥିଲା ଏହି ଚଢାଉ । ତେବେ ଏହି ଚଢାଉରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ।